କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ହୁ’ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସତର୍କ ସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ହୁ’ ସହ ଇସିଡିସି ମଧ୍ୟ ଡେଲ୍ଟା ଭାରିଏଣ୍ଟ ଏବେ ୟୁରୋପରେ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ ବୋଲି କହିଛି। କରୋନାର ସବୁ ଭାରିଏଣ୍ଟ ତୁଳନାରେ ଡେଲ୍ଟା ଏବେ ପ୍ରମୁଖ ଭାରିଏଣ୍ଟର ସ୍ଥାନ ୟୁରୋପରେ ଦଖଲ କରିଥିବା ହୁ ଓ ଇସିଡିସି କହିଛନ୍ତି। ଏହାକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ଜରୁରୀ […]

Delta

Hemant Lenka
  • Published: Monday, 26 July 2021
  • , Updated: 26 July 2021, 08:01 PM IST

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସତର୍କ ସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ହୁ’ ସହ ଇସିଡିସି ମଧ୍ୟ ଡେଲ୍ଟା ଭାରିଏଣ୍ଟ ଏବେ ୟୁରୋପରେ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ ବୋଲି କହିଛି।

କରୋନାର ସବୁ ଭାରିଏଣ୍ଟ ତୁଳନାରେ ଡେଲ୍ଟା ଏବେ ପ୍ରମୁଖ ଭାରିଏଣ୍ଟର ସ୍ଥାନ ୟୁରୋପରେ ଦଖଲ କରିଥିବା ହୁ ଓ ଇସିଡିସି କହିଛନ୍ତି। ଏହାକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ବି ଦିଆଯାଇଛି।

ୟୁରୋପୀୟ ଦେଶ ପାଇଁ କାମ କରୁଥିବା ହୁ’ର ଆଞ୍ଚଳିକ ଅଫିସ ପକ୍ଷରୁ କୁହାଯାଇଛି ଯେ ଆମେ ଜୁନ୍‌ ୨୮ରୁ ଜୁଲାଇ ୧୧ ମଧ୍ୟରେ ସଂକ୍ରମଣ ତଥ୍ୟ ସଂଗ୍ରହ କରିଥିଲୁ। ୨୮ଟି ୟୁରୋପୀୟ ଦେଶ ମଧ୍ୟରୁ ୧୯ଟି ରାଷ୍ଟ୍ରରେ ସାର୍ସ କୋଭ-୨ର ଡେଲ୍ଟା ଭାରିଏଣ୍ଟ ସଂକ୍ରମଣର ପ୍ରମୁଖ କାରଣ ବନିଛି।

ଜେନୋମ ସିକ୍ୱେନ୍ସିଂ ଜରିଆରେ ଏହି ତଥ୍ୟ ମିଳିଛି। ଏହି ୧୯ଟି ଦେଶରେ ଡେଲ୍ଟା ଭାରିଏଣ୍ଟ ୬୮.୩% ନମୁନାରୁ ଠାବ ହୋଇଛି। ସେହିପରି ପୂର୍ବରୁ ଏଠାରେ ପ୍ରଭାବ ବିସ୍ତାର କରିଥିବା ଆଲଫା ଭାରିଏଣ୍ଟ ୨୨.୩%ଟି ନମୁନାରୁ ଚିହ୍ନଟ ହୋଇଛି। ଏହାର ଅର୍ଥ ୟୁରୋପୀୟ ଦେଶରେ ଆଲଫା ଭାରିଏଣ୍ଟକୁ ଡେଲ୍ଟା ପଛରେ ପକାଇ ପ୍ରମୁଖ ସ୍ଥାନ ଅଧିକାର କରିଛି।

ପୂର୍ବରୁ ଡେଲ୍ଟା ଭାରିଏଣ୍ଟ ସମସ୍ତ ୟୁରୋପୀୟ ଦେଶରେ ନିଜର ପ୍ରଭାବ ବିସ୍ତାର କରି ସଂକ୍ରମଣ ବୃଦ୍ଧି କରୁଥିବା ବିଶେଷଜ୍ଞମାନେ କହିଥିଲେ। ଏହି ଭାରିଏଣ୍ଟ କ୍ଷୀପ୍ର ଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚି ଥାଏ। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ମଧ୍ୟ ବଢ଼ି ଯାଏ।

ଭାରତରେ ତାଣ୍ଡବ ରଚିଥିବା କରୋନାର ଦ୍ୱିତୀୟ ୱେଭ ପାଇଁ ଏହି ଡେଲ୍ଟା ଭାରିଏଣ୍ଟ ଦାୟୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେବଳ ୟୁରୋପୀୟ ଦେଶ ନୁହନ୍ତି, ଆମେରିକାରେ ଏବେ ସଂକ୍ରମିତ ହେଉଥିବା ପ୍ରାୟ ୮୩% ଲୋକ ଏହି ଡେଲ୍ଟା ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ। ଯଦି ଏଭଳି ଟ୍ରେଣ୍ଡ ଜାରି ରହିବ, ତା’ହେଲେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଡେଲ୍ଟା ସାରା ବିଶ୍ୱର ପ୍ରମୁଖ ଭାରିଏଣ୍ଟ ବନିଯିବ।

Related story