ଦିଲ୍ଲୀକୁ ମିଳିଲା ପ୍ରଥମ କିନ୍ନର କାଉନସିଲର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ପ୍ରଥମ କିନ୍ନର କାଉନସିଲର। କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟ୍ରାନ୍ସଜେଣ୍ଡର ବବି କିନ୍ନର ଚମତ୍କାର ବିଜୟ ହାସଲ କରିଛନ୍ତି। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ କୌଣସି ନିର୍ବାଚନ ଜିତିବାର ରେକର୍ଡ କରିଛନ୍ତି। ଆପ୍‌ ପକ୍ଷରୁ ବବିଙ୍କୁ ସୁଲତାନପୁର ମାଜ୍ରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଲତାନପୁରୀର ୪୩ ଏ ୱାର୍ଡରୁ ପ୍ରାର୍ଥୀ କରାଯାଇଥିଲା। ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ମଧ୍ୟ ଆଶା […]

bobby

  • Published: Wednesday, 07 December 2022
  • , Updated: 07 December 2022, 08:58 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ପ୍ରଥମ କିନ୍ନର କାଉନସିଲର। କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟ୍ରାନ୍ସଜେଣ୍ଡର ବବି କିନ୍ନର ଚମତ୍କାର ବିଜୟ ହାସଲ କରିଛନ୍ତି। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ କୌଣସି ନିର୍ବାଚନ ଜିତିବାର ରେକର୍ଡ କରିଛନ୍ତି।

ଆପ୍‌ ପକ୍ଷରୁ ବବିଙ୍କୁ ସୁଲତାନପୁର ମାଜ୍ରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଲତାନପୁରୀର ୪୩ ଏ ୱାର୍ଡରୁ ପ୍ରାର୍ଥୀ କରାଯାଇଥିଲା। ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ମଧ୍ୟ ଆଶା କରାଯାଇଥିଲା। କିନ୍ତୁ ବବି ଏକତରଫା ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବରୁଣା ଢାକାଙ୍କୁ ୬,୭୧୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଏହି ବୃହତ ବ୍ୟବଧାନ ପରେ ବବି କହିଛନ୍ତି, “ମୋ ପାଇଁ କଠିନ ପରିଶ୍ରମ କରିଥିବା ଲୋକମାନଙ୍କୁ ମୁଁ ବିଜୟର ସବୁ ଶ୍ରେୟ ଦେବାକୁ ଚାହୁଁଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏବେ ମୁଁ କେବଳ ମୋ ଅଞ୍ଚଳର ବିକାଶ ପାଇଁ କାମ କରିବି। ଲୋକମାନଙ୍କ ଭରସାକୁ କେବେ ହେଲେ ଭାଙ୍ଗିବି ନାହିଁ।”

ସୁଲତାନପୁରୀ ଅଞ୍ଚଳରେ ବବି ଜଣେ ପରିଚିତ ଚେହେରା। ୨୦୧୭ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏମସିଡି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା। ସେ ଆନ୍ନା ହାଜାରେଙ୍କ ବିପ୍ଳବ ସମୟରୁ ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଜଡ଼ିତ ରହିଥିଲେ।

ବବି କିନ୍ନର ହେଉଛନ୍ତି ହିନ୍ଦୁ ଯୁବ ସମାଜ ଏକତା ଆୱାମ ଆଣ୍ଟି ଟେରୋରିଜିମ କମିଟିର ଦିଲ୍ଲୀ ୟୁନିଟ ସଭାପତି। ସେ ଦୀର୍ଘ ୧୫ ବର୍ଷ ହେଲା ଏହି ସଂଗଠନ ସହ ଜଡ଼ିତ ରହିଛନ୍ତି।

କିନ୍ନର ଯୋଗୁ ସେ ଅନେକ ସମୟରେ ସମସ୍ୟାରେ ପଡ଼ିଥିଲେ। ତାଙ୍କୁ ୧୮ ବର୍ଷ ହୋଇ ନଥିବା ବେଳେ ଟ୍ରାନ୍ସଜେଣ୍ଡର ସଂପ୍ରଦାୟର ଲୋକମାନେ ତାଙ୍କୁ ନିଜ ସହ ନେଇ ଯାଇଥିଲେ। ଏହାପରେ ତାଙ୍କୁ ବିଭିନ୍ନ ବାହାଘରରେ ନାଚିବାକୁ ପଡ଼ିଥିଲା। ସେଠାରେ ରହିବା ସମୟରେ ବବି ସମାଜ ସେବା ଓ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ବାପା ଗୋଟିଏ ଢାବା ଚଳାଉଥିବା ବେଳେ ଆଜି ବବି ଦିଲ୍ଲୀ ଏମସିଡି ନିର୍ବାଚନରେ ବାଜିମାତ କରିଛନ୍ତି।

Related story