ପୁଟିନଙ୍କ ଗସ୍ତ ପୂର୍ବରୁ ରୁଷ ସହ ଏକେ-୨୦୩ ପାଇଁ ଡିଲ୍‌ ଫାଇନାଲ କଲା ଭାରତ

ନୂଆଦିଲ୍ଲୀ: ଡିସେମ୍ବର ୫ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନି। ଏହାପୂର୍ବରୁ ରୁଷ ସହ ୭.୫ ଲକ୍ଷ ଏକେ ୨୦୩ ଆସଲ୍ଟ ରାଇଫଲ ପାଇଁ ଡିଲ୍‌ ଚୂଡ଼ାନ୍ତ କରିଛନ୍ତି ଭାରତ ସରକାର। ଭାରତୀୟ ସେନା ପାଇଁ ‘ମେକ ଇନ ଇଣ୍ଡିଆ’ ଯୋଜନାରେ ଏତେ ସଂଖ୍ୟକ ଆସଲ୍ଟ ରାଫଲ ପ୍ରସ୍ତୁତ କରାଯିବ। ଡିଲ୍‌ ଫାଇନାଲ କରିବାକୁ ଆଜି ଡିଏସି ବୈଠକ ବସିଥିଲା। ଏହି ବୈଠକରେ ୫ ହଜାର କୋଟିରୁ ଅଧିକ ଟଙ୍କାରେ ଏକେ ୨୩୦ Kalashnikov ରାଇଫଲ […]

AK230

Hemant Lenka
  • Published: Tuesday, 23 November 2021
  • , Updated: 23 November 2021, 09:37 PM IST

ନୂଆଦିଲ୍ଲୀ: ଡିସେମ୍ବର ୫ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନି। ଏହାପୂର୍ବରୁ ରୁଷ ସହ ୭.୫ ଲକ୍ଷ ଏକେ ୨୦୩ ଆସଲ୍ଟ ରାଇଫଲ ପାଇଁ ଡିଲ୍‌ ଚୂଡ଼ାନ୍ତ କରିଛନ୍ତି ଭାରତ ସରକାର। ଭାରତୀୟ ସେନା ପାଇଁ ‘ମେକ ଇନ ଇଣ୍ଡିଆ’ ଯୋଜନାରେ ଏତେ ସଂଖ୍ୟକ ଆସଲ୍ଟ ରାଫଲ ପ୍ରସ୍ତୁତ କରାଯିବ।

ଡିଲ୍‌ ଫାଇନାଲ କରିବାକୁ ଆଜି ଡିଏସି ବୈଠକ ବସିଥିଲା। ଏହି ବୈଠକରେ ୫ ହଜାର କୋଟିରୁ ଅଧିକ ଟଙ୍କାରେ ଏକେ ୨୩୦ Kalashnikov ରାଇଫଲ ପାଇଁ ଡିଲ୍‌ ଚୂଡ଼ାନ୍ତ ହୋଇଛି। ଉତ୍ତର ପ୍ରଦେଶର ଆମେଥିରେ ରୁଷ ଓ ଭାରତ ପକ୍ଷରୁ ମିଳିତ ଭାବେ ଏହି ଆସଲ୍ଟ ରାଇଫଲ ତିଆରି ହେବ।

ଉଭୟ ଦେଶ ଆଲୋଚନା ଦ୍ୱାରା ଏକେ ୨୩୦ ରାଇଫଲର ସଂଖ୍ୟା, ଦର ଓ ପ୍ରକ୍ରିୟା ପାଇଁ ସହମିତି ହୋଇଛନ୍ତି। ଡିଲ୍‌ ଅନୁସାରେ, ଆସନ୍ତା ୧୦ ବର୍ଷ ମଧ୍ୟରେ ୬,୦୧,୪୨୭ଟି ଏକେ ୨୩୦ ଆସଲ୍ଟ ରାଇଫଲ ଭାରତୀୟ ସେନା ପାଇଁ ଆମେଥି ସ୍ଥିତ ଫ୍ୟାକ୍ଟ୍ରୀରେ ତିଆରି ହେବ।

ଉତ୍ପାଦନ କାମ ଆରମ୍ଭ କରାଯିବାର ୩୨ ମାସ ପରେ ରାଇଫଲଗୁଡ଼ିକୁ ଭାରରତୀୟ ସେନାକୁ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ଦଫାରେ ୭୦ ହଜାର ରାଫଲ ଦିଆଯିବ। ଏହି ଏକେ ୨୩୦ ରାଫଲ ବର୍ତ୍ତମାନ ଭାରତୀୟ ସେନା ବ୍ୟବହାର କରୁଥିବା ଆଇଏନଏସ୍‌ଏଏସ୍‌ ରାଇଫଲର ସ୍ଥାନ ନେବ।

Related story