ମହାରାଷ୍ଟ୍ରରେ ଆଉ ୭ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣ ୭ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଉକ୍ତ ରାଜ୍ୟରେ  ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଛନ୍ତି। ସୂଚନା ଅନୁଯାୟୀ ଜଣେ ୪୪ ବର୍ଷୀୟ ମହିଳା ଗତ ନଭେମ୍ବର ୨୪ରେ ନାଇଜେରିଆର ଲାଗୋରୁ ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡରେ ତାଙ୍କ ଭାଇଙ୍କୁ ଭେଟିବାକୁ ଆସିଥିଲେ। ସମ୍ପୃକ୍ତ ମହିଳାଙ୍କ ସହ ଦୁଇ ଝିଅ, ତାଙ୍କ ଭାଇ, ଭାଇର ଦୁଇ ଝିଅ ମୋଟ […]

Omicron1

Tapas Behera
  • Published: Sunday, 05 December 2021
  • , Updated: 05 December 2021, 07:37 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣ ୭ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଉକ୍ତ ରାଜ୍ୟରେ  ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଛନ୍ତି। ସୂଚନା ଅନୁଯାୟୀ ଜଣେ ୪୪ ବର୍ଷୀୟ ମହିଳା ଗତ ନଭେମ୍ବର ୨୪ରେ ନାଇଜେରିଆର ଲାଗୋରୁ ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡରେ ତାଙ୍କ ଭାଇଙ୍କୁ ଭେଟିବାକୁ ଆସିଥିଲେ। ସମ୍ପୃକ୍ତ ମହିଳାଙ୍କ ସହ ଦୁଇ ଝିଅ, ତାଙ୍କ ଭାଇ, ଭାଇର ଦୁଇ ଝିଅ ମୋଟ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଛନ୍ତି।

ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେହିପରି ପୁଣେରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତି ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଆଜି ଦିଲ୍ଲୀରେ ଜଣେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ।  ଦିଲ୍ଲୀରୁ ଚିହ୍ନଟ ବ୍ୟକ୍ତିଜଣକ ତାଞ୍ଜାନିଆରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (ଏଲଏନଜେପି )ରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିପରି  କର୍ଣ୍ଣାଟକ ଓ ଗୁଜରାଟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏଥିସହ ଦେଶରେ ଓମିକ୍ରନ୍‌ ମାମଲା ୧୨କୁ ବୃଦ୍ଧି ପାଇଛି।

Related story