ଟିକାକରଣର ବ୍ଲୁପ୍ରିଣ୍ଟ ସୁପ୍ରିମକୋର୍ଟଙ୍କୁ ଦେଲା କେନ୍ଦ୍ର, ଦେଶକୁ ଦରକାର ୧୮୮ କୋଟି ଡୋଜ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣର ସମସ୍ତ ଯୋଜନା ଓ ହିସାବ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି। ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଟିକାର ଡୋଜ୍‌ ଦେବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ଟିକା କିଣିବାରେ ରାଜ୍ୟ ଓ ଘରୋଇ ହସ୍ପିଟାଲ ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେବାରୁ ଟିକା କିଣା ପଲିସିରେ ପରିବର୍ତ୍ତନ କରାଯାଇଥିବା ମଧ୍ୟ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଗରେ ସ୍ୱୀକାର କରିଛନ୍ତି। ସୁପ୍ରିମକୋର୍ଟଙ୍କୁ […]

corona

Hemant Lenka
  • Published: Saturday, 26 June 2021
  • , Updated: 26 June 2021, 10:07 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣର ସମସ୍ତ ଯୋଜନା ଓ ହିସାବ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି। ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଟିକାର ଡୋଜ୍‌ ଦେବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି।

ଏଥିସହ ଟିକା କିଣିବାରେ ରାଜ୍ୟ ଓ ଘରୋଇ ହସ୍ପିଟାଲ ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେବାରୁ ଟିକା କିଣା ପଲିସିରେ ପରିବର୍ତ୍ତନ କରାଯାଇଥିବା ମଧ୍ୟ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଗରେ ସ୍ୱୀକାର କରିଛନ୍ତି।

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ୯୩ରୁ ୯୪ କୋଟି ୧୮ ବର୍ଷ ଓ ତା’ରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ୧୮୬ରୁ ୧୮୮ କୋଟିର ଡୋଜ ଦରକାର। ଜୁଲାଇ ୩୧ ସୁଦ୍ଧା ୫୧.୬ କୋଟି ଟିକାର ଡୋଜ୍‌ ଉପଲବ୍ଧ ହେବ।

ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ପ୍ରକାରର ୧୩୫ କୋଟି ଟିକାର ଡୋଜ୍‌ କିଣା ଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ମଧ୍ୟରେ ୫୦ କୋଟି କୋଭିସିଲ୍ଡ, ୪୦ କୋଟି କୋଭାକ୍ସିନ, ବାୟୋ-ଇର ୩୦ କୋଟି, ସ୍ପୁଟନିକ- ଭିର ୧୦ କୋଟି ଓ ଜାୟଡୁସ କାଡିଲାର ୫ କୋଟି କରୋନା ଟିକାର ଡୋଜ୍‌ ରହିଛି।

ଉପାନ୍ତ ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସୁବିଧା ନଥିବାରୁ ଟିକାକରଣ କାର୍ଯ୍ୟକ୍ରମ ସେଠାରେ ପ୍ରଭାବିତ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ମୋଟ ଟିକାକରଣ କେନ୍ଦ୍ରର ୭୪.୪୫% ଗ୍ରାମାଞ୍ଚଳରେ ରହିଛି ବୋଲି ସରକାର କହିଛନ୍ତି।

ଏପରି କି ଲଦାଖ, ଲାକ୍ଷାଦ୍ୱୀପ ଓ ତ୍ରିପୁରାର ଉପାପ୍ତ ଅଞ୍ଚଳରେ ସର୍ବାଧିକ ଟିକାକରଣ ହୋଇଛି। ଜାତୀୟ ହାର ତୁଳନାରେ ଆଦିବାସୀ ବହୁଳ ଅଞ୍ଚଳରେ ଟିକାକରଣ ହାର ଅଧିକ ରହିଛି ବୋଲି ମଧ୍ୟ ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏଯାଏ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧୯.୧୨ କୋଟି(୫୯%) ଲୋକ ଅନଲାଇନ ଅପେକ୍ଷେ ସ୍ପଟ ପଞ୍ଜୀକରଣ ଜରିଆରେ ଟିକାର ଡୋଜ୍‌ ନେଇଛନ୍ତି। ଟିକା କିଣାରେ ସମସ୍ୟା ଥିବାରୁ ଦେଶରେ ଟିକାକରଣର ଗତି ଧିମା ପଡ଼ିଥିଲା। ବିଶେଷ କରି ଉପାନ୍ତ ଅଞ୍ଚଳରେ ଥିବା ଛୋଟ ଘରୋଇ ହସ୍ପିଟାଲ ଗୁଡ଼ିକରେ ସମୟ ଅନୁସାରେ ଟିକା ସପ୍ଲାଏର ସମସ୍ୟା ରହିଛି। ବଡ଼ବଡ଼ ହସ୍ପିଟାଲ ଗୁଡ଼ିକ ଉତ୍ପାଦନକାରୀ ସଂସ୍ଥାଠାରୁ ଅଧିକ ଟିକା କିଣିଥିବା ବେଳେ ଛୋଟ ହସ୍ପିଟାଲଗୁଡ଼ିକ ବହୁ ପଛରେ ରହିଛନ୍ତି ବୋଲି ସରକାର କହିଛନ୍ତି।

Related story