ସ୍ତ୍ରୀ ଓ ଛୋଟ ଝିଅ ସହ ୧୨ ମହଲାରୁ ଡେଇଁପଡ଼ିଲେ କନଷ୍ଟେବଳ

ଅହମଦାବାଦ: ଜଣେ କନଷ୍ଟେବଳ ନିଜର ପତ୍ନୀ ଓ ଛୋଟ ଝିଅଙ୍କ ସହ ୧୨ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ଆବାସିକ ବିଲଡିଂରେ ଏପରି ଘଟଣା ଘଟିଛି। ସୋଲା ପୁଲିସ ଷ୍ଟେସନର ଇନସପେକ୍ଟର ଏନଆର ବାଘେଲା କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ ପ୍ରଥମେ ଝଡ଼ଗା ହୋଇଥିଲା ଓ ଏହାପରେ ସେମାନେ ୧୨ମହଲାରୁ ତଳକୁ ଡେଇଁ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୧୨ ମହଲା ଉପରୁ ଡେଉଁ ପଡ଼ିଥିବା କନଷ୍ଟେବଲ ଜଣଙ୍କ ହେଉଛନ୍ତି […]

Gujrat

  • Published: Wednesday, 07 September 2022
  • , Updated: 07 September 2022, 06:12 PM IST

ଅହମଦାବାଦ: ଜଣେ କନଷ୍ଟେବଳ ନିଜର ପତ୍ନୀ ଓ ଛୋଟ ଝିଅଙ୍କ ସହ ୧୨ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ଆବାସିକ ବିଲଡିଂରେ ଏପରି ଘଟଣା ଘଟିଛି। ସୋଲା ପୁଲିସ ଷ୍ଟେସନର ଇନସପେକ୍ଟର ଏନଆର ବାଘେଲା କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ ପ୍ରଥମେ ଝଡ଼ଗା ହୋଇଥିଲା ଓ ଏହାପରେ ସେମାନେ ୧୨ମହଲାରୁ ତଳକୁ ଡେଇଁ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

୧୨ ମହଲା ଉପରୁ ଡେଉଁ ପଡ଼ିଥିବା କନଷ୍ଟେବଲ ଜଣଙ୍କ ହେଉଛନ୍ତି କୁଲଦୀପସିଂହ ଯାଦବ ଓ ସେ ବସ୍ତ୍ରପୁର ପୁଲିସ୍ ଷ୍ଟେସନରେ କାମ କରୁଥିଲେ। ତାଙ୍କ ପତ୍ନୀ ରିଦ୍ଧି ଓ ୩ ବର୍ଷର ଝିଅ ମଧ୍ୟ ୧୨ ମହଲାରୁ ଡେଇଁ ପ୍ରାଣ ହରାଇଛନ୍ତି। କୁଲଦୀପସିଂହ ଯାଦବ ତାଙ୍କ ପତ୍ନୀ ଓ ୩ ବର୍ଷର ଝିଅ ସହ ଗୋଟାରେ ଥିବା ସୁଉଚ୍ଚ ବିଲଡିଂର ୧୨ତମ ମହଲାରେ ରହୁଥିଲେ। ରାତି ପ୍ରାୟ ୧.୩୦ରେ ସେମାନେ ଘରର ବାଲକୋନୀରୁ ଡେଇଁ ପଡ଼ିଥିଲେ ଓ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବୋଲି ପଡ଼ୋଶୀମାନେ ପୁଲିସକୁ କହିଛନ୍ତି।

ବିଲଡିଂରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି, ପ୍ରଥମେ ରିଦ୍ଧି ୧୨ ମହଲା ଉପରୁ ଡେଇଁ ପଡ଼ିଥିଲେ। ଏହାପରେ କୁଲଦୀପ ନିଜ ସହ ତଳକୁ ଡେଇଁଥିଲେ। ସମାନ ଫ୍ଲୋରେ ରହୁଥିବା କୁଲଦୀପଙ୍କ ଭଉଣୀଙ୍କ ମତରେ ଏହି ଦମ୍ପତି ସବୁବେଳେ ପରସ୍ପର ସହ ଝଗଡ଼ା କରୁଥିଲେ।

ସମ୍ଭବତଃ ଏହି ଝଗଡ଼ା ପାଇଁ ମଙ୍ଗଳବାର ସେମାନେ ଆତ୍ମହତ୍ୟା ଭଳି ଚମରପଦକ୍ଷେପ ନେଇଥିବା କୁହାଯାଉଛି। ପୁଲିସ୍ ସମସ୍ତ ୩ ଶବକୁ ଜବତ କରି ଫରେନ୍ସିକ ଟେଷ୍ଟ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ କରୁଛି।

Related story