ଡ୍ରଗ୍ସ ପାର୍ଟି ମାମଲା: କୋଡ୍‌ୱାର୍ଡ 'ଫୁଟ୍‌ବଲ୍'ର ଖୁଲାସା କଲା ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବିର ବଡ ଖୁଲାସା। ହ୍ୱାଟସଆପ୍‌ ଚାଟ୍‌ର କୋଡୱାର୍ଡକୁ ନେଇ ଖୁଲାସା କରିଛି। ଏହି ମାମଲାରେ ଧରାପଡିଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତ କୋର୍ଡୱାର୍ଡ ବ୍ୟବହାର କରି ଡ୍ରଗ୍ସ କାରବାର କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦାବି କରିଛି। କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଗତକାଲି ବେଲ୍‌ ନାମଞ୍ଜୁର ହୋଇଛି। ସେ ଏବେ ଆର୍ଥର ରୋଡ ଜେଲ୍‌ରେ ଅଛନ୍ତି। ଗତକାଲି ମୁମ୍ବାଇ କିଲା କୋର୍ଟରେ […]

Aryan Khan

Madhupriya Mistry
  • Published: Saturday, 09 October 2021
  • , Updated: 09 October 2021, 11:10 AM IST

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବିର ବଡ ଖୁଲାସା। ହ୍ୱାଟସଆପ୍‌ ଚାଟ୍‌ର କୋଡୱାର୍ଡକୁ ନେଇ ଖୁଲାସା କରିଛି। ଏହି ମାମଲାରେ ଧରାପଡିଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତ କୋର୍ଡୱାର୍ଡ ବ୍ୟବହାର କରି ଡ୍ରଗ୍ସ କାରବାର କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦାବି କରିଛି।

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଗତକାଲି ବେଲ୍‌ ନାମଞ୍ଜୁର ହୋଇଛି। ସେ ଏବେ ଆର୍ଥର ରୋଡ ଜେଲ୍‌ରେ ଅଛନ୍ତି। ଗତକାଲି ମୁମ୍ବାଇ କିଲା କୋର୍ଟରେ ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ବେଲ୍‌ ଶୁଣାଣି ଚାଲିଥିଲା। ଏହି ସମୟରେ ଏନ୍‌ସିବି କୋର୍ଟରେ ଏକ କୋଡ୍‌ୱାର୍ଡ ବିଷୟରେ ସୂଚନା ଦେଇଥିଲା।

ଏନସିବି ଅନୁଯାୟୀ, ଆର୍ଯ୍ୟନ୍ ଖାନ୍ ହ୍ୱାଟସ୍‌ଆପରେ ଡ୍ରଗ୍ ବେପାରୀଙ୍କ ସହ ଚାଟ୍ କରୁଥିଲେ, ଯେଉଁଥିରେ କୋଡୱାର୍ଡ କୁହାଯାଉଥିଲା ଏବଂ ଏହି କୋଡୱାର୍ଡ ଥିଲା 'ଫୁଟ୍‌ବଲ୍'। ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ଡ୍ରଗ୍ ବେପାରୀ ଅଖିତ୍ କୁମାରଙ୍କ ମଧ୍ୟରେ ବାର୍ତ୍ତାଳାପରେ 'ଫୁଟବଲ୍' କୋଡୱାର୍ଡ ଅନେକ ଥର ବ୍ୟବହୃତ ହୋଇଛି। ଏନ୍‌ସିବି ମୁତାବକ, 'ଫୁଟବଲ୍‌' ଅର୍ଥ ବଡ ମାତ୍ରାରେ ଡ୍ରଗ୍ସର ଡିମାଣ୍ଡ ଏବଂ ସପ୍ଲାଏକୁ ବୁଝାଏ।

ତେବେ ଏହି 'ଫୁଟବଲ' କୋଡୱାର୍ଡ କାରଣରୁ ଆର୍ଯ୍ୟନ ଖାନଙ୍କ ଜାମିନ ଅଟକି ଯାଇଛି କି? ଯଦି ଆର୍ଯ୍ୟନ୍ ଏହି ଫୁଟବଲ୍ କୋଡୱାର୍ଡ ସହିତ ହ୍ୱାଟସ ଆପ୍ ଚାଟ୍ କରିଛନ୍ତି ତେବେ ଏହାର ଅର୍ଥ କ’ଣ?  ଶୁକ୍ରବାର ଆର୍ଯ୍ୟନଙ୍କ ସମେତ ସମସ୍ତ ୮ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଯାଇଛି। ଏବେ ସମସ୍ତଙ୍କ ନଜର ମୁମ୍ବାଇ ସେସନ୍‌ କୋର୍ଟ ଉପରେ ରହିଛି, ଯେଉଁଠି ଆର୍ଯ୍ୟନ୍‌ଙ୍କ ଓକିଲ ସୋମବାର ଜାମିନ ଆବେଦନ କରିବେ। ସେପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିବାକୁ ପଡ଼ିବ।

Related story