ବିମାନ ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍‌ଙ୍କ ହେବ ଆଲକହଲ ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ପ୍ରତିଦିନ ବିମାନ ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍‌ଙ୍କ ହେବ ଆଲକହଲ ଟେଷ୍ଟ। ଏନେଇ ଗାଇଡାଲଇନ୍‌ ଜାରି କରିଛି ଡିଜିସିଏ। ମହାମାରୀ କରୋନା ଯୋଗୁଞ ପ୍ରାୟ ୨ ବର୍ଷ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଚଳିତ ସପ୍ତାହରୁ ପୁଣି ଭାରତରେ ଅନ୍ତର୍ଜାତୀୟ ବିମାନ ଚଳଚଳ ଆରମ୍ଭ ହୋଇଛି। ଏହାପୂର୍ବରୁ, ନିୟମିତ ବିଦେଶୀ ବିମାନ ଉପରେ ଏକ ନିଷେଧାଦେଶ ରହିଥିଲା ​​ଏବଂ ବାୟୋ ବବଲ୍‌ ବ୍ୟବସ୍ଥାରେ କେବଳ କିଛି ଦେଶକୁ ହିଁ […]

alcohol-test

Madhupriya Mistry
  • Published: Wednesday, 30 March 2022
  • , Updated: 30 March 2022, 01:18 PM IST

ନୂଆଦିଲ୍ଲୀ: ଏଣିକି ପ୍ରତିଦିନ ବିମାନ ଉଡାଣ ପୂର୍ବରୁ ପାଇଲଟ ଓ ଏୟାର ହଷ୍ଟେସ୍‌ଙ୍କ ହେବ ଆଲକହଲ ଟେଷ୍ଟ। ଏନେଇ ଗାଇଡାଲଇନ୍‌ ଜାରି କରିଛି ଡିଜିସିଏ। ମହାମାରୀ କରୋନା ଯୋଗୁଞ ପ୍ରାୟ ୨ ବର୍ଷ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଚଳିତ ସପ୍ତାହରୁ ପୁଣି ଭାରତରେ ଅନ୍ତର୍ଜାତୀୟ ବିମାନ ଚଳଚଳ ଆରମ୍ଭ ହୋଇଛି।

ଏହାପୂର୍ବରୁ, ନିୟମିତ ବିଦେଶୀ ବିମାନ ଉପରେ ଏକ ନିଷେଧାଦେଶ ରହିଥିଲା ​​ଏବଂ ବାୟୋ ବବଲ୍‌ ବ୍ୟବସ୍ଥାରେ କେବଳ କିଛି ଦେଶକୁ ହିଁ ସୀମିତ ବିମାନ ଚଳାଚଳ କରୁଥିଲା। ଏବେ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ କ୍ୟାବିନ କ୍ରୁ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କର ଅନ୍ୟ ସଦସ୍ୟମାନଙ୍କ ପ୍ରତିଦିନ ଆଲକହଲ ଟେଷ୍ଟ କରାଯିବ।

ଅନ୍ତର୍ଜାତୀୟ ବିମାନ ଚଳାଚଳ ସହ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ମହାମାରୀ ସହ ଜଡିତ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଡିଜିସିଏ ବ୍ରେଥ ଆନାଲାଇଜର (BA) ଗାଇଡଲାଇନରେ ସଂଶୋଧନ କରିଛି। ମଙ୍ଗଳବାର କରାଯାଇଥିବା ଏହି ପରିବର୍ତ୍ତନରେ, ସମସ୍ତ ବିମାନ କମ୍ପାନୀକୁ ପ୍ରତ୍ୟେକ ଦିନ ସେମାନଙ୍କର ପାଇଲଟ୍ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କ ଆଲକହଲ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପାଇଲଟ୍ କିମ୍ବା କ୍ୟାବିନ କ୍ରୁ ସଦସ୍ୟ ମଦ୍ୟପାନ କରୁଛନ୍ତି କି ନାହିଁ ତାହା ଏହି ପରୀକ୍ଷାରୁ ଜଣାପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ଯେତେବେଳେ ଦେଶରେ କରୋନାର ପ୍ରକୋପ ଚରମସୀମାରେ ଥିଲା ସେତେବେଳେ ଡିଜିସିଏ ଏହି ପରୀକ୍ଷାକୁ କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ। ପରେ ଯତେବେଳେ ଏହାକୁ ପୁଣି ଥରେ ଆରମ୍ଭ କରାଗଲା ସେତେବେଳେ ଏହା କେବଳ କିଛି ନିର୍ଦ୍ଧିଷ୍ଟ କର୍ମଚାରଙ୍କ ଉପରେ ହିଁ ଲାଗୁ ହୋଇଥିଲା। ଏବେ ଏହି ନିୟମକୁ ୫୦ ପ୍ରତିଶତ କ୍ରୁ ମେମ୍ବର ଉପରେ ଲାଗୁ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏଭଳି ପ୍ରଟୋକଲ ପୁଣି ଥରେ ଲାଗୁ କରିବାକୁ ଚାହୁଁଛୁ ବୋଲି ଡିଜିସିଏ ମୁଖ୍ୟ କହିଛନ୍ତି।

Related story