ମେହବୁବାଙ୍କୁ ଇଡିର ସମନ ଉପରେ କୋର୍ଟଙ୍କ ଲଗାମ

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଜାରି କରିଥିବା ସମନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ଇଡି ୧୫ ତାରିଖରେ ମେହବୁବାଙ୍କୁ ଜେରା ପାଇଁ ହାଜର ହେବାକୁ କହିଥିବା ବେଳେ କେଉଁ ଘଟଣାରେ ମାମଲା ରୁଜୁ କରାଯାଇଛି, ସେକଥା କହି ନଥିଲା। ଇଡିର ଏପରି ସମନକୁ ବିରୋଧ କରି ମେହବୁବା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ଆଜି ଡିଭିଜନ ବେଞ୍ଚର […]

mehbooba-mufti

Hemant Lenka
  • Published: Wednesday, 10 March 2021
  • , Updated: 10 March 2021, 02:07 PM IST

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଜାରି କରିଥିବା ସମନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ଇଡି ୧୫ ତାରିଖରେ ମେହବୁବାଙ୍କୁ ଜେରା ପାଇଁ ହାଜର ହେବାକୁ କହିଥିବା ବେଳେ କେଉଁ ଘଟଣାରେ ମାମଲା ରୁଜୁ କରାଯାଇଛି, ସେକଥା କହି ନଥିଲା।

ଇଡିର ଏପରି ସମନକୁ ବିରୋଧ କରି ମେହବୁବା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ଆଜି ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ହଇରାମ ଭମବାନୀଙ୍କ ଖଣ୍ଡପୀଠରେ କରାଯାଇଥିଲା। ଏହି ସମୟରେ କୋର୍ଟ କହିଥିଲେ ଯେ ମେହବୁବାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ଇଡି ବାଧ୍ୟ କରିପାରିବ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ରେ କରାଯିବ।

ଏହି ସମୟରେ ଇଡି କରିଥିବା ସମନକୁ ଖାରଜ କରାଯିବ କି ନାହିଁ, ତା’ ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କାରଣ ଇଡି ସମନର ବୈଧତାକୁ ନେଇ ମେହବୁବା ପ୍ରଶ୍ନ ଉଠାଇଛନ୍ତି ଓ ଏହାକୁ ଖାରଜ କରିବାକୁ ନିବେଦନ କରିଛନ୍ତି।

Related story