ଆପ୍ ନେତା ବିଜୟ ନାଏର ଓ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲି ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟିର ବଢ଼ିବାରେ ଲାଗିଛି ଅଡୁଆ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍ ନେତା ବିଜୟ ନାଏରଙ୍କୁ ଗିରଫ କରିଛି। ଏଥିସହ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲିଙ୍କୁ ମଧ୍ୟ ବାନ୍ଧିଚି ଇଡି। ଆପ୍ ନେତା ବିଜୟ ଓ ବ୍ୟବସାୟୀ ଅଭିଷେକଙ୍କୁ ଦିଲ୍ଲୀ ଅବକାରୀ ନୀତିରେ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଏହାପୂର୍ବରୁ ଦୁହିଁଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିଲା। ସେବେଠୁ ଏ ଦୁହେଁ ଜେଲ୍‌ରେ ଥିଲେ। ଦିଲ୍ଲୀ ଅବକାରୀ […]

ED

Madhupriya Mistry
  • Published: Monday, 14 November 2022
  • , Updated: 14 November 2022, 10:33 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟିର ବଢ଼ିବାରେ ଲାଗିଛି ଅଡୁଆ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍ ନେତା ବିଜୟ ନାଏରଙ୍କୁ ଗିରଫ କରିଛି। ଏଥିସହ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲିଙ୍କୁ ମଧ୍ୟ ବାନ୍ଧିଚି ଇଡି।

ଆପ୍ ନେତା ବିଜୟ ଓ ବ୍ୟବସାୟୀ ଅଭିଷେକଙ୍କୁ ଦିଲ୍ଲୀ ଅବକାରୀ ନୀତିରେ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଏହାପୂର୍ବରୁ ଦୁହିଁଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିଲା। ସେବେଠୁ ଏ ଦୁହେଁ ଜେଲ୍‌ରେ ଥିଲେ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ନେତା ବିଜୟ ନାଏରଙ୍କ ଜାମିନ ଉପରେ ଶୁଣାଣି ହେବାର ଥିଲା । ତେବେ ଏହାପୂର୍ବରୁ ହିଁ ଇଡି ତାଙ୍କୁ ଗିରଫ କରିନେଇଛି ।

Related story