ମହିଳାଙ୍କୁ ଘୋଷାଡ଼ିଥିବା ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଯାଏଁ ଏକ ଚଳନ୍ତା କାର ଘୋଷାଡ଼ି ନେଇଥିଲା । କିଛି ମଦ୍ୟପ ଯୁବକଙ୍କ ଏଭଳି ବର୍ବୋରଚିତ କାଣ୍ଡରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାର ସମସ୍ତ ୫ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ ସେମାନଙ୍କୁ ୩ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡା ନେବା ପାଇଁ ଆବେଦନ କରିଥିଲା। ହେଲେ ସୋମବାର କୋର୍ଟ […]

delhi

  • Published: Monday, 02 January 2023
  • , Updated: 02 January 2023, 06:50 PM IST

ନୂଆଦିଲ୍ଲୀ: ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଯାଏଁ ଏକ ଚଳନ୍ତା କାର ଘୋଷାଡ଼ି ନେଇଥିଲା । କିଛି ମଦ୍ୟପ ଯୁବକଙ୍କ ଏଭଳି ବର୍ବୋରଚିତ କାଣ୍ଡରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାର ସମସ୍ତ ୫ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ ସେମାନଙ୍କୁ ୩ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡା ନେବା ପାଇଁ ଆବେଦନ କରିଥିଲା। ହେଲେ ସୋମବାର କୋର୍ଟ ଦିଲ୍ଲୀ ପୁଲିସକୁ ୩ ଦିନିଆ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଦୀପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ମନୋଜ ମିତ୍ତଲ । ତେବେ ମନୋଜ ମିତ୍ତଲ ଜଣେ ବିଜେପି ନେତା ହୋଇଥିବାରୁ ପୁଲିସ ଏହି ଘଟଣାକୁ ଗୁରୁତ୍ୱ ଦେଉନାହିଁ ବୋଲି କହିଛନ୍ତି ଆପ୍ ମୁଖପାତ୍ର ସୌରବ ଭରଦ୍ୱାଜ। ସେ କହିଛନ୍ତି ଗିରଫ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ମଧ୍ୟ ଅଛନ୍ତି। ତାଙ୍କ ନାଁ ହେଉଛି ମନୋଜ ମିତ୍ତଲ। ସୁଲତାନପୁରୀରେ ତାଙ୍କର ଏକ ରାସନ ଦୋକାନ ଅଛି। ଏହା ସହିତ ତାଙ୍କର ପୋଷ୍ଟରଗୁଡିକ ଏହି ଅଞ୍ଚଳରେ ଲଗାଯାଇଛି। ତେବେ ମନୋଜ ବିଜେପି ନେତା ହୋଇଥିବାରୁ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି।

ଉଲ୍ଲେଖଯୋଗ୍ୟ, ୨୩ବର୍ଷୀୟ  ଯୁବତୀଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ।  ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର। ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍‌ରେ ଲାଖି ରହିଥିଲା। ଏହି କାରଣରୁ ରାସ୍ତାରେ ଘସି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

Related story