ତେଲରୁ କାହିଁକି ଟିକସ ହଟାଉ ନାହାନ୍ତି? ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ଉପରେ ରହିଛି। କରୋନା ମହାମାରୀ ବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ତେଲ ଦର କ୍ରମାଗତ ଭାବରେ ବଢ଼ି ଚାଲିଛି। ଯାହାକି ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଏହାକୁ ନେଇ ବିରୋଧୀ ସମେତ ଦେଶର ସାଧାରଣ ଲୋକ ମଧ୍ୟ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିକାଶ […]

Dharmendra-Pradhan

Subhransu Sekhar
  • Published: Sunday, 13 June 2021
  • , Updated: 13 June 2021, 07:24 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ଉପରେ ରହିଛି। କରୋନା ମହାମାରୀ ବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବା ବେଳେ ତେଲ ଦର କ୍ରମାଗତ ଭାବରେ ବଢ଼ି ଚାଲିଛି। ଯାହାକି ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। ଏହାକୁ ନେଇ ବିରୋଧୀ ସମେତ ଦେଶର ସାଧାରଣ ଲୋକ ମଧ୍ୟ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ ଟିକସ ଜରିଆରେ ଆୟ କରୁଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲ ଦର ବୃଦ୍ଧି ନେଇ ନରେନ୍ଦ୍ର ମୋଦି ସରକାର ବିରୋଧରେ ବର୍ଷୁଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଧର୍ମେନ୍ଦ୍ର କହିଛନ୍ତି ମହାରାଷ୍ଟ୍ର, ରାଜସ୍ଥାନ ଏବଂ ପଞ୍ଜାବ ଭଳି କଂଗ୍ରେସ ଶାସିତ ରାଜ୍ୟ ତେଲ ଉପରୁ ଟିକସ କମାଇବା ଦରକାର ବୋଲି ସେ ଆହ୍ୱାନ କରିଛନ୍ତି। ଯଦି ରାହୁଲ ଗାନ୍ଧୀ ତେଲ ଦରକୁ ନେଇ ଚିନ୍ତିତ ତାହେଲେ ତାଙ୍କ ଦଳ ଯେଉଁ ରାଜ୍ୟରେ ଶାସନ ଗାଦିରେ ବସିଛି ସେଠି ତେଲ ଉପରୁ ଟିକସ କମିବା ଦରକାର।

ତେବେ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହୋଇଛି। ହେଲେ ଏହାକୁ ନେଇ ଧର୍ମେନ୍ଦ୍ର କିଛି ନକହି ନିରବ ରହିଛନ୍ତି।

ସୂଚନାଯୋଗ୍ୟ, ବିଗତ ୬ ସପ୍ତାହରେ ପେଟ୍ରୋଲ ଲିଟର ପିଛା ୫.୭୨ ପଇସା ଏବଂ ଡିଜେଲ ଲିଟର ପିଛା ୬.୨୫ ପଇସା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ବୃଦ୍ଧି ହେବା ଏବଂ କେନ୍ଦ୍ର ଓ ରାଜ୍ୟ ତେଲ ଉପରେ ଟିକସ ବଢ଼ାଇବାରୁ ଦର ବୃଦ୍ଧି ପାଇଛି।

Related story