କ୍ୟାବ୍‌ ଡ୍ରାଇଭରଙ୍କୁ ନନ୍‌ଷ୍ଟପ୍ ପିଟିଲେ ଯୁବତୀ

ନୂଆଦିଲ୍ଲୀ: କ୍ୟାବ୍‌ ଡ୍ରାଭରଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବତୀ। ରାସ୍ତା ମଝିରେ ଡ୍ରାଇଭରଙ୍କୁ ନନଷ୍ଟପ୍‌ ମାଡ଼ ମାରିବା ଚର୍ଚ୍ଚାର  ବିଷୟ ପାଲିଛି। ଦିଲ୍ଲୀରେ ଜଣେ ଯୁବତୀ ସମ୍ପୃକ୍ତ ଡ୍ରାଇଭରଙ୍କୁ ପିଟିଥିବା ଜଣାପଡ଼ିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପଟେଲ ନଗରରେ ଏହି ଘଟଣା ଘଟିଛି। ଏହି ଭିଡିଓଟିକୁ ଆଦିତ୍ୟ ସିଂ ନାମକ ଜଣେ ଯୁବକ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ୬୦୦୦ ଲୋକେ ଦେଖିଲେଣି। ଯାହାକୁ ନେଇ ସୋଶାଲ […]

pppp

Tapas Behera
  • Published: Thursday, 18 November 2021
  • , Updated: 18 November 2021, 05:36 PM IST

ନୂଆଦିଲ୍ଲୀ: କ୍ୟାବ୍‌ ଡ୍ରାଭରଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବତୀ। ରାସ୍ତା ମଝିରେ ଡ୍ରାଇଭରଙ୍କୁ ନନଷ୍ଟପ୍‌ ମାଡ଼ ମାରିବା ଚର୍ଚ୍ଚାର  ବିଷୟ ପାଲିଛି। ଦିଲ୍ଲୀରେ ଜଣେ ଯୁବତୀ ସମ୍ପୃକ୍ତ ଡ୍ରାଇଭରଙ୍କୁ ପିଟିଥିବା ଜଣାପଡ଼ିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପଟେଲ ନଗରରେ ଏହି ଘଟଣା ଘଟିଛି। ଏହି ଭିଡିଓଟିକୁ ଆଦିତ୍ୟ ସିଂ ନାମକ ଜଣେ ଯୁବକ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ୬୦୦୦ ଲୋକେ ଦେଖିଲେଣି।

ଯାହାକୁ ନେଇ ସୋଶାଲ ମିଡି୍ରଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଟ୍ୱିଟ୍ କରି ଦାବି କରିଛନ୍ତି । ଭିଡିଓରେ ଯୁବତୀ ଜଣକ କ୍ୟାବ ଡ୍ରାଇଭରଙ୍କୁ ମଝି ରାସ୍ତାରେ ଅମାନବିକ  ଭାବେ ପିଟୁଥିବା ଦୃଶ୍ୟମାନ ହେଉଛି। ତେବେ ଯୁବକ ଜଣକ ପ୍ରତିବାଦ କାରିପାରୁନଥିବା ମଧ୍ୟ ଦେଖାଯାଉଛି। ପରେ ସ୍ଥାନୀୟ ଳୋକେ ଯୁବକ ଜଣଙ୍କୁ ଯୁବତୀଙ୍କ କବଳରୁ ଉଦ୍ଧାର କରିଥିଲେ।

ଏହି ଦଶ୍ୟକୁ ରେକର୍ଡ଼ କରୁଥିବା ଲୋକଙ୍କୁ ଧମକାଥିଲେ ଯୁବତୀ। ରେକର୍ଡ଼ିଂ ବନ୍ଦ କରିବାକୁ କହିଥିଲେ ଯୁବତୀ।  ସ୍ଥାନୀୟ ଲୋକେ ଯୁବତୀଙ୍କୁ ଘେରି ଯିବା ସହ ତାଙ୍କ କବଳରୁ ଡ୍ରାଇଭରଙ୍କୁ ମୁକୁଳାଇଥିଲେ। କିଛି ଦିନ ପୂର୍ବେ ସମାନ ଚିତ୍ର ଲକ୍ଷ୍ନୌରେ ଦେଖିବାକୁ ମିଳିଥିଲା। ଜଣେ କ୍ୟାବ୍‌ ଡ୍ରାଭରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଯୁବତୀ। ଲକ୍ଷ୍ନୌର ପ୍ରିୟଦର୍ଶିନୀ ନାମକ ଜଣେ ଯୁବତୀ ସମ୍ପୃକ୍ତ ଡ୍ରାଇଭରଙ୍କୁ ପିଟିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

Related story