ରହସ୍ୟର ରାଣୀ ଇନ୍ଦ୍ରାଣୀ: ପାତାଳ ଭିତରେ ଲୁଚି ପାରିଲାନି ପାପ କାହାଣୀ

ନୂଆଦିଲ୍ଲୀ: ସନ୍ତାନହତ୍ୟାକାରୀ ମା’କୁ ମିଳିଛି ଜେଲରୁ ମୁକ୍ତି । ନିର୍ଦ୍ଦୋଷ ନୁହେଁ ଜାମିନ ମିଳିଛି। ଝିଅକୁ ହତ୍ୟା କରି କାରାଦଣ୍ଡ ଭୋଗୁଥିବା ମା’ ଦୀର୍ଘ ୬ ବର୍ଷ ପରେ ଜାମିନ୍ ପାଇଛି । ଏ କାହାଣୀ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର । ଆଉ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ମା’ ଇନ୍ଦ୍ରାଣୀ ମୁଖାର୍ଜୀଙ୍କର । ପାରିବାରିକ ବିବାଦର ଏହି କରୁଣ ପରିଣତି ଦେଶବ୍ୟାପି ବଡ଼ ଆଲୋଡ଼ନ ସୃଷ୍ଟି  କରିଥିଲା । ହେଲେ କିଏ […]

indrani

indrani

Ordigital Desk
  • Published: Saturday, 21 May 2022
  • Updated: 21 May 2022, 04:24 PM IST

Sports

Latest News

ନୂଆଦିଲ୍ଲୀ: ସନ୍ତାନହତ୍ୟାକାରୀ ମା’କୁ ମିଳିଛି ଜେଲରୁ ମୁକ୍ତି । ନିର୍ଦ୍ଦୋଷ ନୁହେଁ ଜାମିନ ମିଳିଛି। ଝିଅକୁ ହତ୍ୟା କରି କାରାଦଣ୍ଡ ଭୋଗୁଥିବା ମା’ ଦୀର୍ଘ ୬ ବର୍ଷ ପରେ ଜାମିନ୍ ପାଇଛି । ଏ କାହାଣୀ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର । ଆଉ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ମା’ ଇନ୍ଦ୍ରାଣୀ ମୁଖାର୍ଜୀଙ୍କର । ପାରିବାରିକ ବିବାଦର ଏହି କରୁଣ ପରିଣତି ଦେଶବ୍ୟାପି ବଡ଼ ଆଲୋଡ଼ନ ସୃଷ୍ଟି  କରିଥିଲା । ହେଲେ କିଏ ସେହି  ସିନା ବୋରା ? କଣ ପାଇଁ ଝିଅକୁ ମାରି ଦେଲେ ନିଜ ଜନ୍ମକଲା ମା। ପୂରା ଘଟଣାର ରହସ୍ୟ ଥିଲା ଏମିତି।

ଇନ୍ଦ୍ରାଣୀ ମୁଖାର୍ଜୀ। INX MEDIAର ପୂର୍ବତନ ସିଇଓ ଏବଂ ଷ୍ଟାର ଇଣ୍ଡିଆର ସିଇଓ ପିଟର ମୁଖାର୍ଜୀଙ୍କ ପୂର୍ବତନ ପତ୍ନୀ।  ଆସାମର ଏକ ଛୋଟ ଗାଁରୁ ଆସିଥିବା ଇନ୍ଦ୍ରାଣୀ ମାତ୍ର ୩୦ ବର୍ଷରେ ମୁମ୍ବାଇରେ ରାଜ କରିଥିଲେ । ଏକ  ମଧ୍ୟବିତ୍ତ ପରିବାରରୁ ଆସି କୋଟି କୋଟି ଟଙ୍କାର ମାଲିକାଣୀ ସାଜି ଥିଲେ ସେ ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରକୃତ ନାମ ପରି ବୋରା । ଆସାମରେ ଜନ୍ମିତ ଇନ୍ଦ୍ରାଣୀ ପିଲାଟି ବେଳୁ ନିଜ ପିତାଙ୍କୁ ହାରଇଥିଲେ। ମା ଦୁର୍ଗାରାଣୀ ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ଉପେନ୍ଦ୍ର କୁମାର ବୋରାଙ୍କୁ ବିବାହ କରିଥିଲେ । ଅର୍ଥାତ୍ ଉପେନ୍ଦ୍ର ବୋରା ପରି ବୋରାଙ୍କ ସାବତ ବାପା ଥିଲେ । ପିଲା ବେଳୁ ଉପେନ୍ଦ୍ରଙ୍କ ଦ୍ୱାରା ଶୋଷଣ ହୋଇଥିବା ପରି,ମାତ୍ର ୧୪ ବର୍ଷରେ ଗାଁ ଛାଡି ଗୌହାଟୀ ସେଣ୍ଟମେରୀ ସ୍କୁଲରେ ପାଠ ପଢିବାକୁ ଚାଲି ଆସିଲେ ।

ସେଠାରେ ନିଜ ଶିକ୍ଷକ ସିଦ୍ଧାର୍ଥ ଦାସଙ୍କ ସହ ତାଙ୍କ ପ୍ରେମ ସଂପର୍କ ବଢିବାକୁ ଲାଗିଲା । ମାତ୍ର ୧୭ ବର୍ଷ ବୟସରେ ପରି ଓରଫ ଇନ୍ଦ୍ରାଣୀ ୨ଟି ଛୁଆର ମା ମଧ୍ୟ ହୋଇ ସାରିଥିଲେ । ହେଲେ ସିଦ୍ଧାର୍ଥଙ୍କୁ ବିବାହ କଲେ ନାହିଁ । ଝିଅ ସିନା ଓ ପୁଅ ମିଖାଇଲଙ୍କୁ ନେଇ ସେ ଶେଷଥର ପାଇଁ ନିଜ ଗାଁକୁ ଫେରିଲେ ଇନ୍ଦ୍ରାଣୀ । ଉଭୟଙ୍କୁ ନିଜ ବାପାମାଙ୍କ ପାଖରେ ଛାଡି ନିଜ ସ୍ୱପ୍ନର ଦୁନିଆ ଖୋଜିବାକୁ ସିଲଙ୍ଗ ବାହାରି ଆସିଲେ  ଇନ୍ଦ୍ରାଣୀ । ଶିଲଙ୍ଗରୁ ଉଚ୍ଚ ଶିକ୍ଷା ସାରିବା ପରେ, ପରି ବୋରା ଚାକିରି ଅନୁସନ୍ଧାନରେ କୋଲକତା ଚାଲିଆସିଲେ । ସେଠାରେ ପରି ନିଜକୁ ଇନ୍ଦ୍ରାଣୀ ଭାବେ ପରିଚିତ କରିଥିଲେ । କୋଲକତା ରହଣୀର ମାତ୍ର କିଛି ମାସ ପରେ ସଞ୍ଜୀବ ଖାନା ନାମକ ଜଣେ ବ୍ୟବସାୟୀ ସହ ତାଙ୍କର ସଂପର୍କ ଗଢି ଉଠିଲା । ଆଉ ୧୯୯୩ରେ  ଉଭୟ ଇନ୍ଦ୍ରାଣୀ ଓ ସଂଜୀବ ବିବାହ କଲେ । ବିବାହର ୪ ବର୍ଷ ପରେ ତାଙ୍କର ବିଧି ନାମକ ଏକ ଝିଅ ହେଲା । ହେଲେ ଅର୍ଥ ଲୋଭ ହେଉକି, ଆଗାକୁ ବଢିବାର ନିଶା ଇନ୍ଦ୍ରାଣୀକୁ ପରିବାରର ମୋହମାୟା ଭିତରେ ବାନ୍ଧି ରଖି ପାରିଲା ନାହିଁ ।

୨୦୨୧ରେ ସଞ୍ଜୀବ ଖାନାଙ୍କୁ ଛାଡ଼ପତ୍ର ଦେଇ ଇନ୍ଦ୍ରାଣୀ ମୁମ୍ବାଇ ଚାଲି ଆସିଲେ। । ଆଉ ସେଠାରେ ଏକ ମାର୍କେଟିଂ କଲସେଣ୍ଟରରେ କାମ କଲେ। । ମୁମ୍ବାଇରେ ଷ୍ଟାର ଇଣ୍ଡିଆର ସିଇଓ ପିଟର ମୁଖାର୍ଜୀଙ୍କ ସହ ତାଙ୍କର ଦେଖା ଦେଲା । ଆଉ ମାତ୍ର ୩ ମାସ ମଧ୍ୟରେ ସଂପର୍କ ବେଶ ଆଗକୁ ବଢି ଚାଲିଲା । ୪୬ ବର୍ଷୀୟ ପିଟର ଇନ୍ଦ୍ରାଣୀଙ୍କ ପ୍ରେମରେ ଏମିତି ଫସିଲେ ଯେ, ନିଜଠୁ ୧୬ ବର୍ଷ ସାନ ମହିଳାଙ୍କୁ ବିବାହ କରିବାକୁ ଜିଦି ଧରି ବସିଲେ । ୨୦୦୨ରେ ଉଭୟ ବିବାହ କଲେ ଏବଂ  ଇନ୍ଦ୍ରାଣୀ ତାଙ୍କ ଝିଅ ବିଧିର କଷ୍ଟୋଡି ମଧ୍ୟ ନିଜ ଅଧୀନକୁ ନେଇ ଆସିଲେ । ଏହା ପରେ ରାତାରାତି  ଭାରତର ଏକ ସେଲିବ୍ରେଟି ହୋଇଗଲେ ଆସାମର ଝିଅ ପରି ବୋରା ଓରଫ ଇନ୍ଦ୍ରାଣୀ ମୁଖାର୍ଜୀ ।

ଷ୍ଟାର ଇଣ୍ଡିଆ ପରିବାର ସହ ଯୋଡି ହୋଇଯାଇଥିବା ଇନ୍ଦ୍ରାଣୀ ଟିଭି ପରଦା, ଖବର କାଗଜ, ନ୍ୟୁଜ ଚ୍ୟାନେଲ ଠାରୁ ନେଇ ବିଭିନ୍ନ ପତ୍ର ପତ୍ରିକାରେ ସ୍ଥାନ ପାଇଲେ । ଆଉ ଏହି ଠାରୁ ହିଁ ଇନ୍ଦ୍ରାଣୀଙ୍କ ଜୀବନରେ ପୁଣି ଥରେ ଏଣ୍ଟ୍ରି ହେଲା ଝିଅ ସିନା ବୋରା ଓ ପୁଅ ମିଖାଇଲଙ୍କର । ନିଜ ଜନ୍ମକଲା ମାଙ୍କୁ ଟିଭିରେ ଦେଖି ସେମାନେ ଇନ୍ଦ୍ରାଣୀ ସହ ଯୋଗାଯୋଗ କଲେ । ବାରମ୍ବାର ଷ୍ଟାର ଇଣ୍ଡିଆ ଅଫିସକୁ ଇନ୍ଦ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିଠି ପଢାଇବା ପରେ, ଶେଷରେ ଦୀର୍ଘ ୧୪ ବର୍ଷ ପରେ ନିଜ ଛୁଆଙ୍କୁ ଭେଟିବା ପାଇଁ କୋଲକତା ଆସିଲେ ଇନ୍ଦ୍ରାଣୀ ।

କିନ୍ତୁ ପଇସା ଓ ପ୍ରତିଷ୍ଠା ଭିତରେ ଇନ୍ଦ୍ରାଣୀ ଏମିତି ହଜିଯାଇଥିଲେ ଯେ, ନିଜ ଛୁଆଙ୍କ ମା ବୋଲି ପରିଚୟ ଦେବାକୁ ପଛଘୁଞ୍ଚା ଦେଇଥିଲେ । ସିନା ଓ ମିଖାଇଲଙ୍କୁ ନିଜ ଛୁଆ ନୁହେଁ ବରଂ ନିଜ ସାନ ଭାଇ ଭଉଣୀ ଭାବେ ପରିଚୟ କରିବାକୁ ଚାହିଁଲେ ଇନ୍ଦ୍ରାଣୀ । ପଇସାର ଲାଳସା ଦେଖାଇ ପୂରା ପରିବାକୁ ବୁଝାଇବାକୁ ଚେଷ୍ଟା କରି ସଫଳ ମଧ୍ୟ ହୋଇଗଲେ । ମିଖାଇଲ ଆସାମରେ ରହି ପଢୁଥିବା ବେଳେ ତାର ପୂରା ଖର୍ଚ୍ଚ ଇନ୍ଦ୍ରାଣୀ ହିଁ ବହନ କରୁଥିଲେ । ଅପର ପକ୍ଷେ ସିନା ବୋରାଙ୍କୁ ମୁମ୍ବାଇ ନେଇ ଆସିଲେ ଇନ୍ଦ୍ରାଣୀ । ଆଉ ନିଜ ସ୍ୱାମୀଙ୍କୁ ସାନ ଭଉଣୀ ବୋଲି ପରିଚିତ କରାଇଲେ । ଯାହାକୁ ସହଜରେ ଗ୍ରହଣ କରିନେଲେ ସ୍ୱାମୀ ପିଟର ମୂଖାର୍ଜୀ । ଏହି ଠୁ ହିଁ ଆରମ୍ଭ ହେଲା କାହାଣୀରେ ଟୁଇଷ୍ଟ ।

ପିଟର ମୁଖାର୍ଜୀଙ୍କ ପ୍ରଥମ ପତ୍ନୀଙ୍କ ଔରଷରୁ ଗୋଟିଏ ପୁଅ ଥିଲା। ତାର ନାମ ରାହୁଲ ମୁଖାର୍ଜୀ । ରାହୁଲ  ମଧ୍ୟ ନିଜର ପଢା ସରିବା ପରେ ବିଦେଶରୁ ଆସି ପରିବାର ସହ ରହୁଥିଲେ । ସିନା ବୋରା  ଯଦିଓ ଭଡା ଘରେ  ରହୁଥିଲେ, କିନ୍ତୁ  ମା ଇନ୍ଦ୍ରାଣୀଙ୍କୁ ସାକ୍ଷାତ କରିବାକୁ ପିଟରଙ୍କ ଘରକୁ ନିୟମିତ ଆସୁଥିଲେ । ଆଉ ଏଠାରେ ସିନା ସହ ରାହୁଲଙ୍କ ସାକ୍ଷାତ ହେଲା । ୨୦୦୭ରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା । ଜଣେ ବାପାର ସନ୍ତାନ ଥିଲେ ଆଉ ଜଣେ ମାର । ତେଣୁ ଏମିତି ଦେଖିଲେ ସଂପର୍କରେ ଉଭୟ ସାବତ ଭାଇ ଭଉଣୀ । ତେଣୁ ସିନା ଓ ରାହୁଲଙ୍କ ସଂପର୍କକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ ମା ଇନ୍ଦ୍ରାଣୀ । ଏପରିକି ଶାଳୀ ସହ ନିଜ ପୁଅର ପ୍ରେମ ସଂପର୍କକୁ ମଧ୍ୟ ପିଟର ମୂଖାର୍ଜୀ ନାପସନ୍ଦ କଲେ । ଆଉ ରାହୁଲଙ୍କୁ ଘରୁ ବାହାର କରିଦେଲେ । ହେଲେ ସେମାନଙ୍କ ପ୍ରେମରେ କୌଣସି ଫରକ ପଡିଲାନି । ବରଂ ଉଭୟ ଘଡା ଘରେ ଏକାଠି ରହିବାକୁ ଲାଗିଲେ ।

ଏହାରି ଭିତରେ ଷ୍ଟାର ନେଟୱାର୍କ ଛାଡି ଉଭୟ ସ୍ୱାମୀ ସ୍ତ୍ରୀ INX MEDIA NETWORK  ବୋଲି ନିଜର ଏକ କମ୍ପାନୀ ଖୋଲି ସାରିଥିଲେ । ୧୭ଟି ଚ୍ୟାନେଲ ଖୋଲି ମିଡିଆ ଜଗତର ବାଦଶାହା ହେବା ଲକ୍ଷରେ ପ୍ରାୟ ୮ ଶହ କୋଟି ଟଙ୍କାର ନିବେଶ କଲେ । ଯାହାର ସିଇଓ ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ । କିନ୍ତୁ ପରିବର୍ତ୍ତୀ ସମୟରେ ଏହି କମ୍ପାନୀବି ସେ ବିକ୍ରୀ କରି ଦେଲେ । ଆଉ ଉଭୟ ପିଟର ଓ ଇନ୍ଦ୍ରାଣୀ ଝିଅ ବିଧି ସହ  ଲଣ୍ଡନର ବିଷ୍ଟ୍ରେଲର ରହିବାକୁ ଲାଗିଲେ । କିନ୍ତୁ ଲଣ୍ଡନରେ ରହି ମଧ୍ୟ ଇନ୍ଦ୍ରାଣୀ ସିନା ବୋରା ଉପରେ ନଜର ରଖିଥିଲେ । ତେଣୁ ସ୍ୱାମୀ ଓ ଝିଅକୁ ଲଣ୍ଡନରେ ଛାଡି କିଛି ଦିନ ପାଇଁ  ମୁମ୍ବାଇ ଆସିଥିଲେ ଇନ୍ଦ୍ରାଣୀ । ଆଉ ରଚିଥିଲେ ସିନା ବୋରା ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ।

୨୦୧୨ ଏପ୍ରିଲ ୨୪ ତାରିଖ । ମୁମ୍ବାଇ ଫେରିବା ପରେ ସିନାକୁ ଦେଖା କରିବାକୁ ଡାକିଲେ ଇନ୍ଦ୍ରାଣୀ । ଆଉ ଉଭୟ କାରରେ ଯାଇ ଶାଢୀ  ଓ ଗହଣା  କିଣିଲେ । ସିନାକୁ ନିଜ ବିଶ୍ୱାସକୁ ନେବାକୁ ପୁରା ଚେଷ୍ଟା କରିଥିଲେ ଇନ୍ଦ୍ରାଣୀ । ପୂର୍ବ ପ୍ଲାନ ମୁତାବକ୍  ସିନାଙ୍କୁ ମାରିବା ପାଇଁ  ଇନ୍ଦ୍ରାଣୀ ନିଜର ଦ୍ୱିତୀୟ ସ୍ୱମୀ ସଂଜୀବ ଖାନାର ସାହାଯ୍ୟ ନେଇଥିଲେ । ସଂଜୀବ ଓ ଇନ୍ଦ୍ରାଣୀ  ମିଳିମିଶି ସିନା ବୋରାଙ୍କୁ ସେହି କାରରେ ହିଁ ତଣ୍ଟି ଚିପି ମାରିଦେଲେ । ଶବକୁ ଆଣି ପିଟରଙ୍କ ୱର୍ଲିସ୍ଥିତ ଗ୍ୟାରେଜରେ  ସେହି କାରରେ ହିଁ  ରଖିଲେ । ତାପର ଦିନ ମୁମ୍ବାଇ ଠାରୁ ପ୍ରାୟ ୩୦ କିଲୋ ମିଟର ଦୂର ରାୟଗଡ ଜଙ୍ଗଲରେ ସିନାର ମରଶରୀରକୁ ଗୋଟିଏ ଗାତ ଖୋଳି ପ୍ରଥମେ ପେଟ୍ରୋଲ ପକାଇ ପୋଡିଲେ ଆଉ ତା ପରେ ମାଟି ତଳେ ପୋତି ଦେଲେ । ଆଉ ଏହା ପରେ ପୁଣି ଲଣ୍ଡନ ଫେରି ଯାଇଥିଲେ ଇନ୍ଦ୍ରାଣୀ । ପରେ ୨୦୧୫ ଜାନୁୟାରୀରେ ମୁମ୍ବାଇ ଫେରି ଆସିଥିଲେ ଇନ୍ଦ୍ରାଣୀ।  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos