ମୁମ୍ବାଇ: ପ୍ରକୃତି ସହ ଲୋକମାନେ ଯାହା କରିଥିଲେ ଏବେ ତା’ର ରିଟର୍ଣ୍ଣ ଗିଫ୍ଟ ମିଳିଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ବାସ୍ତବରେ ବାତ୍ୟା ତଉକତେ ମୁମ୍ବାଇବାସୀଙ୍କୁ ଉଚିତ ଶିକ୍ଷା ଦେଇଛି। ବାତ୍ୟା ପରେ ମୁମ୍ବାଇର ବିଭିନ୍ନ ସମୁଦ୍ର କୂଳରୁ ସାମ୍ନାକୁ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ବାତ୍ୟା ତଉକତେର ପ୍ରଳୟ ପରେ ଅଳିଆ ଆର୍ଜନାରେ ମୁମ୍ବାଇର ସମୁଦ୍ର ବେଳାଭୂମି ଭର୍ତ୍ତି ହୋଇଯାଇଛି। ମୁମ୍ବାଇବାସୀ ଅନେକ ସମୟରେ ସମୁଦ୍ରକୁ ଯାହା ଫୋପାଡ଼ି ଥିଲେ, ସେଗୁଡ଼ିକ ପ୍ରକୃତି ବାତ୍ୟା ଜରିଆରେ ଫେରାଇ ଦେଇଛି। ଜୁହୁ ଠାରୁ ଆରମ୍ଭ କରି ଗିରଗାଓଁ ଓ ଗେଟ୍ ୱେ ଅଫ ଇଣ୍ଡିଆର ସମୁଦ୍ର କୂଳରେ କୁଢ଼କୁଢ଼ ଅଳିଆ ଗଦା ହୋଇଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
ଚପଲ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ବ୍ୟାଗ ଓ ଅନ୍ୟାନ୍ୟ ଅଳିଆ ପୂରା ସମୁଦ୍ର କୂଳରେ ଭର୍ତ୍ତି ହୋଇଯାଇଛି। ଦୃଶ୍ୟକୁ ଦେଖିଲେ ଏହା ସମୁଦ୍ର କୂଳ ନୁହେଁ ବରଂ କୌଣସି ଡମିଂ ୟାର୍ଡ ଭଳି ଲାଗୁଛି। ସମୁଦ୍ର କୂଳରେ ଅଳିଆ ଗଦା ହୋଇଥିବାରୁ କୁକୁର ଠାରୁ ଆରମ୍ଭ କରି କାଉମାନେ ସେଠାରେ ଖାଦ୍ୟ ଅନ୍ୱେଷଣ କରିବାରେ ଲାଗିଛନ୍ତି।
This is the situation of our pumping stations @mybmc has spend crores of rupees in the name of making #Mumbai water logging free. Pumping station failed today, just like every year causing massive flooding in south & central Mumbai. Mumbai Central was the worst affect area. pic.twitter.com/BYuMkyi8Xj
— Rais Shaikh (@rais_shk) May 17, 2021
ଏହାର ଫଟୋକୁ ଲୋକମାନେ ଟ୍ୱିଟରରେ ପୋଷ୍ଟ କରିବା ବେଳେ ଏଗୁଡ଼ିକ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ନେଇ କମେଣ୍ଟ କରିବାରେ ଲାଗିଛନ୍ତି। କିଏ ଏହାକୁ ପ୍ରକୃତିର ରିଟର୍ଣ୍ଣ ଗିଫ୍ଟ କହୁଥିବା ବେଳେ ଆଉ କିଏ ବର୍ଷ ବର୍ଷ ଧରି ଆମେ ଯେଉଁ ଅଳିଆ ସମୁଦ୍ର ମଧ୍ୟକୁ ଫୋପାଡୁଥିଲେ, ତାହା ମାତ୍ର ଦୁଇ ଦିନରେ ଆମ ପାଖକୁ ହିଁ ଫେରିଆସିଛି ବୋଲି କହୁଛନ୍ତି।
Nature has its own way of balancing things and cleansing itself. #CycloneTauktae returns the garbage dumped in sea back to the people of #Mumbai.
But we will never learn lessons even from this. pic.twitter.com/Trwl2Nds3t— Syed Faisal Iqbal (@SyedF_official) May 19, 2021
ଗୁଜରାଟରେ ସୋମବାର ଲ୍ୟାଣ୍ଡଫଲ କରିଥିବା ବାତ୍ୟା ତଉକତେ ଏହାପୂର୍ବରୁ ମୁମ୍ବାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହାର ପ୍ରଭାବରେ ସୁମଦ୍ରରେ ବଡ଼ବଡ଼ ଜୁଆର ଆସିଥିଲା। ଜୁଆର ଜରିଆରେ ଅଳିଆ ଆବର୍ଜନା ସବୁ କୂଳକୁ ଆସିଯାଇଛି। ସମୁଦ୍ର କୂଳରୁ ଅଳିଆ ସଫା କରିବାକୁ ବ୍ରିହନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ପ୍ରକିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ମୁମ୍ବାଇ ସ୍ଥିତ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରୁ ପ୍ରାୟ ୪ ଟ୍ରକ ଅଳିଆ ଆବର୍ଜନା ଉଠା ଯାଇଛି। ସେହିପରି ବେଳଭୂମିକୁ ସଫା କରିବା କାମ ଜାରି ରହିଛି।
#Cleanthenature
Natural cleanse, After cyclone Tauktae, garbage returned by sea at all Mumbai beaches.Nature waste out of sea on its https://t.co/bfOEUKXCMS can see the condition of mumbai beaches. pic.twitter.com/Hcpt1J4s21— Sachin pal (@Sachin22851972) May 19, 2021