ଦମ୍ପତି@୪୨୦, ସେକ୍ସ ଚାଟ ଓ ଭିଡିଓ ଦେଖାଇ ଶହଶହ ଲୋକଙ୍କୁ କରୁଥିଲେ ଲୁଟ୍‌

ଗାଜିଆବାଦ: ସେକ୍ସ ଚାଟ ଓ ଭିଡିଓ ଦ୍ୱାରା ବ୍ଲାକମେଲିଂ କରି ଶହଶହ ଲୋକଙ୍କୁ ନିଜ ଜାଲରେ ଫସାଇ କୋଟିକୋଟି ଟଙ୍କା ଲୁଟ କରୁଥିବା ଜଣେ ୪୨୦ ଦମ୍ପତିଙ୍କୁ ଗିରଫ କରିଛି ପୁଲିସ୍‌। ହନି ଟ୍ରାପ କରୁଥିବା ଏହି ଦମ୍ପତିଙ୍କୁ ପୁଲିସ୍‌ ଗାଜିଆବାଦରୁ ଗିରଫ କରିବାକୁ ସକ୍ଷମ ହୋଇଛି। ଗିରଫ ଦମ୍ପତି ହେଲେ ଯୋଗେଶ ଓ ସପ୍ନା ଗୌତମ। ଏମାନେ ଗୋଟିଏ ବର୍ଷ ମଧ୍ୟରେ ନିଜ ଠକାମୀ ଜାଲରେ ୩୦୦ରୁ ଅଧିକ ଲୋକଙ୍କୁ ଫସାଇ ୨୦ କୋଟି ଟଙ୍କା […]

chat

chat

Ordigital Desk
  • Published: Monday, 25 October 2021
  • Updated: 22 November 2021, 05:01 PM IST

Sports

Latest News

ଗାଜିଆବାଦ: ସେକ୍ସ ଚାଟ ଓ ଭିଡିଓ ଦ୍ୱାରା ବ୍ଲାକମେଲିଂ କରି ଶହଶହ ଲୋକଙ୍କୁ ନିଜ ଜାଲରେ ଫସାଇ କୋଟିକୋଟି ଟଙ୍କା ଲୁଟ କରୁଥିବା ଜଣେ ୪୨୦ ଦମ୍ପତିଙ୍କୁ ଗିରଫ କରିଛି ପୁଲିସ୍‌। ହନି ଟ୍ରାପ କରୁଥିବା ଏହି ଦମ୍ପତିଙ୍କୁ ପୁଲିସ୍‌ ଗାଜିଆବାଦରୁ ଗିରଫ କରିବାକୁ ସକ୍ଷମ ହୋଇଛି।

ଗିରଫ ଦମ୍ପତି ହେଲେ ଯୋଗେଶ ଓ ସପ୍ନା ଗୌତମ। ଏମାନେ ଗୋଟିଏ ବର୍ଷ ମଧ୍ୟରେ ନିଜ ଠକାମୀ ଜାଲରେ ୩୦୦ରୁ ଅଧିକ ଲୋକଙ୍କୁ ଫସାଇ ୨୦ କୋଟି ଟଙ୍କା ଲୁଟ କରିଥିବା ଜଣାପଡ଼ିଛି।

ପ୍ରଥମେ ସପ୍ନା ବ୍ୟବସାୟୀ ଓ ୱାର୍କିଂ ଫ୍ରେସନାଲଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ। ଏହାପରେ ସେମାନଙ୍କ ସହ ସେକ୍ସ ଚାଟ ଓ ଭିଡିଓ କଲିଂରେ କଥା ହେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ଉକ୍ତ ସେକ୍ସ ଚାଟ ଓ ଭିଡିଓ ଦେଖାଇ ଯୋଗେଶଙ୍କ ସହାୟତାରେ ସେମାନଙ୍କୁ ବ୍ଲାକମେଲିଂ କରୁଥିଲେ। କେବଳ ସପ୍ନା ନୁହନ୍ତି, ସେମାନଙ୍କ ଗ୍ୟାଙ୍ଗରେ ପ୍ରାୟ ୩୦ ଜଣ ମହିଳା ରହିଛନ୍ତି। ଯେଉଁମାନେ ହନି ଟ୍ରାପିଂ କରି ବଡ଼ବଡ଼ ଲୋକଙ୍କୁ ଲୁଟ କରୁଥିଲେ।

ଗାଜିଆବାଦ ପୁଲିସ୍‌ କହିଛି, “ସପ୍ନା ଓ ଯୋଗେଶ ନିଜ ନିଜ ମଧ୍ୟରେ ଠକେଇ କରିବାର ସବୁ କାମ ବାଣ୍ଟି ଦେଉଥିଲେ। ସପ୍‌ନା ସବୁବେଳେ ନୂଆ ଆଇଡି ବ୍ୟବହାର କରି ପୀଡ଼ିତଙ୍କ ନିକଟବର୍ତ୍ତୀ ହେଉଥିଲେ। ସେ ଏହି କାମ ପାଇଁ ଅନ୍ୟ ମହିଳାମାନଙ୍କୁ ତାଲିମ ମଧ୍ୟ ଦେଉଥିଲେ। ସମସ୍ତେ ମିଳିତ ଭାବେ ଲୋକଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ।

ଯୋଗେଶ ଫୋନରେ କଥା ହେଉଥିବା ବ୍ୟକ୍ତିଙ୍କ ନମ୍ବର, ଲୋକେସନ ଓ ବ୍ୟାଙ୍କ ଆକାଉଣ୍ଟ ଉପରେ ନଜର ରଖୁଥିଲେ। ସେମାନେ ବ୍ୟବହାର କରୁଥିବା ଷ୍ଟ୍ରିପଚାଟ ୱେବସାଇଟ୍‌ରେ କଥାବାର୍ତ୍ତା ପାଇଁ ଗୋଟିଏ ମିନିଟ୍‌କୁ ୨୩୪ ଟଙ୍କା ଚାର୍ଜ କରାଯାଉଥିଲା। ଏହାର ଅଧା ଟଙ୍କା ୱେବସାଇଟ ନେଉଥିବା ବେଳେ ବାକି ଅର୍ଥ ଦମ୍ପତିଙ୍କ ପାଖକୁ ଯାଉଥିଲା।

କିନ୍ତୁ ୱେବସାଇଟ୍‌ରେ କଥାବାର୍ତ୍ତା ହେଉଥିବା ଲୋକଙ୍କୁ ଦମ୍ପତି ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତିଗତ ଫୋନରୁ କଲ୍‌ କରୁଥିଲେ। ହ୍ୱାଟସଆପ୍‌ରେ ଭିଡିଓ କଲ କରି ସପ୍ନା ଉକ୍ତ ବ୍ୟକ୍ତିମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରକାରର ଅଶ୍ଳୀଳ କାମ କରିବାକୁ ପ୍ରବର୍ତ୍ତାଉଥିଲେ। ଏହି ଭିଡିଓ ଓ ସେକ୍ସ ଚ୍ୟାଟକୁ ଯୋଗେଶ ଓ ସପ୍ନା ରେକର୍ଡ କରି ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ।”

ଯୋଗେଶ ଓ ସପ୍ନାଙ୍କ ଏହି ଠକେଇ କାରନାମ ସମ୍ପର୍କରେ ଗାଜିଆବାଦ ପୁଲିସ୍‌ ରାଜକୋଟ ପୁଲିସ୍‌ ଠାରୁ ପାଇଥିଲା। ନିକଟରେ ଗୋଟିଏ ଚାର୍ଟାର୍ଡ ଆକାଉଣ୍ଟ ଫାର୍ମର ମାଲିକ ରାଜକୋଟ ପୁଲିସ୍‌ ପାଖରେ ଠକେଇ ଅଭିଯୋଗ ଆଣିଥିଲେ। ତାଙ୍କର ଜଣେ କର୍ମଚାରୀ କମ୍ପାନୀ ଆକାଉଣ୍ଟରୁ ୮୦ ଲକ୍ଷ ଟଙ୍କା ଗାଜିଆବାଦ ସ୍ଥିତ ଗୋଟିଏ ଆକାଉଣ୍ଟକୁ ପଠାଇଥିବା ସେ ପୁଲିସ୍‌ କହିଥିଲେ।

ଏହାପରେ ରାଜକୋଟ ପୁଲିସ୍‌ ଗାଜିଆବାଦ ପୁଲିସ୍‌ ସହ ଯୋଗାଯୋଗ କରିଥିଲା। ଗାଜିଆବାଦ ପୁଲିସ୍‌ ଏହାର ଯାଞ୍ଚ କରି ଶୁକ୍ରବାର ଯୋଗେଶ, ସପ୍ନା ଓ ଆଉ ୩ ଜଣଙ୍କୁ ଗୋଟିଏ ଫ୍ଲାଟ ଭିତରୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story