ଧାନବାଦରେ ଟେମ୍ପୋ ଚଢ଼େଇ ବିଚାରପତିଙ୍କୁ ହତ୍ୟା!

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ମାମଲାରେ ବିଚାରପତିଙ୍କ ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା ପରେ ଏହା ହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୁଧବାର ଜଷ୍ଟିସ ଉତ୍ତମ ଆନନ୍ଦ ସକାଳୁ ଧାନବାଦର କୋଲ ସିଟିରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ପଛ ଆଡୁ ଏକ ଅଟୋ ରିକ୍ସା ଆସି ତାଙ୍କୁ ଧକ୍କା ଦେଇଥିଲା। […]

Dhanbad-ADJ's-murder

Subhransu Sekhar
  • Published: Thursday, 29 July 2021
  • , Updated: 06 August 2021, 02:04 PM IST

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ମାମଲାରେ ବିଚାରପତିଙ୍କ ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା ପରେ ଏହା ହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୁଧବାର ଜଷ୍ଟିସ ଉତ୍ତମ ଆନନ୍ଦ ସକାଳୁ ଧାନବାଦର କୋଲ ସିଟିରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ପଛ ଆଡୁ ଏକ ଅଟୋ ରିକ୍ସା ଆସି ତାଙ୍କୁ ଧକ୍କା ଦେଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାକୁ ଏବେ ଝାଡ଼ଖଣ୍ଡ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଛନ୍ତି।

ପୁଲିସ ମଧ୍ୟ ଏହି ଘଟଣାର କାରଣ ଜାଣିବା ପାଇଁ ଏକ ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ ଗଠନ କରିଛି। ତଦନ୍ତ ବେଳେ ଏକ ସିସିଟିଭି ଫୁଟେଜ ଜବତ କରିଛି। ଯେଉଁଥିରେ ଦେଖିବାକୁ ମିଳିଛି ମାଜିଷ୍ଟ୍ରେଟ କଲୋନୀରେ ଜଷ୍ଟିସ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ଏକ ଅଟୋ ରିକ୍ସା ତାଙ୍କୁ ଲକ୍ଷ୍ୟ ରଖି ପଛ ଆଡୁ ଆସି ଧକ୍କା ଦେଇ ସେହି ସ୍ଥାନରୁ ପଳାଇଥିଲା। ବିଚାରପତି ଜଣଙ୍କ ରାସ୍ତାରେ ଗୁରୁତର ଅବସ୍ଥାରେ ହୋଇ ପଡ଼ିରହିଥିଲେ। କିଛି ସମୟ ପରେ ଜଣେ ଲୋକ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ହାତରେ ସିସିଟିଭି ଫୁଟେଜ ଲାଗିବା ପରେ ଆଜି ବିଚାରପତିଙ୍କ ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି।

ଏହି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କୁ ସମନ କରିଥିବା ସୂଚନା ରହିଛି। ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ ବିକାଶ ସିଂ ସମାନ ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଉଠାଇଛନ୍ତି। ତେବେ ପ୍ରଧାନ ବିଚାରପତି ଏନ ଭି ରମନ୍ନା କହିଛନ୍ତି, ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଜି ସକାଳେ କଥା ହୋଇଛନ୍ତି। ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ସାରିଛି। ତେଣୁ ସୁପ୍ରିମକୋର୍ଟ ଏହି ମାମଲାରେ ଏବେ ହସ୍ତକ୍ଷେପ କରିବେ ନାହିଁ। ହାଇକୋର୍ଟ ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କୁ ସମନ୍ କରିଛନ୍ତି।

Related story