ମାନହାନୀ କେସ୍‌ରେ କେଜ୍ରିୱାଲ ଓ ସିସୋଦିଆ ଦୋଷମୁକ୍ତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ଆପ୍‌ ନେତା ଯୋଗେନ୍ଦ୍ର ଯାଦବଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୋଟିଏ ଅପରାଧିକ ମାନହାନୀ କେସ୍‌ରେ ସମସ୍ତେ ଦୋଷମୁକ୍ତ ହୋଇଛନ୍ତି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସମସ୍ତଙ୍କୁ ଆଜି କ୍ଲିନଚିଟ୍‌ ଦେଇଛନ୍ତି। ମାଜିଷ୍ଟ୍ରେଟ ବିଧି ଗୁପ୍ତା ଆନନ୍ଦ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ଆଇନଜୀବୀ ସୁରେନ୍ଦ୍ର ଶର୍ମା ଏହି ୩ ନେତାଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ […]

aap

  • Published: Saturday, 20 August 2022
  • , Updated: 20 August 2022, 07:11 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ଆପ୍‌ ନେତା ଯୋଗେନ୍ଦ୍ର ଯାଦବଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୋଟିଏ ଅପରାଧିକ ମାନହାନୀ କେସ୍‌ରେ ସମସ୍ତେ ଦୋଷମୁକ୍ତ ହୋଇଛନ୍ତି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସମସ୍ତଙ୍କୁ ଆଜି କ୍ଲିନଚିଟ୍‌ ଦେଇଛନ୍ତି। ମାଜିଷ୍ଟ୍ରେଟ ବିଧି ଗୁପ୍ତା ଆନନ୍ଦ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି।

ଆଇନଜୀବୀ ସୁରେନ୍ଦ୍ର ଶର୍ମା ଏହି ୩ ନେତାଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ୨୦୧୩ ବିଧାନସଭା ନିର୍ବାଚନ ବେଳେ ଆପ୍‌ ତାଙ୍କୁ ଟିକେଟ ଦେଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରି ଦେଇଥିଲା। ୨୦୧୩ରେ ଆପର ନେତାମାନେ ତାଙ୍କ ପାଖକୁ ଯାଇଥିଲେ।

ଏଥିସହ ୨୦୧୩ ବିଧାନସଭା ନିର୍ବାଚନ ଆପ୍‌ ଟିକେଟରେ ତାଙ୍କୁ ଲଢ଼ିବାରୁ ଦଳୀୟ ନେତାମାନେ ଅନୁରୋଧ କରିଥିଲେ। ଏଥିରେ ସେ ରାଜି ମଧ୍ୟ ହୋଇଥିଲେ। କିନ୍ତୁ ନିର୍ବାଚନ ପାଇଁ ବହୁତ କମ ସମୟ ଥିବା ବେଳେ ଶର୍ମାଙ୍କ ବିରୋଧରେ ଆପ୍‌ ମିଥ୍ୟା ଅଭିଯୋଗ ଆଣିଥିଲା। ଏହାକୁ ଆଧାର କରି ତାଙ୍କ ପ୍ରାର୍ଥିପତ୍ରକୁ ମଧ୍ୟ ବାତିଲ କରିଦିଆଯାଇଥିଲା ବୋଲି ଶ୍ରୀ ଶର୍ମା ନିଜ ଆବେଦନରେ ଦର୍ଶାଇଥିଲେ।

ଏଥିସହ କେଜ୍ରିୱାଲ ତାଙ୍କ ବିରୋଧରେ ଆପତ୍ତି ଓ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ ବୋଲି ସେ କହିଥିଲେ। କିନ୍ତୁ ମାମଲାର ଶୁଣାଣି କରି ଆଜି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।

Related story