ଭାରତରେ ଆହୁରି ଭୟଙ୍କର ହେବ କରୋନା, ଦୈନିକ ୫ ହଜାରରୁ ଅଧିକ ଲୋକ ମରିବେ!

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆହୁରି ଭୟଙ୍କର ଆକଳନ କରିଛନ୍ତି ବିଶେଷଜ୍ଞ। ଆମେରିକାର ବିଶେଷଜ୍ଞମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ମେ’ ମାସ ମଧ୍ୟଭାଗରେ ଭାରତରେ କରୋନା ମୃତ୍ୟୁ ସବୁଠାରୁ ଅଧିକ ପିକ୍‌ରେ ରହିବ। ଏପରି କି ଦୈନିକ ୫୬୦୦ ଲୋକ ପ୍ରାଣ ହରାଇବେ। ଏବେ ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁବା ବେଳେ ଧୀରରେଧୀରେ ମୃତ୍ୟୁସଂଖ୍ୟା ୨୨ ଶହ ପାର କରିଛି। ଏହାକୁ ଦେଖି ଲୋକେ ଆତଙ୍କିତ ହେଉଥିବା ବେଳେ […]

corona2

Hemant Lenka
  • Published: Friday, 23 April 2021
  • , Updated: 23 April 2021, 09:51 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆହୁରି ଭୟଙ୍କର ଆକଳନ କରିଛନ୍ତି ବିଶେଷଜ୍ଞ। ଆମେରିକାର ବିଶେଷଜ୍ଞମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ମେ’ ମାସ ମଧ୍ୟଭାଗରେ ଭାରତରେ କରୋନା ମୃତ୍ୟୁ ସବୁଠାରୁ ଅଧିକ ପିକ୍‌ରେ ରହିବ।

ଏପରି କି ଦୈନିକ ୫୬୦୦ ଲୋକ ପ୍ରାଣ ହରାଇବେ। ଏବେ ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁବା ବେଳେ ଧୀରରେଧୀରେ ମୃତ୍ୟୁସଂଖ୍ୟା ୨୨ ଶହ ପାର କରିଛି। ଏହାକୁ ଦେଖି ଲୋକେ ଆତଙ୍କିତ ହେଉଥିବା ବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି। ଯଦି ବିଶେଷଜ୍ଞଙ୍କ ଆକଳନ ସତ ହୁଏ, ତା’ହେଲେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଦେଶରେ ପ୍ରାୟ ୩ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଇବେ।

ୱାଶିଂଟନ ବିଶ୍ୱବିଦ୍ୟାଳୟରେ ଥିବା ଆଇଏଚ୍‌ଏମଇ ପକ୍ଷରୁ ‘କୋଭିଡ୍‌-୧୯ ଆକଳନ’ ନାଁରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ ଭାରତର କରୋନା ସ୍ଥିତି କେତେ ଭୟଙ୍କର ହେବ, ତା’ର ତଥ୍ୟ ରହିଛି।

ଏଥିରେ କୁହାଯାଇଛି, ଆଗାମୀ ଦିନଗୁଡ଼ିକରେ ଭାରତର କରୋନା ସ୍ଥିତି ସବୁଠାରୁ ଭୟଙ୍କର ରୂପ ଧାରଣ କରିବ। ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ବିଶେଷଜ୍ଞମାନେ ବର୍ତ୍ତମାନ ଭାରତରେ ଚାଲିଥିବା କରୋନା ସଂକ୍ରମଣ ଓ ମୃତ୍ୟୁର ଟ୍ରେଣ୍ଡକୁ ତର୍ଜମା କରିଥିଲେ। ଏହାପରେ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କରୋନା ମୃତ୍ୟୁ ମେ’ ମାସ ମଧ୍ୟ ଭାଗରେ ପିକ୍‌ରେ ପହଞ୍ଚିବ। ମେ’ ୧୦ରେ ଦୈନିକ ମୃତ୍ୟୁସଂଖ୍ୟା ୫,୬୦୦ ରହିବ। ଏପ୍ରିଲ ୧୨ରୁ ଅଗଷ୍ଟ ୧ ମଧ୍ୟରେ ଆଉ ୩,୨୯,୦୦୦ ଲୋକଙ୍କ କରୋନାରେ ପ୍ରାଣ ହରାଇବେ ବୋଲି ଗବେଷକମାନେ ଆକଳନ କରିଛନ୍ତି।

ତେବେ ଗବେଷଣାରେ କୁହାଯାଇଛି ଯେ ଯଦି ଏପ୍ରିଲ ଶେଷ ସୁଦ୍ଧା ୯୫% ଲୋକ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବେ, ତା’ହେଲେ ମୋଟ ମୃତ୍ୟୁସଂଖ୍ୟା ୭୦ ହଜାରକୁ ହ୍ରାସ ପାଇପାରିବ। ୨୦୨୦ ମସିହା ସେପ୍ଟେମ୍ବର ମାସରୁ ୨୦୨୧ ଫେବୃଆରୀ ମଧ୍ୟ ଭାଗ ଯାଏ ଭାରତରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲା।

କିନ୍ତୁ ଏପ୍ରିଲ ମାସରେ ନାଟକୀୟ ଢଙ୍ଗରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସବୁ ରେକର୍ଡ ଭାଙ୍ଗି ଆଗକୁ ମାଡ଼ି ଚାଲିଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଦୈନିକ ସଂକ୍ରମଣ ଏବେ ଦୁଇ ଗୁଣ ହୋଇଯାଇଛି। ଏପ୍ରିଲ ପ୍ରଥମ ଓ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣ ୭୧% ବୃଦ୍ଧି ଘଟିଛି। ସେହିପରି ଦୈନିକ ମୃତ୍ୟୁସଂଖ୍ୟା ୫୫% ବଢ଼ିଛି। କରୋନା କଟକଣାର ଉଲ୍ଲଙ୍ଘନ ଓ ମାସ୍କ ପିନ୍ଧିବାରେ ଲୋକେ କୁଣ୍ଠାବୋଧ କରିବାରୁ ଏଭଳି ସ୍ଥିତି ଉପୁଜିଛି।

ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଦୈନିକ ସଂକ୍ରମଣ ୭୮ ହଜାର ଥିବା ବେଳେ ଏପ୍ରିଲ ପ୍ରଥମ ସପ୍ତାହରେ ଏହା ହଠାତ୍‌ ୧, ୩୩, ୪୦୦ରେ ପହଞ୍ଚି ଯାଇଥିଲା। ସେହିପରି ଏହି ସମୟରେ ଦୈନିକ ମୃତ୍ୟୁ ୯୭୦ରୁ ବଢ଼ି ହାରାହାରି ୧୫ଶହ ଛୁଇଁଥିଲା। ଛତିଶଗଡ଼, ମହାରାଷ୍ଟ୍ର ଓ ପଞ୍ଜାବରେ ମୃତକଙ୍କ ସଂଖ୍ୟା ଅଧିକ ରେକର୍ଡ ହୋଇଥିବା ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି, ଏପ୍ରିଲ ୧୨ ସୁଦ୍ଧା ଦେଶର ୨୪% ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି।ଆଇଏଚ୍ଏମଇର ବିଶେଷଜ୍ଞମାନେ ଆଶା ରଖିଛନ୍ତି ଯେ ଭାରତରେ ଆରମ୍ଭ ହୋଇଥିବା ଟିକାକରଣ ଜୋରଦାର ହେବ। ଟିକାକରଣ ଜୋରଦାର ହେଲେ ଜୁଲାଇ ଶେଷ ସୁଦ୍ଧା ଆକଳନ ଠାରୁ ମୃତ୍ୟୁମୁଖରୁ ୮୫,୬୦୦ ଜଣଙ୍କ ଜୀବନ ରକ୍ଷା କରାଯାଇପାରିବ।

Related story