ଏମ୍ସ ମୁଖ୍ୟଙ୍କ ବଡ଼ ସୂଚନା: ସେପ୍ଟେମ୍ବରରୁ ଭାରତରେ ଛୋଟ ପିଲାମାନଙ୍କୁ ମିଳିପାରେ ଟିକା

ନୂଆଦିଲ୍ଲୀ: ସେପ୍ଟମ୍ବର ସୁଦ୍ଧା ଦେଶରେ କରୋନା ବିରୋଧରେ ଛୋଟ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ। କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଜି ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ କହିଛନ୍ତି। ସେ କହିଛନ୍ତି, “ଜାୟଡସ କାଡିଲା ଛୋଟ ପିଲାମାନଙ୍କ ଉପରେ ଟିକାର ପରୀକ୍ଷଣ ଶେଷ କରି ସାରିଛି। ସେମାନେ କେବଳ ଜରୁରୀ କାଳୀନ ବ୍ୟବହାର ପାଇଁ ମିଳିବାକୁ ଥିବା ଅନୁମତିକୁ ଅପେକ୍ଷା କରିଛନ୍ତି। ସେହିପରି ଭାରତ ବାୟୋଟେକର […]

Vaccine

Hemant Lenka
  • Published: Saturday, 24 July 2021
  • , Updated: 24 July 2021, 06:12 PM IST

ନୂଆଦିଲ୍ଲୀ: ସେପ୍ଟମ୍ବର ସୁଦ୍ଧା ଦେଶରେ କରୋନା ବିରୋଧରେ ଛୋଟ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ। କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଜି ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ କହିଛନ୍ତି।

ସେ କହିଛନ୍ତି, “ଜାୟଡସ କାଡିଲା ଛୋଟ ପିଲାମାନଙ୍କ ଉପରେ ଟିକାର ପରୀକ୍ଷଣ ଶେଷ କରି ସାରିଛି। ସେମାନେ କେବଳ ଜରୁରୀ କାଳୀନ ବ୍ୟବହାର ପାଇଁ ମିଳିବାକୁ ଥିବା ଅନୁମତିକୁ ଅପେକ୍ଷା କରିଛନ୍ତି। ସେହିପରି ଭାରତ ବାୟୋଟେକର କୋଭାକ୍ସିନର ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ।

ଏହି ସମୟରେ ଆମେ ଟିକାର ବ୍ୟବହାର ଛୋଟ ପିଲାମାନଙ୍କ ଉପରେ କରିବାକୁ ଅନୁମତି ପାଇ ସାରିଥିବୁ। ଫାଇଜର ଟିକାକୁ ଆମେରିକାର ଏଫଡିଏ ଛୋଟ ପିଲାମାନଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ଦେଇ ସାରିଛି। ଆମର ଆଶା ସେପ୍ଟେମ୍ବର ସୁଦ୍ଧା ଆମେ ଛୋଟ ପିଲାମାନଙ୍କର ଟିକାକରଣ ଆରମ୍ଭ କରିବୁ। ଏହା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଗୋଟିଏ ବଡ଼ ପଦକ୍ଷେପ ହେବ।”

ଆମକୁ ଛୋଟ ପିଲାମାନଙ୍କର ଟିକାକରଣ ପାଇଁ ଦେଶରେ ତିଆରି ହେଉଥିବା ଟିକା ହାସଲ କରିବା ଦରକାର। ଏଥିପାଇଁ ଜାୟଡସ ଓ ଭାରତ ବାୟୋଟେକ ବେଶ ଗୁରୁତ୍ୱପୂର୍ଣ୍ଣ। ଫାଇଜର ଟିକା ମଧ୍ୟ ସୁରକ୍ଷିତ ବୋଲି ଅନେକ ତଥ୍ୟ ମିଳିଛି। କିନ୍ତୁ ଏହା ବିଦେଶୀ କମ୍ପାନୀ ହୋଇଥିବାରୁ ଛୋଟ ପିଲମାନଙ୍କ ଟିକାକରଣ ପାଇଁ ଆମକୁ ପର୍ଯ୍ୟାପ୍ତ ପରିମାଣର ଡୋଜ୍‌ ମିଳିବ ବୋଲି ଆଶା କରାଯାଇ ନପାରେ। ତଥାପି ସେପ୍ଟେମ୍ବର ସୁଦ୍ଧା ଆମ ପାଖରେ ଏକାଧିକ ଟିକା ରହିଥିବ ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି।

Related story