ରେଡ୍‌ ବେଳେ ଯୁବତୀଙ୍କ ମୃତ୍ୟୁ ଘଟଣା: ଚିତ୍କାର ବନ୍ଦ ହେବା ପର୍ଯ୍ୟନ୍ତ ନିସ୍ତୁକ ପିଟିଥିଲା ପୁଲିସ୍‌!

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୌଲିରେ ପୁଲିସ୍‌ ରେଡ୍‌ ବେଳେ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୁଲିସ୍‌ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏସବୁ ଭିତରେ ପ୍ରାଣ ହରାଇଥିବା ଯୁବତୀଙ୍କ ସାନ ଭଉଣୀ ଆଶ୍ଚର୍ଯ୍ୟଚକିତ କରିବା ଭଳି ବୟାନ ଦେଇଛନ୍ତି। ଯୁବତୀଙ୍କ ପୁଲିସ୍‌ ନିସ୍ତୁତ ମାଡ଼ ମାରିଥିଲା। ମାଡ଼ ମାରିବା ଯୋଗୁ ତାଙ୍କର ମୃତ୍ୟ ଘଟିଥିଲା। ଏହାପରେ ଏହାକୁ […]

UP

Hemant Lenka
  • Published: Monday, 02 May 2022
  • , Updated: 02 May 2022, 09:10 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚନ୍ଦୌଲିରେ ପୁଲିସ୍‌ ରେଡ୍‌ ବେଳେ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୁଲିସ୍‌ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏସବୁ ଭିତରେ ପ୍ରାଣ ହରାଇଥିବା ଯୁବତୀଙ୍କ ସାନ ଭଉଣୀ ଆଶ୍ଚର୍ଯ୍ୟଚକିତ କରିବା ଭଳି ବୟାନ ଦେଇଛନ୍ତି। ଯୁବତୀଙ୍କ ପୁଲିସ୍‌ ନିସ୍ତୁତ ମାଡ଼ ମାରିଥିଲା। ମାଡ଼ ମାରିବା ଯୋଗୁ ତାଙ୍କର ମୃତ୍ୟ ଘଟିଥିଲା। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପୁଲିସ୍‌ ମୃତଦେହକୁ ଟାଙ୍ଗି ଦେଇଥିଲା ବୋଲି ପୀଡ଼ିତାଙ୍କ ଭଉଣୀ କହିଛନ୍ତି।

ପ୍ରାଣ ହରାଇଥିବା ନିଶା ଯାଦବଙ୍କ ଭଉଣୀ ଗୁଞ୍ଜା କହିଛନ୍ତି, “ରବିବାର ପୁଲିସ୍‌ ଆମ ଘରକୁ ଧସେଇ ପଶିଥିଲା। ଏହାପରେ କୌଣସି ପ୍ରକାରର ୱାରେଣ୍ଟ ନ ଦେଖାଇ ଆମକୁ ମାଡ଼ ମାରିଥିଲା। ଆମେ ଏହାକୁ ବିରୋଧ କରିଥିଲେ ମଧ୍ୟ ଉଭୟ ମହିଳା ଓ ପୁରୁଷ ପୁଲିସ୍‌ ଅଧିକାରୀମାନେ ଆମକୁ ପିଟି ଚାଲିଥିଲେ।

ପୁଲିସ୍‌ର ଅତ୍ୟାଚାର ସହି ନ ପାରି ମୋ ଭଉଣୀ ଘର ଭିତରୁ ଦୌଡ଼ିବା ସହ କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ତାକୁ ଧରିବା ସହ ପ୍ରବଳ ମାଡ଼ ମାରିଥିଲେ। ମୋ ଉଭଣୀ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ବି କିଛି ଶୁଣି ନଥିଲେ। ତା’ ଚିତ୍କାର ବନ୍ଦ ହେବା ଯାଏ ପୁଲିସ୍‌ କର୍ମଚାରୀମାନେ ତା’କୁ ମାଡ଼ ମାରି ଚାଲିଥିଲେ।

କିଛି ସମୟ ପରେ ମୁଁ ରୁମ ଭିତକୁ ଯାଇଥିଲି। ସେତେବେଳେକୁ ଗୋଟିଏ ଶାଢ଼ିରେ ମୋ ଭଉଣୀ ଝୁଲୁ ଥିବା ଦେଖିବାକୁ ପାଇଥିଲି। ପୁଲିସ୍‌ ହତ୍ୟା କରିବା ପରେ ତା’କୁ ଫ୍ୟାନରେ ଝୁଲାଇ ଦେଇଛି।”

ନିଶାଙ୍କ ପରିବାର ଲୋକ ଏପରି ଦାବି କରୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଓଲଟା କଥା କହିଛି। ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ ନିଶା କୌଣସି ପ୍ରକାରର ଅତ୍ୟାଚାରର ଶିକାର ହୋଇ ନାହାନ୍ତି। ତଥାପି ମୃତ୍ୟୁର କାରଣ ଜାଣିବା ପାଇଁ ନିଶାଙ୍କ ଭିସେରା ନମୁନା ସଂରକ୍ଷିତ କରି ରଖାଯାଇଛି।

ସୂଚନାଯୋଗ୍ୟ, ନିଶାଙ୍କ ବାପା କହ୍ନୈୟା ଯାଦବ ଜଣେ ପେଶାଗତ ଅପରାଧୀ ହୋଇଥିବାରୁ ପୁଲିସ୍‌ ରବିବାର ତାଙ୍କୁ ଗିରଫ କରିବା ପାଇଁ ମନରାଜପୁର ଗାଁରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ ହିଁ ଏପରି ଘଟଣା ଘଟିଥିବା କୁହାଯାଉଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ଅଧିକାରୀମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି। ସେହିପରି ଷ୍ଟେସନ ହାଉସ ଅଫିସରଙ୍କୁ ନିଲମ୍ବିତ କରାଯାଇଛି।

Related story