ରୁଷକୁ ଫେରାର ହୋଇଯାଇଛନ୍ତି ପରମବୀର ସିଂହ!

ମୁମ୍ବାଇ: ଆଇପିଏସ ତଥା ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହଙ୍କୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ନାଁରେ ବଟି ଆଦାୟ ଠାରୁ ଆରମ୍ଭ କରି ବିଭିନ୍ନ ମାମଲା ରୁଜୁ ହୋଇଥିବା ବେଳେ ସେ ଏବେ ଦେଶ ଛାଡ଼ି ଫେରାର ହୋଇ ଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ତାଙ୍କର କୌଣସି ପତ୍ତା ମିଳୁ ନଥିବାରୁ ସେ ରୁଷକୁ ଚାଲି ଯାଇଥିବା କୁହାଯାଉଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ଆଜି ଦେଇଥିବା ବୟାନ ଏପରି […]

Parmbir

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 10:06 PM IST

ମୁମ୍ବାଇ: ଆଇପିଏସ ତଥା ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହଙ୍କୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ନାଁରେ ବଟି ଆଦାୟ ଠାରୁ ଆରମ୍ଭ କରି ବିଭିନ୍ନ ମାମଲା ରୁଜୁ ହୋଇଥିବା ବେଳେ ସେ ଏବେ ଦେଶ ଛାଡ଼ି ଫେରାର ହୋଇ ଯାଇଥିବା ଆଶଙ୍କା ପ୍ରକାଶ ପାଇଛି।

ତାଙ୍କର କୌଣସି ପତ୍ତା ମିଳୁ ନଥିବାରୁ ସେ ରୁଷକୁ ଚାଲି ଯାଇଥିବା କୁହାଯାଉଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ଆଜି ଦେଇଥିବା ବୟାନ ଏପରି ଆଶଙ୍କାକୁ ଆହୁରି ଦୃଢ଼ୀଭୂତ କରିଛି। ପରମବୀର ସିଂହ କ’ଣ ରୁଷ ଚାଲି ଯାଇଛନ୍ତି କି ପ୍ରଶ୍ନ ଉତ୍ତରରେ ଗୃହମନ୍ତ୍ରୀ ପାଟିଲ କହିଛନ୍ତି, “ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭଳି ଆମେ ମଧ୍ୟ ପରମବୀରଙ୍କ ଠିକଣା ଖୋଜୁଛୁ। ମୁଁ ମଧ୍ୟ ଆପଣମାନଙ୍କ ଭଳି ସେପରି କିଛି ଶୁଣିଛି।

କିନ୍ତୁ ସେ ଜଣେ ସରକାରୀ ଅଧିକାରୀ। ସରକାରଙ୍କ ବିନା ଅନୁମତିରେ ସେ ବିଦେଶ ଯାଇ ପାରିବେ ନାହିଁ। ଆମେ ଦରକାର ପଡ଼ିଲେ ଲୁକ ଆଉଟ ନୋଟିସ ଜାରି କରିବୁ। ଯଦି ସେ ବିଦେଶ ଚାଲି ଯାଇଥିବେ, ତା’ହେଲେ ଏହା ଆଦୌ ଭଲ ସଙ୍କେତ ନୁହେଁ। ମନ୍ତ୍ରୀ, ଅଧିକାରୀ କିମ୍ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଭାରତ ସରାକାରଙ୍କ ବିନା ଅନୁମତିରେ କେହି ବିଦେଶ ଯାଇ ପାରିବେ ନାହିଁ। ସବୁ କିଛିର ସୀମା ରହିଛି। ସୀମାକୁ କେହି ବି ଅତିକ୍ରମ କରିପାରିବେ ନାହିଁ।

କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ। ମହାରାଷ୍ଟ୍ର ସରକାର ତାଙ୍କୁ ଖୋଜୁଛନ୍ତି। ସେ ମିଳିଗଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

ଫେବୃଆରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରଣ ହୋଇଥିଲା। ଏହାର ତଦନ୍ତ ଦାୟିତ୍ୱ ମୁମ୍ବାଇ ପୁଲିସ୍‌ କମିଶନର ଭାବେ ପରମବୀର ସିଂହଙ୍କ ଉପରେ ରହିଥିଲା। ଘଟଣାର ତଦନ୍ତ କରୁଥିବା ସଚିନ ବାଜେ ନାମକ ଅଫିସର ହିଁ ପୂରା ଘଟଣାର ଷଡ଼ଯନ୍ତ୍ରକାରୀ ବୋଲି ଏନଆଇଏ ଜାଣିବାକୁ ପାଇଛି। ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଘଟଣା ପରେ ମୁମ୍ବାଇ କମିଶନର ପଦରୁ ପରମବୀରଙ୍କ ବଦଳି କରାଯାଇଥିଲା।

ହୋମଗାର୍ଡ ବିଭାଗକୁ ସେ ବଦଳି ହେବା ପରେ ତତ୍କାଳୀନ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଭଳି ସଂଗୀନ ଅଭିଯୋଗ ଆଣିଥିଲେ। ଅନୀଲ କୁଆଡ଼େ ଗିରଫ ସଚିନ ବାଜେଙ୍କୁ ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଅନୀଲ ଗୃହ ମନ୍ତ୍ରୀ ପଦ ଛାଡ଼ିଥିଲେ। ବିବାଦ ଚାଲିଥିବା ବେଳେ ପରମବୀରଙ୍କ ନାଁରେ ୪ଟି ବଟି ଆଦାୟ ମାମଲା ରୁଜୁ କରାଯାଇଛି।

Related story