ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଦିଲ୍ଲୀର ମାକ୍ସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ହାର୍ନିଆ ଅପରେଶନ ପାଇଁ ଦିଗବିଜୟ ହସପିଟାଲାରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟସଭା ଏମପି ଦିଗବିଜୟଙ୍କର ସଫଳତାର ସହ ହାର୍ନିଆ ଅପରେଶନ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଦିଗବିଜୟ ଦୁଇଦିନ ହେବ ଡାକ୍ତରଙ୍କ ଅବଜରଭେଶନ୍ରେ ଅଛନ୍ତି। ମାକ୍ସ ହସପିଟାଲରେ ଡାକ୍ତର ପ୍ରଦୀପ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର ହୋଇଛି। ତେବେ ଦୁଇ ଦିନ ପରେ ଦିଗବିଜୟ ମେଡିକାଲରୁ ସୁସ୍ଥ ହୋଇ ସଂସଦୀୟ ଅଧିବେଶନରେ ଭାଗ ନେବେ। ତେବେ ବର୍ତ୍ତମାନ ତାଙ୍କ ଶରୀର ସୁସ୍ଥ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।
୭୫ ବର୍ଷୀୟ ଏହି ରାଜନେତା କଂଗ୍ରେସର ଜଣେ ଟାଣୁଆ ଏବଂ ବରିଷ୍ଠ ନେତାଭାବେ ପରିଚିତ। ପ୍ରତ୍ୟେକ ପ୍ରସଙ୍ଗରେ ଶାସକ ବିଜେପି ସରକାରକୁ ଶାଣିତ ସମାଲୋଚନା କରି ଚର୍ଚ୍ଚାରେ ରୁହନ୍ତି ଦିଗବିଜୟ। ତେବେ ସମ୍ପ୍ରତି ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦିଗଜବିଜୟ ଚିନ୍ତାପ୍ରକଟ କରିଛନ୍ତି। କଂଗ୍ରେସକୁ ତ୍ରୁଣମୂଳସ୍ତରରେ ମଜବୁତ କରିବାକୁ ଗାନ୍ଧି ପରିବାରକୁ ସେ ପରାମର୍ଶ ଦେଇଛନ୍ତି।
ଏଥିପାପଇଁ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଶବ୍ୟାପୀ ଯାତ୍ରା କରି କଂଗ୍ରେସର ବିଚାରଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଦେଶବ୍ୟାପୀ ଯାତ୍ରା କରି କଂଗ୍ରେକସୁ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ। ଏହି ଅଭାଯାନର ନାମ ‘ଉଇ ଆର ଇଣ୍ଡିଆନ୍ ଫାଷ୍ଟ’ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ, ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି।