ଫାବ୍‌ ଇଣ୍ଡିଆର ବିଜ୍ଞାପନକୁ ନେଇ ବିବାଦ

ନୂଆଦିଲ୍ଲୀ: ପୁଣି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ବିବାଦ। ଏଥିର ଫସିଛି ଫାବ୍‌ ଇଣ୍ଡିଆ ବ୍ରାଣ୍ଡ। ବିବାଦୀୟ ବିଜ୍ଞାପନକୁ ତାକୁ ଚାରିଆଡୁ ବିରୋଧ କରାଯାଇଛି। ପୋଷାକ, ଘର ସାଜସଜ୍ଜା ଏବଂ ଜୀବନଶୈଳୀ ଉତ୍ପାଦ ସହିତ ଜଡିତ କମ୍ପାନୀ ‘ଫାବ୍‌ ଇଣ୍ଡିଆ’ ଦୀପାବଳିକୁ ନେଇ ଏକ ବିଜ୍ଞାପନ ତିଆରି କରିଛି। ଏହି ବିଜ୍ଞାପନକୁ ନେଇ କମ୍ପାନୀ ଅଡୁଆରେ ପଡିଛି। ଏଥିସହ ଏହି ବ୍ରାଣ୍ଡକୁ ବୟକଟ୍‌ କରିବା ପାଇଁ ଦାବି ମଧ୍ୟ ହୋଇଛି। ବାସ୍ତବରେ ‘ଫାବ୍‌ ଇଣ୍ଡିଆ’ ଇଣ୍ଡିଆ ତରଫରୁ […]

FabIndia

FabIndia

Madhupriya Mistry
  • Published: Monday, 18 October 2021
  • Updated: 19 October 2021, 02:43 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ବିବାଦ। ଏଥିର ଫସିଛି ଫାବ୍‌ ଇଣ୍ଡିଆ ବ୍ରାଣ୍ଡ। ବିବାଦୀୟ ବିଜ୍ଞାପନକୁ ତାକୁ ଚାରିଆଡୁ ବିରୋଧ କରାଯାଇଛି। ପୋଷାକ, ଘର ସାଜସଜ୍ଜା ଏବଂ ଜୀବନଶୈଳୀ ଉତ୍ପାଦ ସହିତ ଜଡିତ କମ୍ପାନୀ 'ଫାବ୍‌ ଇଣ୍ଡିଆ' ଦୀପାବଳିକୁ ନେଇ ଏକ ବିଜ୍ଞାପନ ତିଆରି କରିଛି। ଏହି ବିଜ୍ଞାପନକୁ ନେଇ କମ୍ପାନୀ ଅଡୁଆରେ ପଡିଛି। ଏଥିସହ ଏହି ବ୍ରାଣ୍ଡକୁ ବୟକଟ୍‌ କରିବା ପାଇଁ ଦାବି ମଧ୍ୟ ହୋଇଛି।

ବାସ୍ତବରେ 'ଫାବ୍‌ ଇଣ୍ଡିଆ' ଇଣ୍ଡିଆ ତରଫରୁ ଦୀପାବଳି ଉପଲକ୍ଷେ 'ଜଶନ୍-ଏ-ରିୱାଜ୍' ଅଭିଯାନ ଆରମ୍ଭ ହୋଇଛି। ଏହାକୁ ବିଜେପି ଯୁବ ମୋର୍ଚ୍ଚା ସଭାପତି ତେଜସ୍ୱୀ ସୂର୍ଯ୍ୟ ବିରୋଧ କରିଛନ୍ତି। ସେ କହିଛନ୍ତି ଦୀପାବଳି 'ଜଶନ୍‌-ଏ-ରିୱାଜ' ନୁହେଁ। ଏହା ହିନ୍ଦୁ ଧର୍ମିକ ଭାବନାକୁ ଆଘାତ ଦେଇଛି। ଜାଣିଶୁଣି ଫାବ୍‌ ଇଣ୍ଡିଆ ଏଭଳି କରିଥିବା ଯୋଗୁଁ ତାକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିବ।

https://twitter.com/Tejasvi_Surya/status/1450015050681311232?s=20

ଫାବ ଇଣ୍ଡିଆ ତରଫରୁ ପ୍ରଥମେ ଟ୍ୱିଟ୍‌ କରି କୁହାଯାଇଥିଲା, 'ଯେହେତୁ ଆମେ ପ୍ରେମ ଏବଂ ଆଲୋକର ପର୍ବକୁ ସ୍ୱାଗତ କରୁଛୁ, ଫାବ ଇଣ୍ଡିଆ ଦ୍ୱାରା 'ଜଶନ୍-ଏ-ରିୱାଜ୍' ଅଭିଯାନ ଆରମ୍ଭ କରାଯାଉଛି। ଏହା ଏପରି ଏକ ସଂଗ୍ରହ ଯାହା ଭାରତୀୟ ସଂସ୍କୃତି ପ୍ରତି ସୁନ୍ଦର ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଏ।' ଏହି ଟ୍ୱିଟ୍‌ରେ ମଡେଲମାନେ ପାରମ୍ପରିକ ପୋଷାକ ପିନ୍ଧି ଥିବା ଫଟୋ ମଧ୍ୟ ଶେୟାର କରାଯାଇଛି। ତେବେ ବିବାଦ ବଢ଼ିବା ପରେ ଫାବ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ଟ୍ୱିଟ୍ ଡିଲିଟ୍ କରି ଦିଆଯାଇଛି।

https://twitter.com/TVMohandasPai/status/1449990646593249282?s=20

ଫାବ ଇଣ୍ଡିଆର ଏହି 'ଜଶନ୍-ଏ-ରିୱାଜ୍' ଅଭିଯାନକୁ ନେଇ ପ୍ରଥମେ ପଦ୍ମଶ୍ରୀ ମୋହନଦାସ ପାଇ ବିରୋଧ କରିଥିଲେ। ସେ କହିଛନ୍ତି, ଏହା ହେଉଛି ଦୀପାବଳି ଉପରେ ଫାବ ଇଣ୍ଡିଆର ଅତ୍ୟନ୍ତ ଲଜ୍ଜାଜନକ ମନ୍ତବ୍ୟ! ଏହା ଅନ୍ୟମାନଙ୍କ ଖ୍ରୀଷ୍ଟମାସ ଏବଂ ଇଦ୍ ପରି ଏକ ହିନ୍ଦୁ ଧାର୍ମିକ ପର୍ବ! ଏପରି ଏକ ବିଜ୍ଞାପନ ଏକ ଧାର୍ମିକ ପର୍ବକୁ ଧ୍ୱଂସ କରିବାକୁ ଏକ ସୁଚିନ୍ତିତ ପ୍ରୟାସକୁ ଦର୍ଶାଏ।

ଆହୁରି ପଢନ୍ତୁ: ବିବାଦରେ ଆଲିଆଙ୍କ ବିଜ୍ଞାପନ, ଟାର୍ଗେଟ କଲେ କଙ୍ଗନା, ସମର୍ଥନ କଲେ ରବିଶଙ୍କର

ସେ ଆହୁରି କହିଛନ୍ତି, 'ତୁମେ ବୁଝିପାରୁନ! ଏକ ହିନ୍ଦୁ ପର୍ବ ପାଇଁ ବିଦେଶୀ ଶବ୍ଦର ବ୍ୟବହାର ଆମର ଐତିହ୍ୟକୁ ଛଡ଼ାଇ ନେବା ଏବଂ ଏହାକୁ ନଷ୍ଟ କରିବାକୁ ଏକ ସୁଚିନ୍ତିତ ପ୍ରୟାସ। ଦୀପାବଳି ପରେ ଆପଣ ଯେକୌଣସି ବ୍ରାଣ୍ଡର ନାମ ବ୍ୟବହାର କରିପାରିବେ, କିନ୍ତୁ ଏହି ସମୟରେ, ଏହାକୁ ଦୀପାବଳି ସହିତ ଯୋଡ଼ିବା ଏକ ବିକୃତ ମାନସିକତାକୁ ଦର୍ଶାଏ।'

ମୋହନଦାସଙ୍କ ଏଭଳି ଟ୍ୱିଟ୍‌ ପରେ ବିବାଦ ଆହୁରି ବଢ଼ିଥିଲା। ଏହି ବିଜ୍ଞାପନକୁ ନେଇ ଜଣେ ଉପଭୋକ୍ତା ଲେଖିଛନ୍ତି, କରୱାଚୌଥ, ଅହୋଇ, ଦୀପାବଳି, ଭାଇଦୁଜ, ଏସବୁ କ'ଣ ମୁସଲିମ ପର୍ବ, ଯାହା ତୁମେ 'ଜଶନ୍-ଏ-ରିୱାଜ' ଲେଖୁଛ? ସେହିପରି ଜଣେ ଉପଭୋକ୍ତା ଫାବ ଇଣ୍ଡିଆକୁ ବଏକଟ୍ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos