ଯମୁନା ପରେ ଗଙ୍ଗାରେ ଭାସିଲା ୪୦ରୁ ଅଧିକ ଶବ

ପାଟନା: ମହାମାରୀ କରୋନା ସମୟରେ ନଦୀରେ ଶବ ଭାସିବା ଖବର ଆସିବାରେ ଲାଗିଛି। ପ୍ରଥମେ ଯମୁନାରେ କୁଢ଼କୁଢ଼ ଶବ ଭାସୁଥିବା ବେଳେ ଆଜି ଗଙ୍ଗାରୁ ସମାନ ଚିତ୍ର ସାମ୍ନାକୁ ଆସିଛି। ବିହାରର ବକ୍ସର ଦେଇ ଯାଇଥିବା ଗଙ୍ଗା ନଦୀରେ ଆଜି ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ଚୌସା ସହରର ଲୋକମାନେ ଏଭଳି ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଛନ୍ତି। ଶବ ଗୁଡ଼ିକ ଅଧା ପୋଚି ଯାଇଥିବା ବେଳେ ଗଙ୍ଗା କୂଳରେ ଲାଗି ରହିଥିବା […]

Ganga

Hemant Lenka
  • Published: Monday, 10 May 2021
  • , Updated: 10 May 2021, 07:00 PM IST

ପାଟନା: ମହାମାରୀ କରୋନା ସମୟରେ ନଦୀରେ ଶବ ଭାସିବା ଖବର ଆସିବାରେ ଲାଗିଛି। ପ୍ରଥମେ ଯମୁନାରେ କୁଢ଼କୁଢ଼ ଶବ ଭାସୁଥିବା ବେଳେ ଆଜି ଗଙ୍ଗାରୁ ସମାନ ଚିତ୍ର ସାମ୍ନାକୁ ଆସିଛି। ବିହାରର ବକ୍ସର ଦେଇ ଯାଇଥିବା ଗଙ୍ଗା ନଦୀରେ ଆଜି ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ଚୌସା ସହରର ଲୋକମାନେ ଏଭଳି ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଛନ୍ତି। ଶବ ଗୁଡ଼ିକ ଅଧା ପୋଚି ଯାଇଥିବା ବେଳେ ଗଙ୍ଗା କୂଳରେ ଲାଗି ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଆଜି ସକାଳୁ ଲୋକମାନେ ନଦୀରେ ଶବ ଭାସି କୂଳରେ ଲାଗିଥିବା ଦେଖି ପ୍ରଶାସନକୁ ଖବର ଦେଇଥିଲେ। ସ୍ଥାନୀୟ ପ୍ରଶାସନ ମତରେ ଶବ ଗୁଡ଼ିକ ଉତ୍ତର ପ୍ରଦେଶରୁ ଏଠାକୁ ଭାସି ଆସିଛି। ସେଠାରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ସ୍ଥାନ ମିଳୁନି। ଏଥିପାଇଁ ସେମାନେ ଶବଗୁଡ଼ିକୁ ନଦୀରେ ଭସାଇ ଦେଇଛନ୍ତି।

ଚୌସା ଜିଲ୍ଲା ଅଧିକାରୀ କହିଛନ୍ତି, ୪୦ରୁ ୪୫ଟି ଶବ ଭାସୁଥିବା ଦେଖିବାକୁ ମିଳିଛି। ଚୌସାର ମହାଦେବ ଘାଟ ନିକଟରୁ ଏପରି ଦୃଶ୍ୟ ଆସିଛି। ଲୋକମାନେ ଶବକୁ ନଦୀରେ ଫିଙ୍ଗି ଦେଉଥିବାରୁ କିଛି ଗଙ୍ଗାରେ ଭାସି ଆସି ଏଠାରେ ପହଞ୍ଚିଛି। ପ୍ରାୟ ୧୦୦ଟି ଶବ ନଦୀ ସାରା ରହିଥିବା ଆଶଙ୍କା କରାଯାଉଛି। ଶବ ଗୁଡ଼ିକ ୫ରୁ ୭ ଦିନ ତଳର ଭଳି ମନେ ହେଉଛି। ଆମେ ଶବଗୁଡ଼ିକୁ ସତ୍କାର କରିବୁ। ଶବ ଗୁଡ଼ିକ ଉତ୍ତର ପ୍ରଦେଶର କେଉଁ ସହରରୁ ଆସିଛି, ତାହାର ତଦନ୍ତ କରାଯାଉଛି। ବାରାଣସୀ, ଆହ୍ଲାବାଦ କିମ୍ବା ବାହରାଇଚିରୁ ଏଗୁଡ଼ିକୁ ଭସାଇ ଦିଆଯାଇଥିବା ଜଣାପଡ଼ୁଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ନଦୀରେ କରୋନା ରୋଗୀଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇଛନ୍ତି। ନଦୀ ଜଳରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବା ସେମାନେ କହିଛନ୍ତି। କୁକୁରମାନେ ମଧ୍ୟ ଶବଗୁଡ଼ିକୁ ଝୁଣୁଥିବା ଦୃଶ୍ୟ ଆସିଥିବାରୁ ସ୍ଥାନୀୟ ଅଞ୍ଚଳରେ କରୋନା ବିସ୍ଫୋରଣର ସମ୍ଭାବନା ଥିବା ଲୋକମାନେ କହିଛନ୍ତି।

Related story