ଝିଅମାନେ ବୋଝ ନୁହନ୍ତି, କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଝିଅମାନେ ପରିବାରର ବୋଝ ନୁହନ୍ତି। ପୁଅଙ୍କ ଭଳି ସେମାନଙ୍କର ଅଭିଭାବକଙ୍କ ଉପରେ ସମାନ ଅଧିକାର ରହିଛି। ନିଜ ବାପାଙ୍କଠାରୁ ଜଣେ ଝିଅ କ୍ଷତିପୂରଣ ଦାବି ମାମଲାରେ ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଏଏସ ବୋପାନ୍ନା  ଶୁକ୍ରବାର  ଏକ ପାରିବାରିକ କ୍ଷତି ପୂଣ ମାମଲାର ଶୁଣାଣି କରି ସମ୍ବିଧାନର ଧାରା ୧୪  ବିଷୟରେ ଅବଗତ ଅଧିକାର କରିଥିଲେ। ଧାରା ୧୪ରେ ସମାନ ଅଧିକାର କଥା କହି ଆବେଦନକାରୀ ଝିଅକୁ ଆର୍ଥିକ […]

Supreme-Court

  • Published: Saturday, 23 July 2022
  • , Updated: 23 July 2022, 06:46 PM IST

ନୂଆଦିଲ୍ଲୀ: ଝିଅମାନେ ପରିବାରର ବୋଝ ନୁହନ୍ତି। ପୁଅଙ୍କ ଭଳି ସେମାନଙ୍କର ଅଭିଭାବକଙ୍କ ଉପରେ ସମାନ ଅଧିକାର ରହିଛି। ନିଜ ବାପାଙ୍କଠାରୁ ଜଣେ ଝିଅ କ୍ଷତିପୂରଣ ଦାବି ମାମଲାରେ ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଏଏସ ବୋପାନ୍ନା  ଶୁକ୍ରବାର  ଏକ ପାରିବାରିକ କ୍ଷତି ପୂଣ ମାମଲାର ଶୁଣାଣି କରି ସମ୍ବିଧାନର ଧାରା ୧୪  ବିଷୟରେ ଅବଗତ ଅଧିକାର କରିଥିଲେ। ଧାରା ୧୪ରେ ସମାନ ଅଧିକାର କଥା କହି ଆବେଦନକାରୀ ଝିଅକୁ ଆର୍ଥିକ କ୍ଷତିପୂରଣ ଦେବାକୁ କୋର୍ଟ କହିଛନ୍ତି।

ପ୍ରତିପକ୍ଷ ବାପା ପକ୍ଷରୁ ହାଜର ହୋଇଥିବା ଓକିଲ ଝିଅ ମାନେ ପରିବାର ବୋଝ ବୋଲି ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏହି ଯୁକ୍ତି କୋର୍ଟରେ ଖାରଜ କରିଥିଲେ।  ମାସକୁ  ଝିଅକୁ ୮୦୦୦ ଟଙ୍କା  ଓ ସ୍ତ୍ରୀକୁ ମାସିକ ୪୦୦ ଟଙ୍କା କ୍ଷତିପୂରଣ ନେଇ ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁର୍ବରୁ ନିର୍ଦ୍ଦେଶ ଥିବା ବେଳେ ସେ ଏଥିରେ ଖିଲାପ କରି ଆସୁଥିଲେ।  ଏ ସମ୍ପର୍କରେ ୨୦୨୦ରେ ଅକ୍ଟୋବର ଆବେଦନକାରୀ ସର୍ବୋଚ୍ଚ ନ୍ୟାଳୟରେ ପହଞ୍ଚିଥିଲେ। ସେତେବେଳେ କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପିଛଲା ଥିବା  ୨,୫୦,୦୦୦ ଟଙ୍କା  ଦେବାକୁ କହିଥିଲେ।  ଦୁଇ ସପ୍ତା ମଧ୍ୟରେ ଏହି ଟଙ୍କାର ଦେବାକୁ ନିର୍ଦ୍ଦେଶ ହୋଇଥିଲା।  ତେବେ ଏନେଇ  ଗତ ବର୍ଷ ମେରେ ପୁଣି ଥରେ  କୋର୍ଟରେ ପ୍ରତିପକ୍ଷ ଆବେଦନକାରୀ ପହଞ୍ଚି ଥିଲେ। କହିଥିଲେ ତାଙ୍କ ସ୍ତ୍ରୀର ମୃତ୍ୟୁ ଘଟିଛି।

ଏହା ପରେ ସେ ଟଙ୍କା ଦେବାରୁ ଫାଙ୍କି ଦେବାକୁ ଉଦ୍ୟମ କରିଥିଲେ। ଶୁକ୍ରବାର ପୁଣି ଥରେ ସର୍ବୋଚ୍ଚ ନ୍ୟାଳୟରେ  ଶୁଣାଣି ହୋଇଥିଲା। ମାମଲାରା ଶୁଣାଣି କରି କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧିଷ୍ଟ ପମରିମାଣ ୫୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଅଗଷ୍ଟ ୮ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ କୋର୍ଟ କହିଛନ୍ତି।  ଉଭୟ ବାପା-ଝିଅଙ୍କ ମଧ୍ୟରେ କଳହ ଉପୁଜି ପରସ୍ପର କଥାହେଉ ନାହାନ୍ତି। ଏ କ୍ଷେତ୍ରରେ ଉଭୟେ କଥା ହେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

Related story