ମୋଦିଙ୍କ ଉପରେ ଟିପ୍ପଣୀ ଦେଇ ବିବାଦରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ, ବିଜେପିର ତୀବ୍ର ପ୍ରତିବାଦ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଝଡ଼ ସୃଷ୍ଟି ହୋଇଛି। ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଲାୱାଲ ଭୁଟ୍ଟୋ ଦେଇଥିବା ଅରୁଚିକର ଟିପ୍ପଣୀକୁ ନେଇ ଆଜି ବିଜେପି କର୍ମୀମାନେ ରାଜଧାନୀ ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ କରିବା ସହ ପ୍ରବଳ ନାରାବାଜି କରିଛନ୍ତି। ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ଼ ଧରି ପାକିସ୍ତାନ ବିରୋଧରେ ଏକ ବିଶାଳ ରାଲି କରିଥିଲେ। ହାତରେ ପ୍ଲାକାର୍ଡ […]

ppp-1

  • Published: Friday, 16 December 2022
  • , Updated: 16 December 2022, 04:55 PM IST

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଝଡ଼ ସୃଷ୍ଟି ହୋଇଛି। ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଲାୱାଲ ଭୁଟ୍ଟୋ ଦେଇଥିବା ଅରୁଚିକର ଟିପ୍ପଣୀକୁ ନେଇ ଆଜି ବିଜେପି କର୍ମୀମାନେ ରାଜଧାନୀ ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ କରିବା ସହ ପ୍ରବଳ ନାରାବାଜି କରିଛନ୍ତି। ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ଼ ଧରି ପାକିସ୍ତାନ ବିରୋଧରେ ଏକ ବିଶାଳ ରାଲି କରିଥିଲେ। ହାତରେ ପ୍ଲାକାର୍ଡ ଧରି ପାକିସ୍ତାନ ହାଏ ହାଏ ଏବଂ ବିଲାୱାଲ ଭୁଟ୍ଟୋ ମାଫି ମାଙ୍ଗୋ ସ୍ଲୋଗାନ ଦେଇଥିଲେ। ଅନ୍ୟପଟେ ପାକ୍ ଦୂତାବାସ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବିଜେପି କର୍ମୀମାନଙ୍କୁ ନିୟନ୍ତ୍ରଣ ପାଇଁ  ପୁଲିସ ବ୍ୟାପକ ପଦକ୍ଷେପ ନେଇଥିଲା। ଏଥିପାଇଁ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡି କରିଥିଲା।

ତେବେ ବିକ୍ଷୋଭକାରୀମାନେ ପ୍ରଥମ ପର୍ଯ୍ୟାୟ ବ୍ୟାରିକେଡ୍ ଭାଙ୍ଗି ଦୂତାବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଚାଣକ୍ୟପୁରୀ ଅଞ୍ଚଳରେ କରାଯାଇଥିବା ବ୍ୟାରିକେଡର ଦ୍ୱିତୀୟ ଲାଇନରେ ପୁଲିସ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଏଠାରେ ପାଣି ଟ୍ୟାଙ୍କ ମଧ୍ୟ ରଖାଯାଇଛି। କିଛି ବିଜେପି କର୍ମୀଙ୍କୁ ମଧ୍ୟ ପୁଲିସ ଅଟକ ମଧ୍ୟ ରଖିଛି। ମୋଦିଙ୍କ ବିରୋଧରେ ଅତି କଟୁ ମନ୍ତବ୍ୟ ନେଇ ବିଲାୱାଲ ଭୁଟ୍ଟୋ କହିଥିଲେ ଯେ, ମୁଁ ଭାରତକୁ କହିବାକୁ ଚାହେଁ ଓସାମା ବିନ୍ ଲାଦେନ ମରିଛନ୍ତି, କିନ୍ତୁ ଗୁଜରାଟର “କଂସେଇ” ବଞ୍ଚିଛନ୍ତି। ଆଉ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କୁ ଏହି ଦେଶରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ସେ ହେଉଛନ୍ତି  ଆରଏସଏସର ପ୍ରଧାନମନ୍ତ୍ରୀ ଏବଂ ଆରଏସଏସର ବୈଦେଶିକ ମନ୍ତ୍ରୀ।

ସେ ଆହୁରି କହିଛନ୍ତି ଯେ, ଆରଏସଏସ କ’ଣ? ଆରଏସଏସ ହିଟଲରଙ୍କଠାରୁ ପ୍ରେରଣା ନେଇଥାଏ। ସୂଚନା ଅନୁଯାୟୀ ଜାତିସଂଘ ମୁଖ୍ୟାଳୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଦେନଙ୍କ ନିହତ କଥା କହିଥିଲେ। ଏସ ଜୟଶଙ୍କର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଉପରୋକ୍ତ ବୟାନ ଦେଇଥିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ। ସେ ତାଙ୍କ ପ୍ରତିଜବାବରେ ମୋଦିଙ୍କ ଉପରେ ଉଲ୍ଲେଖ କରିବା ସହ ୨୦୦୨ ଗୁଜରାଟ ଦଙ୍ଗା କଥା କହିଥିଲେ।

Related story