୨୦୨୫ ସୁଦ୍ଧା ଯମୁନା ପ୍ରଦୂଷଣ ମୁକ୍ତ ହେବ: କେଜ୍ରିୱାଲ  

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଯମୁନାକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରି ଏହାକୁ ସ୍ନାନ ଯୋଗ୍ୟ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପ୍ରୟାସ । ଏଥିପାଇଁ ଏକ ୬ ସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଏହି ସୂଚନା ଦେଇଛନ୍ତି ।  ପ୍ରତ୍ୟେକ କାର୍ଯ୍ୟ ସୂତ୍ର ପାଇଁ ର୍ନିଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରାଯାଇଛି ଏବଂ ମୁଁ ବ୍ୟକ୍ତିଗତ ଭାବରେ ଅଗ୍ରଗତି ଉପରେ ନଜର ରଖିବି ବୋଲି କହିଛନ୍ତି  କେଜ୍ରିୱାଲ। ୭୦ ବର୍ଷ […]

KEJRIWAL

Tapas Behera
  • Published: Thursday, 18 November 2021
  • , Updated: 18 November 2021, 09:38 PM IST

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଯମୁନାକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରି ଏହାକୁ ସ୍ନାନ ଯୋଗ୍ୟ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପ୍ରୟାସ । ଏଥିପାଇଁ ଏକ ୬ ସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଏହି ସୂଚନା ଦେଇଛନ୍ତି ।  ପ୍ରତ୍ୟେକ କାର୍ଯ୍ୟ ସୂତ୍ର ପାଇଁ ର୍ନିଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରାଯାଇଛି ଏବଂ ମୁଁ ବ୍ୟକ୍ତିଗତ ଭାବରେ ଅଗ୍ରଗତି ଉପରେ ନଜର ରଖିବି ବୋଲି କହିଛନ୍ତି  କେଜ୍ରିୱାଲ।

୭୦ ବର୍ଷ ଧରି ଯମୂନା ପ୍ରଦୂଷିତ ହେବାରେ ଲାଗିଛି । ତେଣୁ ଦୁଇ ଦିନରେ ଏହା ସଫା ହୋଇପାରିବନାହିଁ। କେଜ୍ରିୱାଲ କହିଛନ୍ତି ଯେ  ଏଥିପାଇଁ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ର୍ନିମାଣ କରାଯାଉଛି ।

ଏଥିସହିତ ପୁରୁଣା ବୈଷୟିକ ଜ୍ଞାନକୌଶଳରେ ନବୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେଜ୍ରିୱାଲ।  ସେ କହିଛନ୍ତି ଯେ ଯମୁନାକୁ ଆସୁଥିବା ନଜାଫଗଡ, ବାଦଶାହପୁର,ଏବଂ ଗାଜିପୁରର ପ୍ରମୁଖ ଡ୍ରେନର ଜଳକୁ ସେମାନଙ୍କର ମୂଳ ସ୍ଥାନରେ ଶୋଧନ କରାଯାଉଛି । ଯମୁନାରେ ଶିଳ୍ପ ବର୍ଯ୍ୟବସ୍ତୁ ନିର୍ଗତ କରୁଥିବା ଶିଳ୍ପଗୁଡିକ ସରକାର ବନ୍ଦ କରିବେ ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ଆମେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛୁ। ଏହା ଉପରେ ଆମର ଆକ୍ସନ ଟିମ୍ କାମ କରୁଛି। ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ଏହାକୁ ମନିଟରିଂ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ  ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡିକ ନିର୍ମାଣ କରାଯାଉଛି। ଏହା ପରେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

Related story