ବୀମା ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ ହେଲେ ଦେବାଶିଷ ପଣ୍ଡା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ କ୍ରମାଗତ ଭାବେ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରୁଛନ୍ତି। ଏବେ ସରକାର ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଦେବାଶିଷ ପଣ୍ଡା ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ନିଯୁକ୍ତ ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସୂଚନା ଅନୁସାରେ, ଉତ୍ତରପ୍ରଦେଶ […]

Debashish Panda

Ordigital Desk
  • Published: Friday, 11 March 2022
  • , Updated: 11 March 2022, 08:59 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ କ୍ରମାଗତ ଭାବେ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରୁଛନ୍ତି। ଏବେ ସରକାର ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଦେବାଶିଷ ପଣ୍ଡା ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ନିଯୁକ୍ତ ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ କ୍ୟାଡ଼ର ୧୯୮୭ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ୩ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି। ସୁଭାଷ ଚନ୍ଦ୍ର ଖୁଣ୍ଟିଆଙ୍କର ଗତବର୍ଷ ମେ’ ମାସରେ କାର୍ଯ୍ୟକାଳ ସରିବା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା । ପ୍ରାୟ ୯ମାସ ପରେ ଏହି ପଦବୀରେ ନିଯୁକ୍ତି ମିଳିଛି । ଶ୍ରୀ ପଣ୍ଡା ଏହା ପୂର୍ବରୁ ଭାରତ ସରକାରଙ୍କ ଆର୍ଥିକ ସେବାର ସଚିବ ଭାବେ କାର୍ଯ୍ୟ କରି ୨୦୨୨ ଜାନୁୟାରୀ ମାସରେ ଅବସର ନେଇଥିଲେ ।

ସୂଚନାଯୋଗ୍ୟ, ଆଇଆରଡିଏ ହେଉଛି ବୀମା ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ତଦାରଖ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ସଂସ୍ଥା ।

Related story