ସହକର୍ମୀଙ୍କ ସହ ଆପତ୍ତିଜନ ଅବସ୍ଥାରେ ଭିଡିଓ ଭାଇରାଲ, କନଷ୍ଟେବଳ ନିଲମ୍ବିତ

କାନପୁର: ଜଣେ ମହିଳା ସହକର୍ମୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ କନଷ୍ଟେବଳ ଧରାପଡ଼ିବା ମହଙ୍ଗା ସାବ୍ୟସ୍ତ ହୋଇଛି। ସମ୍ପୃକ୍ତ କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ୟୁପିର କୋଟୱାଡ଼ି ପୁଲିସ ଷ୍ଟେସନରୁ ଏହି ଖବର ଆସିଛି। ଡିସିପି ପ୍ରମୋଦ କୁମାର ସମ୍ପୃକ୍ତ ପୁଲିସ କନଷ୍ଟେବଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଲମ୍ବିତ କନଷ୍ଟେବଳ ହେଲେ କରନ ସିଂହ। କୋଟୱାଡ଼ି ପୁଲିସ ଷ୍ଟେସନରେ ସେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। କରନ ନିଜର ଜଣେ ମହିଳା ସହକର୍ମୀଙ୍କ ସହ ଆପତ୍ତିଜନ […]

Police

Police

Tapas Behera
  • Published: Friday, 27 May 2022
  • Updated: 27 May 2022, 06:29 PM IST

Sports

Latest News

କାନପୁର: ଜଣେ ମହିଳା ସହକର୍ମୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ କନଷ୍ଟେବଳ ଧରାପଡ଼ିବା ମହଙ୍ଗା ସାବ୍ୟସ୍ତ ହୋଇଛି। ସମ୍ପୃକ୍ତ କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ୟୁପିର କୋଟୱାଡ଼ି ପୁଲିସ ଷ୍ଟେସନରୁ ଏହି ଖବର ଆସିଛି। ଡିସିପି ପ୍ରମୋଦ କୁମାର ସମ୍ପୃକ୍ତ ପୁଲିସ କନଷ୍ଟେବଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଲମ୍ବିତ କନଷ୍ଟେବଳ ହେଲେ କରନ ସିଂହ। କୋଟୱାଡ଼ି ପୁଲିସ ଷ୍ଟେସନରେ ସେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। କରନ ନିଜର ଜଣେ ମହିଳା ସହକର୍ମୀଙ୍କ ସହ ଆପତ୍ତିଜନ ଅବସ୍ଥାରେ ଥିବା ଭାଇରାଲ ହୋଇଥିଲା।

ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଡିସିପି ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିସିପି ପ୍ରମୋଦ କୁମାର କହିଛନ୍ତି ଯେ, ଏହି ଭିଡିଓଟି ହେଉଛି ୬ ମାସ ପୂର୍ବର। କର୍ତ୍ତବ୍ୟରତ ଥିଲା ବେଳେ  କନଷ୍ଟେବଳ କରନ ନିଜ ଚୌକିରେ ବସି ଅନୈତିକ  କାର୍ଯ୍ୟରେ ଲିପ୍ତ ଥିଲେ।

ତେବେ ଉଭୟଙ୍କ ଭିଡିଓ ସୋଶାଲ ମଡିଆରେ ଭାଇରାଲ ହୋଇଥିଲା। ତେବେ ୪ ମାସ ପୂର୍ବରୁ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏବେ କରନଙ୍କୁ ନିଲମ୍ବିତ କରାଯାଇଥିବା ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos