ଆସୁଛି ବାତ୍ୟା ଜୱାଦ୍‌: ମୁକାବିଲା ପାଇଁ ଭାରତୀୟ ସେନା ସଜାଗ

ନୂଆଦିଲ୍ଲୀ: ଏନ୍‌ଡିଆରଏଫ, ଓଡ୍ରାଫ ଏବଂ ଭାରତୀୟ ସେନା। ସମ୍ଭାବ୍ୟ ବାତ୍ୟା ଜୱାଦ୍‌କୁ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ୍‌। ଉଦ୍ଧାର, ସ୍ଥାନାନ୍ତର ଏବଂ ରିଲଫ୍ କାମକୁ ତ୍ୱରାନ୍ନିତ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଆସନ୍ତା ଡିସେମ୍ବର ୪ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ବାତ୍ୟା ଜୱାଦ୍‌ ମାଡ଼ ହେବାର  ସମ୍ବାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉଭୟ ଓଡ଼ିଶା ଓ ଆନ୍ଧ୍ର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସାଉଥ […]

file

Tapas Behera
  • Published: Thursday, 02 December 2021
  • , Updated: 16 December 2021, 04:55 PM IST

ନୂଆଦିଲ୍ଲୀ: ଏନ୍‌ଡିଆରଏଫ, ଓଡ୍ରାଫ ଏବଂ ଭାରତୀୟ ସେନା। ସମ୍ଭାବ୍ୟ ବାତ୍ୟା ଜୱାଦ୍‌କୁ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ୍‌। ଉଦ୍ଧାର, ସ୍ଥାନାନ୍ତର ଏବଂ ରିଲଫ୍ କାମକୁ ତ୍ୱରାନ୍ନିତ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଆସନ୍ତା ଡିସେମ୍ବର ୪ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ବାତ୍ୟା ଜୱାଦ୍‌ ମାଡ଼ ହେବାର  ସମ୍ବାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉଭୟ ଓଡ଼ିଶା ଓ ଆନ୍ଧ୍ର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସାଉଥ ଆଣ୍ଡାମାନ୍‌ ସିରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣି ବାତ୍ୟାର ରୂପ ନେବାକୁ ଯାଉଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦେଇ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତ ରୂପ ନେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ରୂପ ନେଇ ବାତ୍ୟା ଆକାର ଧାରଣ କରିବ। ପାଣିପାଗ ବିଗଭାଗ ଆକଳନ କରିଛି। ଏହାର ପ୍ରଭାବରେ  ଡିସେମ୍ବର ୩ରୁ ୫ ମଧ୍ୟରେ ଆନ୍ଧ୍ରର ଉତ୍ତରଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଡିସେମ୍ବର ୪ରେ ଉତ୍ତର ଉପକୂଳରେ ଅତ୍ୟଧିକ ବର୍ଷା ହେବା ସମ୍ଭାବନା ରହିଛି। ସାଇକ୍ଲୋନିକ୍ ଜୱାଦ୍ ସ୍ଥଳଭାଗ ଛୁଇଁବାକୁ  ଆଉ ଦୁଇ ଦିନ ବାକିଥିବା ବେଳେ ଏହାର ମୁକାବିଲା ପାଇଁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍ ମୋହନ ରେଡ୍ଡୀ ଏସମ୍ପର୍କରେ ଶ୍ରୀକାକୁଲମ୍, ବିଜୟନଗରମ ଏବଂ ବିଶାଖାପାଟନମ୍ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ବାତ୍ୟା ପାଇଁ ସମସ୍ତ ସତର୍କମୂଳକ ପଦକ୍ଷେପ ନିଆଯିବାକୁ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ  ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକ ସ୍ଥାନରେ ରିଲିଫ୍ କ୍ୟାମ୍ପ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ  ଅଞ୍ଚଳରେ ସତର୍କ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀକାକୁଲମ୍, ବିଜୟନଗରମ ଏବଂ ବିଶାଖାପାଟନମ୍ ଜିଲ୍ଲା ପାଇଁ ରାଜ୍ୟ ସରକାର ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି।  ଆନ୍ଧ୍ରପଆଦେଶରେ ୩୨, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୮ଟି ଏନଡିଆରଏଫ ଟିମ୍‌ ମୁତୟନ ଅଛନ୍ତି। ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ଭାରତୀୟ ସେନା ଓ ନୌସେନା ଟିମ୍‌ ଏୟାର କ୍ରାଫ୍ଟ ଏବଂ  ଯାହାଜ ସହ ସଜାଗ ରହିଛି। ସେହିପରି ବ୍ୟାତ୍ୟା ମୁକାବିଲା ନେଇ ସଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି। ବାତ୍ୟା ପ୍ରଭାବିତ ୧୩ଟି ଜିଲ୍ଲାରୁ  ଲୋକଙ୍କୁ ନିରାପଦସ୍ତଳୀକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍‌ ସତର୍କ ଅଛନ୍ତି।

ଓଡିଶାର ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି । ବିଶେଷ କରି  ଉପକୂଳବର୍ତ୍ତୀ ଅଞ୍ଚଳରେ ତଳିଆ  ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ  ସେ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Related story