ସମସ୍ତଙ୍କ ଆଗରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ସମସ୍ତେ ଦେଖିଲେ। ଆ‌ଖିଆଗରେ ଦୁର୍ବୃତ୍ତମାନେ ଖୁଲମଖୋଲା ଛୁରି ଭୁସିଲେ। ହେଲେ କେହି ବଞ୍ଚାଇବାକୁ ଆସିଲେନି। ଦିନଦିପ୍ରହରେ ରାଜରାସ୍ତାରେ ଘଟିଲା ହତ୍ୟାକାଣ୍ଡ। ସମ୍ପୂର୍ଣ୍ଣ ଜନଗହଳି ରାସ୍ତାରେ ଜଣେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଛୁରା ଭୁସି ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।  ସାଉଥ୍‌ ଦିଲ୍ଲୀର ମାଲବ୍ୟନଗର ବଜାରରେ ଏହି ଘଟଣା ଘଟଛି।  ହତ୍ୟାକାଣ୍ଡରେ ଶିକାର ହୋଇ‌ଥିବା ଛାତ୍ର ଜଣଙ୍କ ହେଲେ ୨୫ବର୍ଷୀୟ ମୟଙ୍କ। ମୟଙ୍କ ଓ […]

crime-in-b.pur1

crime-in-b.pur1

Tapas Behera
  • Published: Friday, 12 August 2022
  • Updated: 12 August 2022, 05:21 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତେ ଦେଖିଲେ। ଆ‌ଖିଆଗରେ ଦୁର୍ବୃତ୍ତମାନେ ଖୁଲମଖୋଲା ଛୁରି ଭୁସିଲେ। ହେଲେ କେହି ବଞ୍ଚାଇବାକୁ ଆସିଲେନି। ଦିନଦିପ୍ରହରେ ରାଜରାସ୍ତାରେ ଘଟିଲା ହତ୍ୟାକାଣ୍ଡ। ସମ୍ପୂର୍ଣ୍ଣ ଜନଗହଳି ରାସ୍ତାରେ ଜଣେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଛୁରା ଭୁସି ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।  ସାଉଥ୍‌ ଦିଲ୍ଲୀର ମାଲବ୍ୟନଗର ବଜାରରେ ଏହି ଘଟଣା ଘଟଛି।  ହତ୍ୟାକାଣ୍ଡରେ ଶିକାର ହୋଇ‌ଥିବା ଛାତ୍ର ଜଣଙ୍କ ହେଲେ ୨୫ବର୍ଷୀୟ ମୟଙ୍କ।

ମୟଙ୍କ ଓ ତାଙ୍କର ଜଣେ ବନ୍ଧୁ ବଜାରରେ ଥିବା ବେଳେ ୪-୫ ଜଣ ସେମାନଙ୍କ ପାଖକୁ ଛୁରା ଧରି ଆସିଥିଲେ। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ ସମ୍ପୃକ୍ତ ଦୁର୍ବୃତ୍ତ ଏବଂ ମୟଙ୍କଙ୍କ  ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ମୟଙ୍କ ସେଠାରୁ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ମୟଙ୍କଙ୍କୁ କାବୁ କରି ଛୁରିରେ ଆକ୍ରମଣ କରିଥିଲେ।  ଏହି  ସମୟରେ ମୟଙ୍କ ସେମାନଙ୍କୁ ପ୍ରତିରୋଧ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।  ଏହି ଘଟଣା ଘଟିବା ସମୟରେ ସେହି ବାଟ ଦେଇ ବହୁ ଗାଡ଼ି ଯା'ଆସ କରୁଥିଲା।  ହେଲେ ମୟଙ୍କଙ୍କୁ କେହି ବଞ୍ଚାଇବାକୁ ଆସି ନଥିଲେ।

ସିସିଟିଭି ଫୁଟେଜ୍‌ରୁ ଆକ୍ରମଣକାରୀମାନେ ମୟଙ୍କଙ୍କୁ ବାରମ୍ବାର ଛୁରି ଭୁସିଥିବା ଦେଖିବାକୁ ମିଳିଛି। ଏହି  ଘଟଣା ପରେ କିଛି ସ୍ଥାନୀୟ ଯାତ୍ରୀଙ୍କ ସହାୟତାରେ ମୟଙ୍କଙ୍କ ସାଙ୍ଗ ତାଙ୍କୁ ଏମ୍‌ସ ନେଇଥିଲେ।  କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ହତ୍ୟାମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।  ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅପରାଧୀଙ୍କ ସନ୍ଧାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos