କରୋନା: ୨୦ ଦିନ ପଛକୁ ଫେରିଲା ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ  ଗତ ୨୪ ଘଣ୍ଟାରେ ୫,୭୬୦ ଜଣ କରୋନାରେ ସଂକ୍ରମିତ ହୋଇ ଥିବା ଜଣାପଡ଼ିଛି। ଏହି   ସମୟ ମଧ୍ୟରେ ୧୪,୮୩୬ ଜଣଙ୍କୁ ଡିସଚାର୍ଜ କରାଯାଇଛି। ତେବେ ଚିକିତ୍ସା ସମୟରେ ୩୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।  ଏହା ପୂର୍ବରୁ ଗତ ଜାନୁଆରୀ ୪ ରେ ଶେଷ ଥର ପାଇଁ ଗୋଟିଏ ଦିନରେ ୫୪୮୧ଜଣ ଲୋକ ସଂକ୍ରମିତ ହୋଇଥିଲେ। ଏହା ପରେ ଜାନୁଆରୀ ୫ରୁ ଏହି ସଂଖ୍ୟା  ୨୮ ହଜାର  ସଂଖ୍ୟା ଅତିକ୍ରମ କରି ଦ୍ରୁତ […]

Corona

Tapas Behera
  • Published: Monday, 24 January 2022
  • , Updated: 24 January 2022, 09:43 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ  ଗତ ୨୪ ଘଣ୍ଟାରେ ୫,୭୬୦ ଜଣ କରୋନାରେ ସଂକ୍ରମିତ ହୋଇ ଥିବା ଜଣାପଡ଼ିଛି। ଏହି   ସମୟ ମଧ୍ୟରେ ୧୪,୮୩୬ ଜଣଙ୍କୁ ଡିସଚାର୍ଜ କରାଯାଇଛି। ତେବେ ଚିକିତ୍ସା ସମୟରେ ୩୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।  ଏହା ପୂର୍ବରୁ ଗତ ଜାନୁଆରୀ ୪ ରେ ଶେଷ ଥର ପାଇଁ ଗୋଟିଏ ଦିନରେ ୫୪୮୧ଜଣ ଲୋକ ସଂକ୍ରମିତ ହୋଇଥିଲେ।

ଏହା ପରେ ଜାନୁଆରୀ ୫ରୁ ଏହି ସଂଖ୍ୟା  ୨୮ ହଜାର  ସଂଖ୍ୟା ଅତିକ୍ରମ କରି ଦ୍ରୁତ ଗତିରେ ବୃଦ୍ଧି ପାଇ ଥିଲା। ତେବେ ଦିଲ୍ଲୀରେ କରୋନା ସଂକ୍ରମଣ ୨୦ ଦିନ ପଛକୁ ଫେରିଛି।  ଦୈନିକ ସଂକ୍ରମଣ ମାମଲା ଖସୁଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ୁଛି।  କିନ୍ତୁ ସଂକ୍ରମଣ ହାରରେ କ୍ରମାଗତ ହ୍ରାସ ଘଟୁଛି।  ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ  ଗୋଟିଏ ଦିନରେ ୪୮୮୪୪ଟି ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୧.୭୯ ପ୍ରତିଶତ ନମୁନା କରୋନା ସଂକ୍ରମିତ ହୋଇଛି। ରବିବାର ୧୩.୩୨ ପ୍ରତିଶତ ରେକର୍ଡ କରାଯାଇଥିଲା।

ଜାନୁଆରୀ ୨୧ ଅର୍ଥାତ ଶୁକ୍ରବାର ଏହି ହାର ୧୮.୦୪ ପ୍ରତିଶତ ଥିଲା। ଏହା ସହ ରାଜଧାନୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୭,୯୭,୪୭୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୭,୨୬,୬୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ୨୫୬୫୦ରୋଗୀଙ୍କ ମୃତ୍ୟୁ ଘଟିଛି।  କିନ୍ତୁ ଦୈନିକ ମାମଲା ଖସୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୪୫୧୪୦କୁ ହ୍ରାସ ପାଇଛି।

Related story