ସେକ୍ସ ଭିଡିଓ ଭାଇରାଲ ଧମକ ଦେଇଥିବା ଯୁବତୀଙ୍କୁ ମର୍ଡ଼ର

ନୂଆଦିଲ୍ଲୀ: ନିଜ କର୍ମଚାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଲୁଗା ବ୍ୟବସାୟୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବସାୟୀଙ୍କୁ ସହଯୋଗ କରିଥିବା ତାଙ୍କର ୨ ଜଣ ସମ୍ପର୍କୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଦିଲ୍ଲୀର ସରୋଜିନୀ ନଗରରୁ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଛି। ହତ୍ୟାକାଣ୍ଡ ପରେ ମୃତ ଦେହକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଦିଲ୍ଲୀର ମେଟ୍ରୋଷ୍ଟେସନ ସରୋଜିନୀ ନଗରଠାରେ ଫିଙ୍ଗି ଦେଇଥିଲେ। ମୃତକ ହେଉଛନ୍ତି ଜଣେ ୨୨ ବର୍ଷୀୟ ଯୁବତୀ। […]

kll

Tapas Behera
  • Published: Wednesday, 02 February 2022
  • , Updated: 02 February 2022, 12:35 PM IST

ନୂଆଦିଲ୍ଲୀ: ନିଜ କର୍ମଚାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଲୁଗା ବ୍ୟବସାୟୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବସାୟୀଙ୍କୁ ସହଯୋଗ କରିଥିବା ତାଙ୍କର ୨ ଜଣ ସମ୍ପର୍କୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଦିଲ୍ଲୀର ସରୋଜିନୀ ନଗରରୁ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଛି। ହତ୍ୟାକାଣ୍ଡ ପରେ ମୃତ ଦେହକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଦିଲ୍ଲୀର ମେଟ୍ରୋଷ୍ଟେସନ ସରୋଜିନୀ ନଗରଠାରେ ଫିଙ୍ଗି ଦେଇଥିଲେ।

ମୃତକ ହେଉଛନ୍ତି ଜଣେ ୨୨ ବର୍ଷୀୟ ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ସହ ଗିରଫ ବ୍ୟବସାୟୀଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିଲା। ୩୬ ବର୍ଷୀୟ ବ୍ୟବସାୟୀ ଜଣକ ବିବାହିତ ହୋଇଥିଲା ବେଳେ ତାଙ୍କର ୨ଟି ଛୁଆ ମଧ୍ୟ ଅଛି। ତେବେ ମୃତ ଯୁବତୀ ଜଣକ ବ୍ୟବସାୟୀଙ୍କ ଯୌନ କେଳେଙ୍କାରୀକୁ ନେଇ ବ୍ଲାକମେଲିଂ କରି ଆସୁଥିଲେ। ଏମିତିକି ସେ ବ୍ୟବସାୟୀଙ୍କଠାରୁ ଅଧିକ ଟଙ୍କା ଦାବି କରି ଆସୁଥିଲେ। ଟଙ୍କା ନଦେଲେ ସମ୍ପୃକ୍ତ ଯୁବତୀ ଜଣକ ସେମାନଙ୍କ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିବା ପୁଲିସ କହିଛି।

ଏହା ପରେ ସମ୍ପୃକ୍ତ ଯୁବତୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବା ପାଇଁ ବ୍ୟବସାୟୀ ଜଣକ ଯୋଜନା କରିଥିଲେ। ଏଥିପାଇଁ ସେ ଉତ୍ତରପ୍ରଦେଶରେ ରହୁଥିବା ତାଙ୍କ ପୁତୁରାଙ୍କୁ ଡାକିଥିଲେ। ଜାନୁଆରୀ ୨୮ରେ ବ୍ୟବସାୟୀ ଜଣକ  ଦିଲ୍ଲୀର ୟୁସୁଫ ସରାଇ ଗେଷ୍ଟ ହାଉସରେ ଦୁଇଟି ରୁମ୍‌ ବୁକ୍ କରିଥିଲେ। ଏହି ଗେଷ୍ଟ ହାଉସ ସରୋଜିନୀନଗରଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ।  ସେମାନେ ସେହି ମହିଳା କର୍ମଚାରୀ ଜଣକୁ ଉକ୍ତ ଗେଷ୍ଟ ହାଉସକୁ କିଛି କାମ ବାହାନା କରି ଡାକିଥିଲେ। ମହିଳା ଜଣକ ସେଠାରୁ ଆସିବା ପରେ ତାଙ୍କୁ ଅଭିଯୁକ୍ତମାନେ କାବୁ କରି ତାଙ୍କ ମୁହଁରେ ଲୁଗା ଗୋଡ଼ାଇ ହତ୍ୟା କରିଥିଲେ ।

ଏହା ପରେ ସେମାନେ ମୃତ ଦେହକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି  ଏକ ଟ୍ୟାକ୍କସିରେ ନେଇଥିଲେ। ପରେ ସେମାନେ ସରୋଜିନୀ ନଗର ମେଟ୍ରୋ ଷ୍ଟେସନରେ ମୃତ ଦେହକୁ ଫୋପାଡ଼ି ଦେଇଥିଲେ। ଅଭିଯୁକ୍ତମାନେ ଏକ ଟ୍ରଲି ବ୍ୟାଗ ନେଉଥିବା ସିସିଟିଭି ଫୁଟେଜରେ ଧରାପଡ଼ିଥିଲା। ହତ୍ୟା ପରେ ବ୍ୟବସାୟୀ ଜଣକ ତାଙ୍କ କର୍ମଚାରୀଙ୍କ ଜୋତା, ଜ୍ୟାକେଟ, ଟୋପି ଏବଂ ୱାଲେଟ୍‌ ନେଇ ଯାଇଥିଲେ। ଏଥିସହ ବ୍ୟବସାୟୀଙ୍କ ପୁତୁରା ମୃତ କର୍ମଚାରୀଙ୍କ ମୋବାଇଲ ନେଇ ଯାଇଥିଲେ। ଏ ସବୁ ସାମଗ୍ରୀରୁ କିଛି ପୁଲିସ ଜବତ କରିଥିବା ପୁଲିସ କହିଛି।

Related story