ସାଇବର ଠକଙ୍କୁ ଧରିଲା ସାଇବରାବାଦ ପୁଲିସ, ନଗଦ ୧୦ କୋଟି ଟଙ୍କା ଜବତ

ହାଇଦ୍ରାବାଦ: ଅନଲାଇନ ଜରିଆରେ ଲୋକଙ୍କଠାରୁ ବିଭିନ୍ନ ଆଳରେ ଲୁଟ କରୁଥିବା ଗୋଟିଏ ଅନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ସାଇବରାବାଦ ପୁଲିସ୍‌। ଏଥିସହ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କ ଠାରୁ ନଗଦ ୧୦ କୋଟି ଟଙ୍କା ଜବତ କରାଯାଇଛି। କୌଣସି ସାଇବର ଅପରାଧରେ ଏତେ ପରିମାଣର ଟଙ୍କା ଜବତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ପୁଲିସ ଏହି ଘଟଣାରେ ନିରୀହ ଲୋକଙ୍କୁ ଅନଲାଇନ ଟ୍ରେଡିଂ ‘ମାର୍କେଟ ବକ୍ସ ଟ୍ରେଡିଂ’ ଆପ୍ଲିକେସନ ଜରିଆରେ ଫସାଇଥିବା ୪ […]

cash

  • Published: Tuesday, 30 August 2022
  • , Updated: 30 August 2022, 06:12 PM IST

ହାଇଦ୍ରାବାଦ: ଅନଲାଇନ ଜରିଆରେ ଲୋକଙ୍କଠାରୁ ବିଭିନ୍ନ ଆଳରେ ଲୁଟ କରୁଥିବା ଗୋଟିଏ ଅନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ସାଇବରାବାଦ ପୁଲିସ୍‌। ଏଥିସହ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କ ଠାରୁ ନଗଦ ୧୦ କୋଟି ଟଙ୍କା ଜବତ କରାଯାଇଛି। କୌଣସି ସାଇବର ଅପରାଧରେ ଏତେ ପରିମାଣର ଟଙ୍କା ଜବତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ପୁଲିସ ଏହି ଘଟଣାରେ ନିରୀହ ଲୋକଙ୍କୁ ଅନଲାଇନ ଟ୍ରେଡିଂ ‘ମାର୍କେଟ ବକ୍ସ ଟ୍ରେଡିଂ’ ଆପ୍ଲିକେସନ ଜରିଆରେ ଫସାଇଥିବା ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୯.୮୨ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ସାଇବରାବାଦ ପୁଲିସ୍‌ କମିଶନର ଷ୍ଟେଫେନ ରବୀନ୍ଦ୍ର ସୂଚନା ଦେଇଛନ୍ତି।

ପୁଲିସର କହିବା କଥା ଏହି ଠକମାନେ ଅଭିଯୋଗକାରୀଙ୍କ ଠାରୁ ୨୭.୯୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୋଗକାରୀ ମାର୍କେଟ ବକ୍ସ ଟ୍ରେଡିଂ ଆପ୍‌ରେ ଅନଲାଇନ ଟ୍ରେଡିଂ କରିଥିଲେ। ପ୍ରାଥମିକ ଅବସ୍ଥାରେ ସେ ୯୯୯୯ ଟଙ୍କା ନିବେଶ କରିଥିଲେ ଓ ପୂରା ଅର୍ଥ ହରାଇଥିଲେ।

ଏହାପରେ ସେ ପୁଣି ୧୦ ଲକ୍ଷ ଟଙ୍କା ଜମା କରିଥିଲେ। ତାଙ୍କୁ ଏଥର ୧୪.୯ ଲକ୍ଷ ଟଙ୍କା ମିଳିଥିଲା। ଏହାକୁ ପାଇବା ପରେ ଅଭିଯୋଗକାରୀ ପୁଣି ଟ୍ରେଡିଂ କରି ୬୨.୬ ଲକ୍ଷ ଟଙ୍କା ନିବେଶ କରିଥିଲେ। ହେଲେ ତାଙ୍କୁ ୩୪.୭ ଲକ୍ଷ ଟଙ୍କା ମିଳିଥିଲା। ବାକି ୨୭.୯୦ ଲକ୍ଷ ଟଙ୍କା ନ ମିଳିବାରୁ ସେ ଠକାମୀର ଶିକାର ହୋଇଥିବା ଜାଣିପାରି ପୁଲିସ୍‌ରେ ଅଭିଯୋଗ କରିଥିଲେ।

ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଆଇପିସିର ୪୧୯ ଓ ୪୨୦ ସହ ଆଇଟି ଆକ୍ଟର ୬୬ଗ ଓ ୬୬ଘରେ ମାମଲା ରୁଜୁ କରିଥିଲା। ପୁଲିସ୍‌ ଉତ୍ତର ପ୍ରଦେଶରୁ ମୁଖ୍ୟ ଅଭିଯୁକ୍ତ ୩୨ ବର୍ଷୀୟ ଅଭିଷେକ ଜୈନଙ୍କୁ ଗିରଫ କରିଛି। ସେ ମାର୍କେଟ ବକ୍ସ ଟ୍ରେଡିଂ ଆପ୍‌କୁ ପରିଚାଳନା କରୁଥଲା। ସେହିପରି  ପୁଲିସ୍‌ ରାଜସ୍ଥାନର ପବନ କୁମାର ପ୍ରଜାପତି ଓ ଆକାଶ ରୟଙ୍କୁ ବି ବାନ୍ଧିଛି। ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଶ୍ରୀକୃଷ୍ଣ କୁମାରଙ୍କୁ ପୁଲିସ୍‌ ଉତ୍ତର ପ୍ରଦେଶରୁ ଧରିବାକୁ ସକ୍ଷମ ହୋଇଛି।  ସେ ହାୱାଲା ଟ୍ରେଡର୍ସଙ୍କ ଜରିଆରେ ଅର୍ଥ ସଂଗ୍ରହ କାମର ମୁଖ୍ୟ ଅଭିଯୁକ୍ତ।

ଯୋଧପୁରରୁ ଦ୍ୱିତୀୟ ଓ ତୃତୀୟ ଅଭିଯୁକ୍ତଙ୍କ ଧରିବା ପରେ ପୁଲିସ୍‌ ସେମାନଙ୍କ ଫୋନକୁ ଜବତ କରିଥିଲା। ଏହି ଫୋନରେ ମହାଠକାମୀର ପ୍ରମାଣ ରହିଥିଲା। ସେମାନଙ୍କ ଠାରୁ ତଥ୍ୟ ହାସଲ କରି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀକୁ ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାର ମୋଗଲସରାଇ ସହରରୁ ଗିରଫ କରିଥିଲା। ଏଥିସହ ମୁଖ୍ୟ ଅଭିଯୁକ୍ତର ଅଭିଷେକର ଅଫିସରୁ ନଗଦ ୯.୮୨ କୋଟି ଟଙ୍କା ଜବତ କରିଥିଲା।

ପୁଲିସ କହିଛି ଯେ ମୁଖ୍ୟ ଅଭିଯୁକ୍ତ ଅଭିଷେକ ଜୈନ ଟ୍ରେଡିଂ ଆପ୍‌ରେ ପ୍ରଥମେ ଟଙ୍କା ହାରିଥିଲା। ଏହାପରେ ସେ ଲୋକଙ୍କୁ ନକଲି ଟ୍ରେଡିଂ ଆପ୍‌ ଜରିଆରେ ଫସାଇବାକୁ ଯୋଜନା କରିଥିଲା। ପବନ କୁମାର ତାକୁ ୧୦% କମିସିନ ସହ ଟ୍ରେଡର୍ସମାନଙ୍କ ଟଙ୍କା ସଂଗ୍ରହ କରିବାକୁ ବ୍ୟାଙ୍କ ଆକାଉଣ୍ଟ ଯୋଗାଇ ଦେଇଥିଲା।

ଆକାଶ ରୟ ପାଣ୍ଠି ଟ୍ରାନ୍ସଫର କାମରେ ନିୟୋଜିତ ଥିଲା। ସେ ବାରାଣସୀ ଓ ଏହାର ଆଖପାଖ ଅଞ୍ଚଳର ମରଚାଣ୍ଟମାନଙ୍କୁ ଟଙ୍କା ଟ୍ରାନ୍ସଫର କରି ନଗଦ ଟଙ୍କାରେ ଏହାକୁ ବଦଳାଉଥିଲା। ଶ୍ରୀକୃଷ୍ଣ କୁମାର ଏହି ନଗଦ ଟଙ୍କା ମରଚାଣ୍ଟସମାନଙ୍କ ଠାରୁ ସଂଗ୍ରହ କରୁଥିଲା।

ବିଭିନ୍ନ ହ୍ୱାଟସଆପ ଓ ଟେଲିଗ୍ରାମ ଗ୍ରୁପ୍‌ରେ ନକଲି ମାର୍କେଟ ବକ୍ସ ଟ୍ରେଡିଂ ଆପକୁ ଶେୟାର କରି ଅଭିଷେକ ଲୋକଙ୍କୁ ନିବେଶ କରିବାକୁ ଆକର୍ଷିତ କରୁଥିଲା। ଲୋଭ ବଶବର୍ତ୍ତୀ ହୋଇ ପ୍ରାୟ ୩୦୦ ଜଣ ଲୋକ ନକଲି ଆପ୍‌ରେ ପଞ୍ଜୀକରଣ କରିଛନ୍ତି ବୋଲି ପୁଲିସ୍‌ କହିଛି।

Related story