ମୋଦି ସରକାରଙ୍କ ଯୋଜନା ଦ୍ୱାରା ଲାଭବାନ ହେଉଛନ୍ତି ଶିଳ୍ପପତି!

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍‌ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା ସର୍ଭେରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆପଣାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କେବଳ ଶିଳ୍ପପତି ଓ କର୍ପୋରେଟ ହାଉସର ବ୍ୟକ୍ତିମାନେ […]

Modi1

Hemant Lenka
  • Published: Tuesday, 01 June 2021
  • , Updated: 01 June 2021, 03:37 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍‌ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା ସର୍ଭେରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆପଣାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କେବଳ ଶିଳ୍ପପତି ଓ କର୍ପୋରେଟ ହାଉସର ବ୍ୟକ୍ତିମାନେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି। ସହରାଞ୍ଚଳର ୬୧% ଲୋକ ଏଥିରେ ଏକମତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଗ୍ରାମାଞ୍ଚଳର ୬୫.୯% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା କର୍ପୋରେଟ ହାଉସ ଗୁଡ଼ିକ ଲାଭବାନ ହେଉଥିବା କଥା କହିଛନ୍ତି।

ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧୬.୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଛୋଟଛୋଟ ବ୍ୟବସାୟୀମାନେ ଲାଭାନ୍ୱିତ ହେଉଥିବା ମତଦେଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ୭.୪% ଲୋକ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦ୍ୱାରା ଦରମାପ୍ରାପ୍ତ କର୍ମଚାରୀମାନେ ଆର୍ଥିକ ସ୍ତରରେ ଲାଭ ପାଉଥିବା କଥା କହିଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ୮.୬% ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬.୮% ରହିଛି। ଯାହା ଅତ୍ୟନ୍ତ ନିରାଶାଜନକ।

କେବଳ ୧୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଷୀ ଓ ଶ୍ରମିକ ଗୋଷ୍ଠୀର ସଦସ୍ୟମାନେ ଲାଭବାନ ହେଉଥିବା କଥା କହିଛନ୍ତି। ସହରାଞ୍ଚଳରେ ରହୁଥିବା ୧୪.୨% ଲୋକ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀ ଓ ଶ୍ରମିକଙ୍କୁ ଆର୍ଥିକ ସ୍ତରରେ ସୁଦୃଢ଼ କରିଥିବା କଥା କହୁଥିବା ବେଳେ ଗ୍ରାମାଞ୍ଚଳର ୧୧.୧% ଲୋକ ସମାନ କଥା କହିଛନ୍ତି।

ଏବିପି-ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ସର୍ଭେ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି।

Related story