ରାଜଧାନୀରେ ଓମିକ୍ରନ ଭ୍ୟାରିଆଣ୍ଟ ରୋଗୀଙ୍କ ଠାରେ କ’ଣ ଲକ୍ଷଣ ଥିଲା ?

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜଣେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ରବିବାର ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା ପ୍ରକାଶ କରିଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଦିଲ୍ଲୀରୁ ଚିହ୍ନଟ ବ୍ୟକ୍ତିଜଣକ ତାଞ୍ଜାନିଆରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (ଏଲଏନଜେପି )ରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ତାଙ୍କଠାରେ କଣ ସବୁ ଲକ୍ଷଣ ଚିହ୍ନଟ କରାଯାଇଛି […]

corona

Tapas Behera
  • Published: Sunday, 05 December 2021
  • , Updated: 05 December 2021, 06:51 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜଣେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ରବିବାର ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା ପ୍ରକାଶ କରିଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଦିଲ୍ଲୀରୁ ଚିହ୍ନଟ ବ୍ୟକ୍ତିଜଣକ ତାଞ୍ଜାନିଆରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (ଏଲଏନଜେପି )ରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ତେବେ ତାଙ୍କଠାରେ କଣ ସବୁ ଲକ୍ଷଣ ଚିହ୍ନଟ କରାଯାଇଛି

ଏଲଏନଜେପି ମେଡିକାଲର ନିର୍ଦ୍ଦେଶକ ସୁରେଶ କୁମାରଙ୍କ କହିଛନ୍ତି ଯେ,  ସମ୍ପୃକ୍ତ  ବ୍ୟକ୍ତି ଜଣକ  ଗଳାରେ ଜନ୍ତ୍ରଣା  ଅନୁଭବ କରିଥିଲେ । ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସମ୍ପୃକ୍ତ  ରୋଗୀ କରୋନାର ଦୁଇଟି ଯାକ ଟିକା ନେଇସାରିଥିଲେ । ହେଲେ ଏହା ସତ୍ୱେ ମଧ୍ୟ ସେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ତେବେ ରୋଗୀଜଣକ ନିଜ ଶରୀରରେ ଦରଜ ଅନୁଭବ କରିବା ସହ ଦୁର୍ବଳ ଅନୁଭବ କରୁଛନ୍ତି । ହେଲେ ତାଙ୍କର ଅମ୍ଳଜାନ ସ୍ଥରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଡାକ୍ତରଙ୍କ ସ୍ପେଶାଲ ଟିମ୍ ଓମିକ୍ରନ ସଂକ୍ରମିତଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ମେଡିକାଲ ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି ଯେ, ଯଦି ଡାକ୍ତରଖାନାରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବଢ଼େ ତେବେ ଆମେ ଏଥିପାଇଁ ପ୍ରସ୍ତୁତ । ସେ ଆହୁରି କହିଛନ୍ତି ଯେ ନୂତନ ଭ୍ୟାରିଆଣ୍ଟଠାରୁ  ବର୍ତ୍ତିବା ପାଇଁ ଉଭୟ ଟିକା ଟିକା ନିଅନ୍ତୁ । ଆଇସିୟୁ ଆବଶ୍ୟକ ହେବ ନାହିଁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଦେଶର କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରରେ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ । ଗୁଜରାଟରେ ଚିହ୍ନଟ ବ୍ୟକ୍ତି ଜଣକ ଜିମ୍ବାୱେରୁ ଫେରିଥିଲେ । ସେହିଭଳି କର୍ଣ୍ଣାଟକକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏବଂ ବିଦେଶ ଗସ୍ତ କରିନଥିବା ଅନ୍ୟଜଣକୁ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରର ଡୋମିଭିଲିରେ ଚିହ୍ନଟ ବ୍ୟକ୍ତି ମଧ୍ୟ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଦୁବାଇ ହୋଇ ଫେରିଥିଲେ ।

Related story