ଶିକାର ବଢ଼ାଇଲା କରୋନା , ଗଡ଼ିଲା ୧୭ ମୁଣ୍ଡ

ନୂଆଦିଲ୍ଲୀ: ରବିବାର ରାଜଧାନୀ ଦିଲ୍ଲୀରେ ୨୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଦିଲ୍ଲୀ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨,୭୫୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ପଜିଟିଭିଟି ହାର ୨୨,୫୩ ପ୍ରତିଶତ ରହିଛି।  ଗତ ମେ ୯ପରେ  ରାଜଧାନୀରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ଼ ହୋଇଛି।  ମେ’ ୭ ପରେ ପଜିଟିଭିଟି ହାର କମିଥିଲା। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ରୋଗୀଙ୍କ […]

Covid death

Tapas Behera
  • Published: Sunday, 09 January 2022
  • , Updated: 09 January 2022, 08:13 PM IST

ନୂଆଦିଲ୍ଲୀ: ରବିବାର ରାଜଧାନୀ ଦିଲ୍ଲୀରେ ୨୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଦିଲ୍ଲୀ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨,୭୫୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ପଜିଟିଭିଟି ହାର ୨୨,୫୩ ପ୍ରତିଶତ ରହିଛି।  ଗତ ମେ ୯ପରେ  ରାଜଧାନୀରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ଼ ହୋଇଛି।  ମେ’ ୭ ପରେ ପଜିଟିଭିଟି ହାର କମିଥିଲା। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଜୁନ୍‌ ୧୬ ପରେ ଗୋଟିଏ ଦିନରେ ସର୍ବାଧିକ  ମୃତ୍ୟୁ ହୋଥିବା ରେକର୍ଡ଼ ହୋଇଛି।

ସେପଟେ ଦେଶରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ମିଶନ ମୋଡ୍‌ରେ  ଟିକାକରଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।  ଅଧିକ ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ, ସର୍ଭେଲାନ୍ସ କରାଯିବା ଉପରେ ଗୁରୁତ୍ୱ ଦିଆଯାଛି।

ଅନ୍ୟପଟେ ହୋମ୍‌ ଆଇସୋଲେସନ୍‌ରେ କରୋନା ଆକ୍ରାନ୍ତଙ୍କ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସଂଶୋଧିତ ଗାଇଡ୍‌ଲାଇସନ୍‌ ଅନୁସାରେ, ପଜିଟିଭ୍ ବାହାରିବାର ଅନ୍ୟୂନ ୭ ଦିନ ଧରି ଘରେ ରହିବା ସହ କ୍ରମାଗତ ୩ ଦିନ ଧରି ଜର ନ ହୋଇଥିବା ଆକ୍ରାନ୍ତମାନେ ଆଉ ଏକାନ୍ତବାସରେ ରହିବେ ନାହିଁ। ଏକାନ୍ତବାସ ସମୟ ଶେଷ ହେବା ପରେ ପୁଣି ଥରେ ନମୁନା ପରୀକ୍ଷା କରିବା ଅନାବଶ୍ୟକ କିନ୍ତୁ, ସେମାନେ ମାସ୍କ୍‌ ପିନ୍ଧିବେ। ପ୍ରତିଦିନ ଜିଲ୍ଲା ପ୍ରଶାସନ ‘ହୋମ୍‌ ଆଇସୋଲେସନ୍‌’ରେ ଥିବା ସମସ୍ତ ଆକ୍ରାନ୍ତଙ୍କର ଦେଖାଶୁଣା କରି‌ବ ବୋଲି ସଂଶୋଧିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଏଥିପାଇଁ ଡିଷ୍ଟ୍ରିକ୍ଟ୍‌ଏବଂ ସବ୍‌-ଡି‌ଷ୍ଟ୍ରିକ୍ଟ୍‌ କଣ୍ଟ୍ରୋଲ୍‌ ରୁମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ସହ ସେମାନଙ୍କର ଟେଲିଫୋନ୍‌ ନମ୍ବର ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରାଯିବ। ଫଳତଃ, ହୋମ୍‌-ଆଇସୋଲେସନ୍‌ରେ ଥିବା ଜନସାଧାରଣ ଆବଶ୍ୟକ କ୍ଷେତ୍ରରେ ଅବାଧରେ ଆମ୍ବୁଲାନ୍ସ୍‌ ଯୋଗେ ଘରୁ ‘ଡେଡିକେଟେଡ୍‌ ହସ୍ପିଟାଲ୍‌’କୁ ଯାଇ ପାରିବେ।

 

Related story