ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତଙ୍କ ଶରୀରରେ ଦେଖାଦେଉଛି ଏସବୁ ଲକ୍ଷଣ, ଚିନ୍ତାରେ ଡାକ୍ତର

ନୂଆଦିଲ୍ଲୀ: ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା କରୋନାର ଡେଲଟା ବା B.1.617.2 ଭାରିଏଣ୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ଲୋକଙ୍କ ଶରୀରରେ ନୂଆ ନୂଆ ଲକ୍ଷଣ ଦେଖାଯାଉଥିବା ବେଳେ ଏହା ବହୁତ ଦ୍ରୁତଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚି ଯାଉଛି। ଏହି ଡେଲଟା ଭାଇରସ ପାଇଁ ହିଁ ଭାରତରେ ସଂକ୍ରମଣ ବଢ଼ିଥିବା ବିଶେଷଜ୍ଞମାନେ କହିଛନ୍ତି। ଏବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଡାକ୍ତରମାନେ ଡେଲଟା […]

Corona

Hemant Lenka
  • Published: Tuesday, 08 June 2021
  • , Updated: 08 June 2021, 06:31 PM IST

ନୂଆଦିଲ୍ଲୀ: ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା କରୋନାର ଡେଲଟା ବା B.1.617.2 ଭାରିଏଣ୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ଲୋକଙ୍କ ଶରୀରରେ ନୂଆ ନୂଆ ଲକ୍ଷଣ ଦେଖାଯାଉଥିବା ବେଳେ ଏହା ବହୁତ ଦ୍ରୁତଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚି ଯାଉଛି। ଏହି ଡେଲଟା ଭାଇରସ ପାଇଁ ହିଁ ଭାରତରେ ସଂକ୍ରମଣ ବଢ଼ିଥିବା ବିଶେଷଜ୍ଞମାନେ କହିଛନ୍ତି।

ଏବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଡାକ୍ତରମାନେ ଡେଲଟା ଭାରିଏଣ୍ଟ ଅନ୍ୟ ଷ୍ଟ୍ରେନଗୁଡ଼ିକ ଠାରୁ କେତେ ମାରାତ୍ମକ, ତା’ର ତଥ୍ୟ ହାସଲ କରିବାରେ ଲାଗିଛନ୍ତି। ବିଶ୍ୱ ସଂଗଠନ କିଛି ଦିନ ତଳେ ଭାରତରେ ଠାବ ହୋଇଥିବା ଭାରିଏଣ୍ଟର ନାଁ ଡେଲଟା ରଖିଥିଲା। ଏଥିସହ ଗତବର୍ଷ ବ୍ରିଟେନରେ ଠାବ ହୋଇଥିବା ଆଲଫା ଭାରିଏଣ୍ଟ ଠାରୁ ଡେଲଟା ଅଧିକ ବିପଦଜ୍ଜନକ ବୋଲି କହିଥିଲା।

ଡାକ୍ତରମାନଙ୍କ କହିବା କଥା ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ପାଖରେ ଶ୍ରବଶ ଶକ୍ତି ହ୍ରାସ, ଭୟଙ୍କର ଗ୍ୟାଷ୍ଟ୍ରିକ ଓ ରକ୍ତ ଜମାଟ ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ସେମାନଙ୍କୁ ହସ୍ପିଟାଲରେ ଆଡମିସନ ହେବାକୁ ପଡ଼ୁଛି। କିନ୍ତୁ ଆଲଫା, ବିଟା ଓ ଗାମା ଭାରିଏଣ୍ଟରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରେ ଏଭଳି ଲକ୍ଷଣ ବହୁତ କିମ ଥିଲା କିମ୍ବା ଆଦୌ ଦେଖାଯାଉ ନଥିଲା।

ଏହି ନୂଆ ଲକ୍ଷଣକୁ ନେଇ ଡାକ୍ତରମାନେ ମଧ୍ୟ ଚିକିତ୍ସା କରିବା ପୂର୍ବରୁ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ବିଶେଷ କରି ରକ୍ତ ଜମାଟ ବାନ୍ଧୁଥିବାରୁ ଲୋକଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି ହେଉଥିବା ସେମାନେ କହିଛନ୍ତି।

ଭାରତରେ ପ୍ରଥମେ ଠାବ ହୋଇଥିବା ଏହି ଡେଲଟା ଭାରିଏଣ୍ଟ ଏଯାଏ ୬୦ଟି ଦେଶରେ ଚିହ୍ନଟ ହେଲାଣି। ବ୍ରିଟେନରେ ଡେଲଟା ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଅଧିକ ମାତ୍ରାରେ ହସ୍ପିଟାଲ ଚିକିତ୍ସାର ଆବଶ୍ୟକ ପଡ଼ୁଛି। ପୂର୍ବରୁ ଅନ୍ୟ ଭାରିଏଣ୍ଟରେ ଏପରି ସ୍ଥିତି ଦେଖାଯାଇ ନଥିଲା।

କିଛି ବିଶେଷଜ୍ଞ କହିଛନ୍ତି, ଡେଲଟା ଭାରିଏଣ୍ଟ ବିରୋଧରେ କରୋନା ଟିକା ମଧ୍ୟ ସେତେଟା ପ୍ରଭାବ ଦେଖାଇ ପାରୁନି। ତେଣୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିବାର ଆଶଙ୍କା ରହିଛି। ସେହିପରି ଆଲଫା ତୁଳନାରେ ଡେଲଟା ଭାରିଏଣ୍ଟର ସଂକ୍ରମଣ କରିବାର କ୍ଷମତା ୫୦% ଅଧିକ ବୋଲି ସେମାନେ କହିଛନ୍ତି।

Related story