ମେ’ ୧୫ରୁ ‘କୋଭାଭାକ୍ସ’ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ଅହମ୍ମଦାବାଦ: କରୋନା ଭ୍ୟାକସିନ୍ ପ୍ରସ୍ତୁତକାରୀ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଏସଆଇ) ମେ’ ୧୫ ତାରିଖରେ ତା’ର ଦ୍ୱିତୀୟ ଭ୍ୟାକସିନ୍ ‘କୋଭାଭାକ୍ସ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ କରିବ । ଆଇସିଏଆର ସହ ମିଶି ସୀରମ ଇନଷ୍ଟିଚ୍ୟୁଟ୍ କୋଭାଭାକ୍ସର ତୃତୀୟ ପର୍ଯ୍ୟାୟର ଟ୍ରାଏଲ କରିବ । ଆଇସିଏମଆର୍‌-ନ୍ୟାଶନାଲ୍ ଏଡ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସହ ଜଡ଼ିତ ଡାକ୍ତର ଅଭିଜିତ୍ କଦମଙ୍କ କହିବା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ସାରା ଦେଶରେ ୧୯ଟି ସାଇଟ୍ ରହିଛି ଏବଂ […]

covavax

Ranjit Kumar Jena
  • Published: Tuesday, 04 May 2021
  • , Updated: 04 May 2021, 08:38 PM IST

ଅହମ୍ମଦାବାଦ: କରୋନା ଭ୍ୟାକସିନ୍ ପ୍ରସ୍ତୁତକାରୀ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଏସଆଇ) ମେ’ ୧୫ ତାରିଖରେ ତା’ର ଦ୍ୱିତୀୟ ଭ୍ୟାକସିନ୍ ‘କୋଭାଭାକ୍ସ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ କରିବ । ଆଇସିଏଆର ସହ ମିଶି ସୀରମ ଇନଷ୍ଟିଚ୍ୟୁଟ୍ କୋଭାଭାକ୍ସର ତୃତୀୟ ପର୍ଯ୍ୟାୟର ଟ୍ରାଏଲ କରିବ ।

ଆଇସିଏମଆର୍‌-ନ୍ୟାଶନାଲ୍ ଏଡ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସହ ଜଡ଼ିତ ଡାକ୍ତର ଅଭିଜିତ୍ କଦମଙ୍କ କହିବା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ସାରା ଦେଶରେ ୧୯ଟି ସାଇଟ୍ ରହିଛି ଏବଂ ଏଥିରୁ ୪ଟି କେବଳ ପୁଣେରେ ରହିଛି । ଭଲ୍ୟୁଣ୍ଟିୟର୍ସଙ୍କୁ ଆଣିବା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବ । ସୂଚନାଯୋଗ୍ୟ, ସୀରମ୍ ଇନଷ୍ଟିଚ୍ୟୁଟ୍ କୋଭାଭାକ୍ସ ଭ୍ୟାକସିନର ଡେଭଲପ୍ କରିବା ପାଇଁ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ସହ ପାର୍ଟନରଶିପ୍ କରିଛି ।

କିଛିଦିନ ତଳେ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଅଦର ପୁନାୱାଲା କହିଥିଲେ ଯେ ଭାରତରେ କୋଭାଭାକ୍ସ ଭ୍ୟାକସିନକୁ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ମାର୍କେଟକୁ ଛଡ଼ାଯିବ । ରିପୋର୍ଟ ମୁତାବକ, କୋଭାଭାକ୍ସ ଭ୍ୟାକସିନ୍ କରୋନାର ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍ ଭାରିଆଣ୍ଟ ଉପରେ ବେଶ୍ ପ୍ରଭାବ ପକାଇବ । ସୀରମ ପକ୍ଷରୁ ପ୍ରସ୍ତୁତ କରୋନା ଭ୍ୟାକସିନ୍ କୋଭିଶିଲ୍ଡ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି ।

ସେପ୍ଟେମ୍ବର, ୨୦୨୦ରେ ନୋଭାଭାକ୍ସ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହ ମିଶି କରୋନା ଭାଇରସର ୨ ବିଲିୟନ୍ ଟିକା ପାଇଁ ପାର୍ଟନରଶିପର ଘୋଷଣା କରିଥିଲା । ଭାରତରେ ଏହି ଭ୍ୟାକସିନକୁ କୋଭାଭାକ୍ସ ନାମରେ ବିକ୍ରି କରାଯିବ ଏବଂ ଏହାକୁ ନୋଭାଭାକ୍ସ ବିକଶିତ କରିଛି ।

Related story