ଏବେ କରୋନା ଟାର୍ଗେଟରେ ଛୋଟ ପିଲା! ୫ ରାଜ୍ୟରୁ ଚିହ୍ନଟ ହେଲେଣି ୮୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି। ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଅଧିକ ବେଗରେ ସଂକ୍ରମିତ କରୁଛି। କରୋନା ଏବେ ଯୁବଗୋଷ୍ଠୀ ଓ ଛୋଟ ପିଲାଙ୍କୁ ଅଧିକ ମାତ୍ରାରେ ଟାର୍ଗେଟ କରିବା ଆରମ୍ଭ କରିଛି। ପ୍ରଥମ ଲହରୀ ବେଳେ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କ ପ୍ରତି ସଂକ୍ରମଣର ଭୟ ଥିଲା। ହେଲେ ଏବେ ସ୍ଥିତି ବଦଳିବା ସହ କରୋନା ମଧ୍ୟ ତା’ର ଆଭିମୁଖ୍ୟ ବଦଳାଇବା […]

corona

Hemant Lenka
  • Published: Wednesday, 07 April 2021
  • , Updated: 07 April 2021, 09:05 PM IST

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି। ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଅଧିକ ବେଗରେ ସଂକ୍ରମିତ କରୁଛି। କରୋନା ଏବେ ଯୁବଗୋଷ୍ଠୀ ଓ ଛୋଟ ପିଲାଙ୍କୁ ଅଧିକ ମାତ୍ରାରେ ଟାର୍ଗେଟ କରିବା ଆରମ୍ଭ କରିଛି।

ପ୍ରଥମ ଲହରୀ ବେଳେ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କ ପ୍ରତି ସଂକ୍ରମଣର ଭୟ ଥିଲା। ହେଲେ ଏବେ ସ୍ଥିତି ବଦଳିବା ସହ କରୋନା ମଧ୍ୟ ତା’ର ଆଭିମୁଖ୍ୟ ବଦଳାଇବା ଭଳି ଅନୁମେୟ ହେଉଛି। କାରଣ ମାର୍ଚ୍ଚ ୧ରୁ ଏପ୍ରିଲ ୪ ମଧ୍ୟରେ ୫ ରାଜ୍ୟର ୭୯,୬୮୮ ଜଣ ଛୋଟ ପିଲା କରୋନା ପଞ୍ଝାରେ ପଡ଼ିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ମିଳିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ଏଯାଏ ଛୋଟ ପିଲାଙ୍କ ପାଇଁ କୌଣସି କରୋନା ଟିକା ବାହାରି ନାହିଁ। ଆଷ୍ଟ୍ରାଜେନେକା ଛୋଟ ପିଲାଙ୍କ ଉପରେ ଟିକାର ପ୍ରଭାବ କ’ଣ ରହୁଛି, ତା’ର ପରୀକ୍ଷା ଆରମ୍ଭ କରିଥିଲା। କିନ୍ତୁ ବ୍ରିଟେନରେ ଏହି ପରୀକ୍ଷା ଉପରେ ବର୍ତ୍ତମାନ ରୋକ ଲଗାଇ ଦିଆଯାଇଛି। କାରଣ ଟିକା ନେଲେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ସୃଷ୍ଟି ହେଉଥିବାରୁ ସରକାର ଏହାକୁ ବନ୍ଦ ରଖିଛନ୍ତି। ଏସବୁ କଥା ବିଚାରକୁ ନେଲେ ଛୋଟ ପିଲାଙ୍କ ପାଇଁ କେବେ ଟିକା ଆସିବ, ତା’ର ଉତ୍ତର କେହି ବି ଦେଇ ପାରୁନାହାନ୍ତି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମାର୍ଚ୍ଚ ୧ରୁ ଏପ୍ରିଲ ୪ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୬୦,୬୮୪ ଜଣ ଛୋଟ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ୯,୮୮୨ ଜଣଙ୍କ ବୟସ ୫ ବର୍ଷରୁ କମ। ଛତିଶଗଡ଼ରେ ୬,୯୪୦ ଜଣ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୨୨ ଜଣଙ୍କ ବୟସ ୫ ବର୍ଷରୁ କମ। କର୍ଣ୍ଣାଟକାରେ କରୋନାରେ ଆକ୍ରାନ୍ତ ହୋଇଥିବା ୭,୩୨୭ ଜଣ ଛୋଟ ପିଲାଙ୍କ ମଧ୍ୟରୁ ୮୭୧ ଜଣଙ୍କ ବୟସ ୫ ବର୍ଷରୁ କମ। ଉତ୍ତର ପ୍ରଦେଶରେ ୩୦୦୪ ଜଣ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୧ଙ୍କ ବୟସ ୫ ବର୍ଷରୁ କମ।

ଦିଲ୍ଲୀରେ ଥିବା ରାମ ମନୋହର ଲୋହିଆ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ ଜାତୀୟ ରାଜଧାନୀରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ କରୋନା ୨,୭୩୩ ଜଣ ଛୋଟ ପିଲାଙ୍କୁ ସଂକ୍ରମଣ କରିଛି। ଏମାନଙ୍କ ମଧ୍ୟରୁ ୪୪୧ ଜଣଙ୍କ ବୟସ ୫ ବର୍ଷ କମ।

ବିଶେଷଜ୍ଞଙ୍କ ମତରେ ଛୋଟ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଛି। ସେହିପରି ସେମାନେ ଠିକ୍‌ ଭାବେ କରୋନା ପାଇଁ ଜାରି କଟକଣାକୁ ପାଳନ କରିବାକୁ ସକ୍ଷମ ହେଉନାହାନ୍ତି। ତେଣୁ କରୋନାର ଦ୍ୱିତୀୟ ଲହରୀ ପଞ୍ଝାରେ ସେମାନେ ଅଧିକ ସଂଖ୍ୟାରେ ପଡ଼ୁଛନ୍ତି।

Related story