ପ୍ରବାସୀ ଶ୍ରମିକଙ୍କୁ ଆହ୍ୱାନ, ‘ରାଜଧାନୀ ଛାଡ଼ିନି, ମିଳିବ ସବୁ ସୁବିଧା’

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଦେଖି ବିଭିନ୍ନ ସ୍ଥାନରେ ଲକଡାଉନ, କର୍ଫ୍ୟୁ ଆଦି ଲାଗୁ ହୋଇଛି। ତେଣୁ ଜୀବିକା କଥା ଚିନ୍ତା ନକରି ସମସ୍ତେ ଏବେ ଜୀବନ ଭୟରେ ନିଜ ନିଜ ଗାଁ ମୁହାଁ ହେଉଛନ୍ତି। ମୁଖ୍ୟତଃ ପ୍ରବାସୀ ଶ୍ରମିକ ଗାଁମୁହାଁ ହେଲେଣି।   ଏଥିପାଇଁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ପ୍ରବଳ ଗହଳି ଲାଗୁଥିବା ଦେଖିବାକୁ ମିଳିଛି। ଫଳରେ ମହାମାରୀ ଅଧିକ ବ୍ୟାପିବାର ଭୟ ସୃଷ୍ଟି ହେଲାଣି। ଏପରି ଘଡ଼ିସନ୍ଧି […]

Migrant-Worker

Subhransu Sekhar
  • Published: Wednesday, 21 April 2021
  • , Updated: 21 April 2021, 09:59 AM IST

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଦେଖି ବିଭିନ୍ନ ସ୍ଥାନରେ ଲକଡାଉନ, କର୍ଫ୍ୟୁ ଆଦି ଲାଗୁ ହୋଇଛି। ତେଣୁ ଜୀବିକା କଥା ଚିନ୍ତା ନକରି ସମସ୍ତେ ଏବେ ଜୀବନ ଭୟରେ ନିଜ ନିଜ ଗାଁ ମୁହାଁ ହେଉଛନ୍ତି। ମୁଖ୍ୟତଃ ପ୍ରବାସୀ ଶ୍ରମିକ ଗାଁମୁହାଁ ହେଲେଣି।   ଏଥିପାଇଁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ପ୍ରବଳ ଗହଳି ଲାଗୁଥିବା ଦେଖିବାକୁ ମିଳିଛି। ଫଳରେ ମହାମାରୀ ଅଧିକ ବ୍ୟାପିବାର ଭୟ ସୃଷ୍ଟି ହେଲାଣି।

ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେରାଜଧାନୀ ଦିଲ୍ଲୀ ନ ଛାଡ଼ିବାକୁ ପ୍ରବାସୀ ଶ୍ରମିକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଲକଡାଉନ୍ ବେଳେ ଦିଲ୍ଲୀ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସମସ୍ତ  ଶ୍ରମିକଙ୍କର ଯତ୍ନ ନିଆଯିବ ବୋଲି କେଜ୍ରିଓ୍ୱାଲ  ପ୍ରତିଶ୍ରୁତି ଦେଇଛନ୍ତି। ଏମିତିକି ଯେଉଁ ଶ୍ରମିକମାନେ ରହିବେ ସେମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇଦେବେ ବୋଲି ଦିଲ୍ଲୀ ସରକାର ମଙ୍ଗଳବାର ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି।

କରୋନା ଭାଇରସକୁ ରୋକିବା ପାଇଁ ଦିଲ୍ଲୀକୁ ୬ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ଆଗକୁ ଆହୁରି ଲକଡ଼ାଉନ ଓ ଶଟଡ଼ାଉନ ହୋଇପାରେ ବୋଲି ଆଶଙ୍କା କରି ଦିଲ୍ଲୀରୁ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ। ଦିଲ୍ଲୀରେ ୨୦ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଲକଡାଉନ୍ ୨୬ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ।

ଏପ୍ରିଲ ୧୯ରେ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇବା ଉଚିତ। ଲକଡାଉନ୍ ପାଇଁ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।  ଏହା ପରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀର କେଜ୍ରିଓ୍ୱାଲ ସରକାର।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) କହିଛି ଯେ କେଜ୍ରିୱାଲ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୈନିକ ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କୁ ରାଜଧାନୀରେ ଆଶ୍ରୟ, ଖାଦ୍ୟ, ପାଣି (ଉଭୟ ବ୍ୟବହାର ଏବଂ ପିଇବା) ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ସାହାଯ୍ୟ କରାଯିବ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଗଠିତ କମିଟିରେ ୭ ଜଣ ସଦସ୍ୟ ରହିବେ। ଏଥିରେ ବରିଷ୍ଠ ଅଧିକାରୀମାନେ ଅନ୍ତର୍ଭୁକ୍ତ ହେବେ। କମିଟି ଶ୍ରମିକମାନଙ୍କ ଆର୍ଥିକ ସହାୟତା ସହିତ ଖାଦ୍ୟ ଏବଂ ପାନୀୟ, ଚିକିତ୍ସା ସୁବିଧା ଏବଂ ଆଶ୍ରୟସ୍ଥଳ ଇତ୍ୟାଦି ଯୋଗାଇଦେବେ ବୋଲି ଜଣାପଡ଼ିଛି।

Related story