ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଗଲେ ଡାକ୍ତର

ପାଟନା: ପବିତ୍ର ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଯାଇଛନ୍ତି ଜଣେ ଡାକ୍ତର। ସେ ଖ୍ରୀଷ୍ଟମାସ ଛୁଟି କାଟିବାକୁ ଝାରଖଣ୍ଡରୁ ବିହାର ଆସିଥିଲେ। ଏହି ସମୟରେ ସେ ପାଟନାରେ ମଦ ପିଇ ଧରାପଡ଼ିଛି। ଏଥିପାଇଁ ତାଙ୍କୁ ପୁଲିସ୍‌ ଜେଲ ହାଜତକୁ ପଠାଇ ଦେଇଛି। କାରଣ ବିହାରରେ ମଦ ସଂପୂର୍ଣ୍ଣ ଭାବେ ବ୍ୟାନ। ମଦ ବିକ୍ରି ଓ ପିଇବା କାମରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି […]

Ban

Hemant Lenka
  • Published: Sunday, 26 December 2021
  • , Updated: 26 December 2021, 09:22 AM IST

ପାଟନା: ପବିତ୍ର ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଯାଇଛନ୍ତି ଜଣେ ଡାକ୍ତର। ସେ ଖ୍ରୀଷ୍ଟମାସ ଛୁଟି କାଟିବାକୁ ଝାରଖଣ୍ଡରୁ ବିହାର ଆସିଥିଲେ। ଏହି ସମୟରେ ସେ ପାଟନାରେ ମଦ ପିଇ ଧରାପଡ଼ିଛି। ଏଥିପାଇଁ ତାଙ୍କୁ ପୁଲିସ୍‌ ଜେଲ ହାଜତକୁ ପଠାଇ ଦେଇଛି। କାରଣ ବିହାରରେ ମଦ ସଂପୂର୍ଣ୍ଣ ଭାବେ ବ୍ୟାନ।

ମଦ ବିକ୍ରି ଓ ପିଇବା କାମରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି ପୁଲିସ୍‌ ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଦ ପିଇ ଜେଲ ଯାଇଥିବା ଡାକ୍ତର ଜଣଙ୍କ ହେଲେ ଅଭିଷେକ ମୁଣ୍ଡୁ। ସେ ଝାରଖଣ୍ଡର ଜାମସେଦପୁରରେ ଡାକ୍ତର ଭାବେ କାମ କରନ୍ତି।

ପୁଲିସ୍‌ ଅଧିକାରୀ ଅରୁଣ କୁମାର କହିଛନ୍ତି, “ବ୍ୟାନ ସତ୍ତ୍ୱେ ମଦ ପିଉଥିବା ଏଭଳି ଲୋକମାନେ ଆମ ରାଡାରରେ ଅଛନ୍ତି। ଆମେ ସେମାନଙ୍କ ବିରୋଧରେ ନିୟମିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଗୋଟିଏ ଚର୍ଚ୍ଚ ପରିସରରେ ଅଭିଷେକ ମୁଣ୍ଡୁ ନାମକ ଜଣେ ଡାକ୍ତର ମଦ ପିଉଥିବା ଖବର ଆମକୁ ମିଳିଥିଲା।

ଆମେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗୋଟିଏ ମଦ ବୋତଲ ସହ ଡାକ୍ତର ଅଭିଷେକ ଧରା ପଡ଼ିଥିଲେ। ଆମେ ଟେଷ୍ଟ କରିବା ପରେ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା। ସେ ଜାମସେଦପୁରର ଇଏସ୍ଆଇ ହସ୍ପିଟାଲରେ କାମ କରନ୍ତି ଓ ଖ୍ରୀଷ୍ଟମାସ ଛୁଟି କାଟିବାକୁ ଏଠାକୁ ଆସିଥିବା କହିଛନ୍ତି। ଆମେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛୁ। ଏଥିସହ ଡାକ୍ତର ଜଣଙ୍କ କେଉଁଠୁ ମଦ ବୋତଲ ପାଇଲେ, ତା’ର ମଧ୍ୟ ତଦନ୍ତ ହେଉଛି।”

ଚଳିତ ବର୍ଷ ନଭେମ୍ବର ୨୬ରେ ବିହାରରେ ସମସ୍ତ ପୁଲିସ୍‌ ଅଧିକାରୀ ମଦ ବିରୋଧରେ ଶପଥ ନେଇଥିଲେ। ଦୀର୍ଘବର୍ଷ ହେଲା ବିହାରରେ ମଦ ବ୍ୟାନ ହୋଇଥିଲେ ମଧ୍ୟ ଅନେକ ସମୟରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଦ ପିଇବା ଓ ବ୍ୟବହାର ବିରୋଧରେ ସମସ୍ତଙ୍କୁ ମହାଶପଥ କରାଇଛନ୍ତି।

Related story