ମୁଖ୍ୟମନ୍ତ୍ରୀ କାନ୍ଦିବାରୁ ‘ଅବୈଧ ସନ୍ତାନ’ ବୟାନ ପାଇଁ କ୍ଷମା ମାଗିଲେ ଏ ରାଜା

ଚେନ୍ନାଇ: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ସବୁ ସୀମା ଟିପି ବୟାନବାଜୀ କରୁଛନ୍ତି। ଏହିକ୍ରମରେ ଡିଏମକେର ନେତା ଏ ରାଜା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡାପାଡ୍ଡି ପଲାନିସ୍ୱାମୀ ଜଣେ ‘ଅବୈଧ ସନ୍ତାନ’ ବୋଲି କହି ସମାଲୋଚନା କରିଥିଲେ। ଏହି ବୟାନକୁ ଶୁଣି ପଲାନିସ୍ୱାମୀ ଭାବବିହ୍ୱଳ ହେବା ସହ ପ୍ରଚାର ବେଳେ କାନ୍ଦି ପକାଇଥିଲେ। ପଲାନିସ୍ୱାମୀ କାନ୍ଦିବାର ଦେଖି ଏ ରାଜା ଆଜି ନିଜର ବୟାନ ପାଇଁ କ୍ଷମା ମାଗିଛନ୍ତି। ନିଜର ବୟାନ ପାଇଁ କ୍ଷମା ମାଗି ଏ […]

a-raja

Hemant Lenka
  • Published: Monday, 29 March 2021
  • , Updated: 29 March 2021, 12:49 PM IST

ଚେନ୍ନାଇ: ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ସବୁ ସୀମା ଟିପି ବୟାନବାଜୀ କରୁଛନ୍ତି। ଏହିକ୍ରମରେ ଡିଏମକେର ନେତା ଏ ରାଜା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡାପାଡ୍ଡି ପଲାନିସ୍ୱାମୀ ଜଣେ ‘ଅବୈଧ ସନ୍ତାନ’ ବୋଲି କହି ସମାଲୋଚନା କରିଥିଲେ। ଏହି ବୟାନକୁ ଶୁଣି ପଲାନିସ୍ୱାମୀ ଭାବବିହ୍ୱଳ ହେବା ସହ ପ୍ରଚାର ବେଳେ କାନ୍ଦି ପକାଇଥିଲେ। ପଲାନିସ୍ୱାମୀ କାନ୍ଦିବାର ଦେଖି ଏ ରାଜା ଆଜି ନିଜର ବୟାନ ପାଇଁ କ୍ଷମା ମାଗିଛନ୍ତି।

ନିଜର ବୟାନ ପାଇଁ କ୍ଷମା ମାଗି ଏ ରାଜା କହିଛନ୍ତି, “ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କାନ୍ଦୁଥିବା ଦେଖି ମୁଁ ମର୍ମାହତ। ତାଙ୍କର ବ୍ୟକ୍ତିଗତ ଜୀବନକୁ ଟାର୍ଗେଟ କରିବା ମୋର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ କେବଳ ତାଙ୍କ ରାଜନୀତିକ କ୍ୟାରିୟରକୁ ଦୃଷ୍ଟିରେ ରଖି ଏପରି ବୟାନ ଦେଇଥିଲି। ଯଦି ଏହା ତାଙ୍କୁ ଖରାପ ଲାଗିଛି, ତା’ହେଲେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି।”

ଏପ୍ରିଲ ୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବ। ଏହା ପୂର୍ବରୁ ପ୍ରଚାର କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଶନିବାର ଏ ରାଜା ଡିଏମକେ ପକ୍ଷରୁ ଆୟୋଜିତ ଏକ ରାଲିରେ କହିଥିଲେ ଯେ “ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ କ୍ୟାରିୟର ଗୋଟିଏ ବୈଧ ସମ୍ପର୍କରେ ଜନ୍ମିତ ଶିଶୁଭଳି ପରିପକ୍ୱ। କିନ୍ତୁ ମୁଖ୍ୟମନ୍ତ୍ରୀ ଇପିଏସ୍‌ ହେଉଛନ୍ତି ଅବୈଧ ସମ୍ପର୍କରୁ ଜନ୍ମିତ ଅପରିପକ୍ୱ ସନ୍ତାନ।”

ଏହି ରାଲିରେ ସେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଡିଏମକେ ସୁପ୍ରିମୋ ଷ୍ଟାଲିନଙ୍କ ସ୍ଲିପର ସହ ବି ସମାନ ନୁହନ୍ତି ବୋଲି କହିଥିଲେ। ଏହି ବୟାନକୁ ଆଧାର କରି ଏଆଇଏଡିଏମକେ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିବାରେ ଲାଗିଛି।

Related story