ପ୍ରଦୂଷଣ ପାଇଁ ପାକିସ୍ତାନକୁ ଦାୟୀ କଲେ ୟୁପି ସରକାର, ରାଗିଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣ ମାମଲାର ଶୁଣାଣି ବେଳେ ଉତ୍ତର ପ୍ରଦେଶ(ୟୁପି) ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ବର୍ଦ୍ଧିତ ପ୍ରଦୂଷଣ ପାଇଁ ୟୁପି ସରକାର ନିଜ ମୁଣ୍ଡରୁ ଦୋଷ ଖସାଇ ପାକିସ୍ତାନକୁ ଦାୟୀ କରିଛନ୍ତି। ପାକିସ୍ତାନରୁ ଆସୁଥିବା ବିଷାକ୍ତ ପବନ ହିଁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅଧିକ ପ୍ରଦୂଷଣ ବୃଦ୍ଧି କରୁଛି। ତେଣୁ ଉତ୍ତର ପ୍ରଦେଶରେ ଥିବା କଳକାରଖାନା ଉପରେ ରୋକ ଲଗାଇବାର ଆବଶ୍ୟକ ନାହିଁ ବୋଲି ୟୁପି ସରକାର କହିଥିଲେ। ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ […]

SC

Hemant Lenka
  • Published: Friday, 03 December 2021
  • , Updated: 03 December 2021, 01:33 PM IST

ନୂଆଦିଲ୍ଲୀ: ପ୍ରଦୂଷଣ ମାମଲାର ଶୁଣାଣି ବେଳେ ଉତ୍ତର ପ୍ରଦେଶ(ୟୁପି) ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ବର୍ଦ୍ଧିତ ପ୍ରଦୂଷଣ ପାଇଁ ୟୁପି ସରକାର ନିଜ ମୁଣ୍ଡରୁ ଦୋଷ ଖସାଇ ପାକିସ୍ତାନକୁ ଦାୟୀ କରିଛନ୍ତି। ପାକିସ୍ତାନରୁ ଆସୁଥିବା ବିଷାକ୍ତ ପବନ ହିଁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅଧିକ ପ୍ରଦୂଷଣ ବୃଦ୍ଧି କରୁଛି। ତେଣୁ ଉତ୍ତର ପ୍ରଦେଶରେ ଥିବା କଳକାରଖାନା ଉପରେ ରୋକ ଲଗାଇବାର ଆବଶ୍ୟକ ନାହିଁ ବୋଲି ୟୁପି ସରକାର କହିଥିଲେ।

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତୀବ୍ର ବିରକ୍ତ ପ୍ରକାଶ କରିଥିଲେ। ସେ କହିଥିଲେ, “ଆପଣ ଏବେ ପାକିସ୍ତାନରେ ଥିବା ଇଣ୍ଡଷ୍ଟ୍ରୀକୁ ବ୍ୟାନ କରିବାକୁ ଚାହୁଁଛନ୍ତି? ଆମେ କ’ଣ ପାକିସ୍ତାନରେ ଥିବା ଶିଳ୍ପ କାରଖାନାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବୁ?”

ଶୁଣାଣି ବେଳେ ୟୁପି ସରକାରଙ୍କ ଓକିଲ ରଞ୍ଜିତ କୁମାର ପ୍ରଦୂଷଣ ପାଇଁ ଚିନି କଳ ଉପରେ ଲଗାଯାଇଥିବା କଟକଣାକୁ ବିରୋଧ କରିଥିଲେ। ସେ କହିଥିଲେ “ଚିନି କଳ ବନ୍ଦ ହେବାରୁ ଚାଷୀମାନେ ସମସ୍ୟାରେ ପଡ଼ୁଛନ୍ତି। ମିଲ ଦିଲ୍ଲୀ ଠାରୁ ୯୦ କିମି ଦୂରରେ ରହିଛି। ଏମିତି ବି ଚିନି କଳ ପାଇଁ ୮ ଘଣ୍ଟା ହିଁ ଯଥେଷ୍ଟ। ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଧୂଆଁ ତଳ ଆଡ଼କୁ ଯାଉଛି। ପ୍ରଦୂଷିତ ଧୂଆଁ ଦିଲ୍ଲୀକୁ ଆସୁନାହିଁ। ପ୍ରଦୂଷିତ ଧୂଆଁ ପାକିସ୍ତାନରୁ ଆସୁଛି। ଏଗୁଡ଼ିକ ଉତ୍ତର ପ୍ରଦେଶ ସୀମାନ୍ତ ଦେଇ ଦିଲ୍ଲୀରେ ପ୍ରବେଶ କରୁଛି।”

ଏହା ଶୁଣି ସୁପ୍ରିମକୋର୍ଟ କହିଥିଲେ ଯେ “ଆପଣ ଆୟୋଗଙ୍କ ପାଖରେ ଆବେଦନ କରନ୍ତୁ। ସେ ସବୁ ଶୁଣିବା ପରେ ନିଷ୍ପତ୍ତି ନେବେ। ଆପଣ ଚାହୁଁଛନ୍ତି ଆମେ ଏବେ ପାକିସ୍ତାନକୁ ଶିଳ୍ପ କରଖାନା ବନ୍ଦ କରିବାକୁ କହିବୁ?”

ଦିଲ୍ଲୀରେ ବର୍ଦ୍ଧିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ନିଜର ପକ୍ଷ ରଖିଥିଲେ। ଏଥିସହ ରାଜ୍ୟରେ CAQM ବନ୍ଦ କରିଥିବା କଳକାରଖାନା ଖୋଲିବାକୁ ଦାବି କରିଥିଲେ।

Related story