କୋଭାକ୍ସିନ କରୋନା ବିରୋଧରେ ୮୧% ଫଳପ୍ରଦ, ବ୍ରିଟେନ ଭାଇରସକୁ ବି ଦେବ ମାତ

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କୋଭାକ୍ସିନ କରୋନାକୁ ମାତ୍‌ ଦେବାରେ ୮୧% ସଫଳ। ସେହିପରି ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ବିରୋଧରେ ବି ଏହା ଫଳପ୍ରଦ। ଆଜି ଭାରତ ବାୟୋଟେକ୍‌ ପକ୍ଷରୁ ଟିକାର ଫେଜ୍‌ ୩ ଟ୍ରାଏଲ ସମ୍ପର୍କରେ ସୂଚନା ଦିଆଯାଇ ଏଭଳି ଦାବି କରାଯାଇଛି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି। ଏହାର ଫେଜ-୩ ଟ୍ରାଏଲର ରେଜଲ୍ଟ […]

covaxin

Hemant Lenka
  • Published: Wednesday, 03 March 2021
  • , Updated: 03 March 2021, 06:53 PM IST

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କୋଭାକ୍ସିନ କରୋନାକୁ ମାତ୍‌ ଦେବାରେ ୮୧% ସଫଳ। ସେହିପରି ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ବିରୋଧରେ ବି ଏହା ଫଳପ୍ରଦ। ଆଜି ଭାରତ ବାୟୋଟେକ୍‌ ପକ୍ଷରୁ ଟିକାର ଫେଜ୍‌ ୩ ଟ୍ରାଏଲ ସମ୍ପର୍କରେ ସୂଚନା ଦିଆଯାଇ ଏଭଳି ଦାବି କରାଯାଇଛି।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି। ଏହାର ଫେଜ-୩ ଟ୍ରାଏଲର ରେଜଲ୍ଟ ଆସି ନଥିଲେ ହେଁ ଏହାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ତେବେ ଏହାର ସଫଳତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି।

ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନ କରୋନାକୁ ଦୂରେଇ ରଖିବାରେ ୮୧% ସଫଳ। ଜଣେ ବ୍ୟକ୍ତି ଦୁଇଟି ଡୋଜ୍‌ ନେବା ପରେ କରୋନାକୁ ବେଶ ଆରାମରେ ହରାଇ ପାରିବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୫ଟି ସହରରୁ ମୋଟ ୨୫,୮୦୦ ଲୋକ ସାମିଲ ହୋଇଥିଲେ। ଏମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌କୁ ଟିକା ଓ ଅନ୍ୟ ଗ୍ରୁପ୍‌କୁ ପ୍ଲାସବୋ ଦିଆଯାଇଥିଲା।

ପ୍ରଥମ ୪୩ଟି କେସ୍‌ର ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଛି। ପ୍ଲାସବୋ ନେଇଥିବା ୩୬ ଜଣ ଓ କୋଭାକ୍ସିନ ଗ୍ରୁପ୍‌ରେ ଥିବା ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ କୋଭାକ୍ସିନ କରୋନା ବିରୋଧରେ ୮୦.୬% ଫଳପ୍ରଦ। ସେହିପରି ଟିକା ନେଇଥିବା ଲୋକଙ୍କ ଶରୀରରେ କରୋନାର କୌଣସି ସାଂଘାତିକ ଲକ୍ଷଣ ଦେଖାଯାଉ ନାହିଁ।

ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିବାର ଆବଶ୍ୟକ ମଧ୍ୟ ନାହିଁ। National Institute of Virology ପରୀକ୍ଷାରୁ ଜାଣିବାକୁ ପାଇଛି ଯେ ବ୍ରିଟେନରେ ଦେଖାଯାଉଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌କୁ ମଧ୍ୟ କୋଭାକ୍ସିନ ମାତ୍‌ ଦେବାକୁ ସକ୍ଷମ। ଚୂଡ଼ାନ୍ତ ତଥ୍ୟ ୧୩୦ଟି କେସ୍‌ ଯାଏ ଜାରି ରହିବ। ଏହାପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଫାଇନାଲ ରିପୋର୍ଟ ପ୍ରକାଶ ପାଇବ ବୋଲି ଭାରତ ବାୟୋଟେକ୍‌ କହିଛି।

ଜାନୁଆରୀ ୩ରେ ଭାରତ ସରକାର ଦେଶରେ କୋଭାକ୍ସିନ ଓ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଟିକାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। କୋଭିସିଲ୍ଡ କରୋନା ଉପରେ ୭୦% ଫଳପ୍ରଦ ବୋଲି କୁହାଯାଇଥିଲା। ହେଲେ ଏଯାଏ କୋଭାକ୍ସିନ ସମ୍ପର୍କରେ ତଥ୍ୟ ଆସି ନଥିଲା। ତଥାପି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ଲୋକଙ୍କୁ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି।

Related story