ମାତାଲ ବାପାର ଉନ୍ମତ୍ତକାଣ୍ଡ: କୁନି ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ  

ନୂଆଦିଲ୍ଲୀ: ମାତାଲା ବାପାର ଉନ୍ମତ୍ତକାଣ୍ଡ। ଘରେ କଳି କରି ନିଜର ଦୁଇ ବର୍ଷର ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ। ଆଉ ନିଜେ ଡେଇଁପଡ଼ିଲେ।  ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ପତ୍ନୀଙ୍କ ସହ ପାରିବାରିକ ବିବାଦକୁ ନେଇ  ଯୁକ୍ତିତର୍କ ହେବା ପରେ ଏମିତି କାଣ୍ଡ ଘଟାଇଛନ୍ତି ସ୍ୱାମୀ। ଉଭୟ ବାପା ଏବଂ ପୁଅ ଗୁରୁତର ହୋଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମସରେ )ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ନୂଆଦିଲ୍ଲୀର […]

baby

  • Published: Saturday, 17 December 2022
  • , Updated: 17 December 2022, 02:21 PM IST

ନୂଆଦିଲ୍ଲୀ: ମାତାଲା ବାପାର ଉନ୍ମତ୍ତକାଣ୍ଡ। ଘରେ କଳି କରି ନିଜର ଦୁଇ ବର୍ଷର ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ। ଆଉ ନିଜେ ଡେଇଁପଡ଼ିଲେ।  ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ପତ୍ନୀଙ୍କ ସହ ପାରିବାରିକ ବିବାଦକୁ ନେଇ  ଯୁକ୍ତିତର୍କ ହେବା ପରେ ଏମିତି କାଣ୍ଡ ଘଟାଇଛନ୍ତି ସ୍ୱାମୀ। ଉଭୟ ବାପା ଏବଂ ପୁଅ ଗୁରୁତର ହୋଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମସରେ )ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ନୂଆଦିଲ୍ଲୀର କାଲକାଜୀ ସ୍ଥିତ ଏକ ବସ୍ତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମନ ସିଂ ଏବଂ ତାଙ୍କ ପତ୍ନୀ ପୂଜାଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବା ପରେ ଦୁହେଁ ଅଲଗା ରହୁଥିଲେ।  ପୂଜା ନିଜର ଦୁଇ ପିଲାଙ୍କ ସହ କଲକାଜୀରେ ଜେଜେମା’ଙ୍କ ଘରେ ରହୁଥିଲେ। ଗତକାଲି ରାତିରେ ସ୍ୱାମୀ ମନ ସିଂ ପତ୍ନୀ ପୂଜାଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ  ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ତୀବ୍ର ଗଣ୍ଡଗୋଳ ହୋଇଥିଲା।  ଏଥିରେ ଉତ୍ତ୍ୟକ୍ତ ହୋଇ ମନ ସିଂହ ସେ ନିଜ ପୁଅକୁ ୩ ମହଲା ବାଲକୋନୀରୁ ୨୧ ଫୁଟ ତଳେ ଫିଙ୍ଗି ଦେଇଥିବା ପୁଲିସ  କହିଛି । ଏହା ପରେ ସେ ନିଜେ ଛାତ ତଳକୁ  ଡେଇଁପଡିଥିଲେ। ପୂଜାଙ୍କ ଜେଜେମା ଅଭିଯୋଗ କରିଛନ୍ତି ଯେ ମନ ସିଂ ମଦ୍ୟପାନ କରିଥିଲେ। ମନ ସିଂଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ବୋଲି ପୁଲିସ କହିଛି।

Related story