ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ! ଡିଏମକେ ଦେଲା ମାତ୍ର ୨୫ଟି ଆସନ

ନୂଆଦିଲ୍ଲୀ: ଦେଶରେ ଯେଉଁଠି ନିର୍ବାଚନ ହେଉଛି, ସେଠାରେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ୁଛି ନଚେତ ଆଞ୍ଚଳିକ ପାର୍ଟିଗୁଡ଼ିକର ଶରଣରେ ପଶି ସାନ ଭାଇ ଭଳି ରହୁଛି। ଅନ୍ତଃକନ୍ଦଳ ଓ ନେତୃତ୍ୱର ଅଭାବ ଦେଶର ସର୍ବପୁରାତନ ରାଜନୀତିକ ଦଳକୁ ଦିନକୁ ଦିନ ଦୁର୍ବଳ କରିବାରେ ଲାଗିଛି। ଏହି କାରଣରୁ ଦଳ ପ୍ରାୟ ସବୁ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏକଦା ପୂରା ଦେଶକୁ ଶାସନ କରୁଥିବା କଂଗ୍ରେସ ଏବେ ମାତ୍ର କିଛି ହାତ ଗଣତି ରାଜ୍ୟରେ ବହୁ […]

Rahul

Hemant Lenka
  • Published: Monday, 08 March 2021
  • , Updated: 08 March 2021, 05:02 PM IST

ନୂଆଦିଲ୍ଲୀ: ଦେଶରେ ଯେଉଁଠି ନିର୍ବାଚନ ହେଉଛି, ସେଠାରେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ୁଛି ନଚେତ ଆଞ୍ଚଳିକ ପାର୍ଟିଗୁଡ଼ିକର ଶରଣରେ ପଶି ସାନ ଭାଇ ଭଳି ରହୁଛି। ଅନ୍ତଃକନ୍ଦଳ ଓ ନେତୃତ୍ୱର ଅଭାବ ଦେଶର ସର୍ବପୁରାତନ ରାଜନୀତିକ ଦଳକୁ ଦିନକୁ ଦିନ ଦୁର୍ବଳ କରିବାରେ ଲାଗିଛି। ଏହି କାରଣରୁ ଦଳ ପ୍ରାୟ ସବୁ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏକଦା ପୂରା ଦେଶକୁ ଶାସନ କରୁଥିବା କଂଗ୍ରେସ ଏବେ ମାତ୍ର କିଛି ହାତ ଗଣତି ରାଜ୍ୟରେ ବହୁ କଷ୍ଟରେ ସରକାର ଗଠନ କରିପାରିଛି। ଏଭଳି ସ୍ଥିତିରେ କଂଗ୍ରେସର ଆଗାମୀ ଭବିଷ୍ୟତ କ’ଣ ହେବ ବୋଲି ରାଜନୀତିକ ପଣ୍ଡିତମାନେ ଚିନ୍ତାରେ ପଡ଼ିଛନ୍ତି।

କଂଗ୍ରେସ କେତେ ଦୁର୍ବଳ ହୋଇଯାଇଛି, ତା’ର ପ୍ରମାଣ ତାମିଲନାଡୁ ସିଟ୍‌ ଶେୟାରିଂରୁ ପ୍ରମାଣିତ ହୋଇଛି। ଏଠାରେ ଦଳ ମୁଖ୍ୟ ବିରୋଧୀ ଦଳ ଏମକେ ଷ୍ଟାଲିନଙ୍କ ଡିଏମକେ ସହ ମେଣ୍ଟ କରିଛି। ହେଲେ ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ଡିଏମକେ ସହଯୋଗୀ କଂଗ୍ରେସକୁ ମାତ୍ର ୨୫ଟି ଆସନ ଦେଇଛି।

ଏହା ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ବେଳେ ଆରଜେଡି ସହଯୋଗୀ କଂଗ୍ରେସକୁ ୭୪ଟି ଆସନ ଛାଡ଼ିଥିଲା। ହେଲେ ବିହାରରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଆଞ୍ଚଳିକ ଦଳଗୁଡ଼ିକ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି। ସେମାନେ କଂଗ୍ରେସ ସହ ମେଣ୍ଟ କରୁଥିଲେ ହେଁ ଦଳକୁ ଅଧିକ ଆସନ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଖାସ ଏହି କାରଣ ପାଇଁ ଡିଏମକେ ତାମିଲନାଡୁରେ କଂଗ୍ରେସକୁ ୨୫ଟି ଆସନ ଛାଡ଼ିଛି।

ବେଙ୍ଗଲରେ କଂଗ୍ରେସ ବାମପନ୍ଥୀ ସହ ମେଣ୍ଟ କରିଛି। ଦଳ ଏଠାରେ ୯୨ଟି ଆସନରେ ପ୍ରାର୍ଥୀ ଦେବ। ହେଲେ ବାମପନ୍ଥୀ ଏଠାରେ ବଡ଼ ଭାଇ ଭୂମିକାରେ ରହିଛି। ତେବେ କଂଗ୍ରେସ ଯେଉଁ ବାମପନ୍ଥୀ ଦଳ ସହ ମେଣ୍ଟ କରିଛି, ବେଙ୍ଗଲରେ ମଧ୍ୟ ଏହାର ସେତେଟା ପ୍ରଭାବ ନାହିଁ। ଏଠାରେ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ଏଭଳି ସ୍ଥିତିରେ କଂଗ୍ରେସର ସ୍ଥାନ କେଉଁଠି, ସେକଥା ଦଳୀୟ ନେତା ବି ଜାଣି ନାହାନ୍ତି। କଂଗ୍ରେସ ବେଙ୍ଗଲରେ ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ଗୋଳିଆ ପାଣିରୁ କେବଳ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଥିବା ବିଶେଷଜ୍ଞମାନେ କହିଛନ୍ତି।

ପୁଡୁଚେରୀ କଥା ବିଚାରକୁ ନେଲେ ଏଠାରେ କଂଗ୍ରେସ ୫ ବର୍ଷ ତଳେ ସରକାର ଗଠନ କରିଥିଲା। ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏକାଧିକ ଦଳୀୟ ବିଧାୟକ ଇସ୍ତଫା ଦେଇଥିଲେ। ଏଥିପାଇଁ ନାରାୟଣସାମୀଙ୍କ ସରକାର ଭାଙ୍ଗି ଯାଇଥିଲା ଓ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଭଳି ସ୍ଥିତିରେ କଂଗ୍ରେସର ଭବିଷ୍ୟତ ପଡ଼ୁଚେରୀରେ ମଧ୍ୟ ଶଙ୍କା ମଧ୍ୟରେ ରହିଛି। ଦଳ ଏଠାରେ ପୁଣି ସରକାର ଗଠନ ନ କରିବାର ଯଥେଷ୍ଟ ସମ୍ଭାବନା ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ବେଳେ କଂଗ୍ରେସ ଓ ଅଖିଲେଶ ଯାଦବଙ୍କ ସପା ମେଣ୍ଟ କରିଥିଲେ। ବହୁ ଟଣା ଓଟରା ପରେ କଂଗ୍ରେସ ୧୦୬ଟି ଆସନରେ ପ୍ରାର୍ଥୀ ଦେଇଥିଲା। ହେଲେ ଏଠାରେ ଦଳ ମାତ୍ର ୭ଟିରେ ଜିତିବାରୁ ସପା ମଧ୍ୟ ମେଣ୍ଟରୁ ଓହରି ଯାଇଥିଲା।

Related story