ଶ୍ରଦ୍ଧାର ମୁଣ୍ଡ ପାଇଲେ କହିବ, ଦିଲ୍ଲୀ ପୁଲିସ ଜାରି କଲା ନୋଟିସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ ଲାଗି ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ପ୍ରେମିକା ଶ୍ରଦ୍ଧାର ମୃତ ଦେହକୁ ଖଣ୍ଡବିଖଣ୍ଡିତ କରି ୩୫ ପିସ୍‌ କରିଥିବା ସୈତାନ ପ୍ରେମିକ ଅଫତାବ ବିରୋଧରେ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ପୁଲିସ ପାଇଁ କାଠିକର ପାଠ ହୋଇଛି। କାରଣ ପୁଲିସ ଏଯାଏଁ ମୃତ ଶରୀରର ପ୍ରାୟ ୧୦ ପିସ୍‌ ପାଇଥିବା ବେଳେ ମୁଖ୍ୟ ଅଙ୍ଗ ମୁଣ୍ଡକୁ ଏଯାଏ ପାଇ ନାହିଁ। ଏବେବି ଶ୍ରଦ୍ଧାଙ୍କ କଟାମୁଣ୍ଡ […]

sradha

  • Published: Friday, 18 November 2022
  • , Updated: 18 November 2022, 11:28 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ ଲାଗି ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ପ୍ରେମିକା ଶ୍ରଦ୍ଧାର ମୃତ ଦେହକୁ ଖଣ୍ଡବିଖଣ୍ଡିତ କରି ୩୫ ପିସ୍‌ କରିଥିବା ସୈତାନ ପ୍ରେମିକ ଅଫତାବ ବିରୋଧରେ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ପୁଲିସ ପାଇଁ କାଠିକର ପାଠ ହୋଇଛି। କାରଣ ପୁଲିସ ଏଯାଏଁ ମୃତ ଶରୀରର ପ୍ରାୟ ୧୦ ପିସ୍‌ ପାଇଥିବା ବେଳେ ମୁଖ୍ୟ ଅଙ୍ଗ ମୁଣ୍ଡକୁ ଏଯାଏ ପାଇ ନାହିଁ। ଏବେବି ଶ୍ରଦ୍ଧାଙ୍କ କଟାମୁଣ୍ଡ ନିଖୋଜ ଥିବା ପୁଲିସ ସନ୍ଦେହ କରୁଛି।

ଖଣ୍ଡବିଖଣ୍ଡିତ ଶରୀରକୁ ଅଫତାବ ଯୋଜନାବଦ୍ଧ ଭାବେ ଏଣେତେଣେ ପକାଇ ଥିବାରୁ ପୁଲିସକୁ ଖୋଜିବାକୁ ବଡ଼ ସମସ୍ୟା ହୋଇଛି।  ତେଣୁ ଦିଲ୍ଲୀ ପୁଲିସ ନିଜ ୟୁନିଟର ସମସ୍ତ ପୁଲିସ ଷ୍ଟେସନକୁ ଏନେଇ ଏକ ନୋଟିସ୍ ଜାରି କରିଛି। ଯଦି ମେ’ରୁ ଜୁଲାଇ ମଧ୍ୟରେ କୌଣସି ଅଚିହ୍ନା ଶରୀରର ଖଣ୍ଡବିଖଣ୍ଡିତ ଅଂଶ ମିଳିଥାଏ ତେବେ ତାକୁ ରିପୋର୍ଟ କରିବାକୁ କୁହାଯାଇଛି। ଦିଲ୍ଲୀ ପୁଲିସ ୧୫ଟି ଜିଲ୍ଲାର ୧୭୮ଟି ପୁଲିସ ଷ୍ଟେସନକୁ ଏନେଇ ନୋଟିସ ଜାରି କରିଛି। ଏଯାଏ ପୁଲିସ ୧୦ଟି ବ୍ୟାଗରେ ଥିବା କଟା ଅଙ୍ଗ ପାଇଛି। ସେହିପରି ମର୍ଡ଼ର ପୂର୍ବରୁ ଶ୍ରଦ୍ଧା ଏବଂ ତାଙ୍କ ପ୍ରେମିକ ଅଫତାବ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ଯାଇଥିଲେ। ତେଣୁ ଏହି ଦୁଇ ଜାଗାକୁ ତଦନ୍ତ ପାଇଁ ପୁଲିସ ଅଫତାବଙ୍କୁ ନେଇଥିବା ଜଣାପଡ଼ିଛି। ଗତ ଜୁନ୍ ମାସରେ ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀରେ ପୁଲିସ ଏକ କଟା ମୁଣ୍ଡ ଓ ହାତ ପାଇଥିଲା। ଖୁବ୍ ଶୀଘ୍ର ଏହାର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୁଲିସ କହିଛି।  ସେହିପରି ମେହରୁଲି ଜଙ୍ଗଲରୁ ମିଳିଥିବା ଅସ୍ଥିଗୁଡ଼ିକୁ ମଧ୍ୟ ଡିଏନ୍ଏ ପରୀକ୍ଷା ପାଇଁ ପଠାଯାଇଛି।

ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ । ଏହି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତର ନାର୍କୋଟେଷ୍ଟ କରିବାକୁ ପୁଲିସ ଯୋଜନା କରିଛି । ଏଥିପାଇଁ ଦିଲ୍ଲୀର ସାକେତ କୋର୍ଟ ଅନୁମତି ଦେଇଛନ୍ତି। ସବୁ ପ୍ରମାଣ ମିଳିଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସହଜ ହେବ । ତେଣୁ ଏହି ପ୍ରମାଣ ଯୋଗାଡ କରିବାକୁ ଦିଲ୍ଲୀ ପୁଲିସ ଦିନରାତି ଏକ କରି ଦେଇଛି।

Related story