ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ବିପଦ ଓଡ଼ିଶା ତଥା ଭାରତର ମୁଖ୍ୟ ସ୍ଥଳଭାଗ ପ୍ରତି ନାହିଁ। ବାତ୍ୟାର ଗତିବିଧି ସମ୍ପର୍କରେ ଆସିଥିବା ଚିତ୍ରରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ବାତ୍ୟାର ପ୍ରଭାବ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବାଂଲାଦେଶ ଏବଂ ମ୍ୟାନ୍ମାରରେ ପଡ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଭାରତର ମୁଖ୍ୟ ଭୂ-ଭାଗ ପ୍ରତି କୌଣସି ବିପଦ ନଥିବା ପାଣିପାଗ ବିଭାଗ ଆକଳନ କରିଛି।
ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ସାଟେଲାଇଟ୍ ଚିତ୍ରରୁ ଆସିଥିବା ତଥ୍ୟ ଅନୁଯାୟ ଭାରତର ମୁଖ୍ୟ ଭୂ-ଭାଗକୁ ଛାଡ଼ି ଦେଲେ କେବଳ ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜରେ ଅନୁଭୂତ ହେବ। ଏହାବାଦେ ବାତ୍ୟାଟି ମ୍ୟାନ୍ମାର ଓ ବାଂଲାଦେଶର ସ୍ଥଳଭାଗ ଦେଇ ଗତି କରିବାର ସୂଚନା ରହିଛି। ବାତ୍ୟାର ପ୍ରଭାବରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆଣ୍ଡାମାନ୍ ସି ଏବଂ ବଙ୍ଗୋପସାଗରରେ ମତ୍ସ୍ୟଜୀବୀକୁ ଯିବାକୁ ବାରଣ କରାଯାଇଛି।
ଆଜି ସକାଳ ୮ଟା ୩୦ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍ ଅନୁଯାୟୀ ନିକୋବର ପୁଞ୍ଜଠାରୁ ବାତ୍ୟାଟି ୧୧୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ସେଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସୋମବାର ସୁଦ୍ଧାର ଏହା ପରିବର୍ତ୍ତିତ ହୋଇ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ରହିଛି। ଫଳରେ ଘଣ୍ଟାପ୍ରତି ୯୦ କିମି ବେଗରେ ପବନ ବହିପାରେ। ଆସନ୍ନ ବାତ୍ୟାର ପ୍ରଭାବ ରବିବାର ଅପରାହ୍ନର ଆଣ୍ଡମାମାନ ନିକୋବର ଦ୍ୱୀପପୁଞ୍ଜରେ ଅନୁଭୂତ ହେବା ଆରମ୍ଭ ହୋଇଯିବ। ଅର୍ଥାତ ଆଜି ଅପରାହ୍ନରେ ସେଠାରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ତେବେଅ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଣ୍ଡାମାନ୍ ନିକୋବର ଦ୍ୱୀପୁପୁଞ୍ଜ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଇଛି। ଏଥିପାଇଁ 03192-245555/232714 ହେଲପଲାଇନ୍ ଜାରି କରାଯାଛି। ସେହିପରି ଟୋଲଫ୍ରି ନମ୍ବର 1-800-345-2714 ଜାରି କରାଯାଇଛି।